Viral Video / ଫ୍ଲାଇଟ୍ ବିଳମ୍ବ ହେଲା ବୋଲି ଏୟାରପୋର୍ଟରେ କଲେ ଗରବା ଡାନ୍ସ, ଦେଖନ୍ତୁ...

Key Points
ସୁରଟର ମୟୂର ନାମକ ବ୍ୟକ୍ତି କିଛି କାମରେ ଗୋଆ ଯାଇଥିଲେ।
ସେ ଶୀଘ୍ର ନିଜର କାମ ସାରି ନବରାତ୍ରି ପାଳନ କରିବା ପାଇଁ ସୁରଟ ଫେରିବାକୁ ଚାହୁଁଥିଲେ।
ଏବେ ସାରା ଦେଶରେ ନବରାତ୍ରିର ମାହୋଲ । ଗୁଜୁରାଟ ସମେତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଗରବା ଧୁମ ଧାମରେ ଚାଲିଛି । ଲୋକମାନେ ମା ଦୁର୍ଗତୀନାଶିନୀଙ୍କ ଭକ୍ତିରେ ଏତେ ମାତ୍ରାରେ ବୁଡ଼ି ରହିଛନ୍ତି ଯେ, ନବରାତ୍ରି ଉତ୍ସବ ପାଳିବା ପାଇଁ ସେମାନଙ୍କୁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନର ଆବଶ୍ୟକତା ନାହିଁ। ଆଉ ତାହା ଦେଖିବାକୁ ମିଳିଥିଲା ଗୋଆର ଏକ ବିମାନବନ୍ଦରରେ । ସୁରଟ ଯିବା ପାଇଁ ଯେତେବେଳେ ବିମାନ ବିଳମ୍ବ ହେଲା, ଯାତ୍ରୀମାନେ ସେହି ବିମାନବନ୍ଦରରେ ହିଁ କ୍ୟାବିନ କ୍ରୁଙ୍କ ସହିତ ଗରବା ନାଚିବା ଆରମ୍ଭ କରିଥିଲେ। ତାହା ଦେଖି ସବୁ ଆଶ୍ଚର୍ଯ୍ୟ । ହଠାତ୍ ବଦଳିଗଲା ଏୟାରପୋର୍ଟ ମାହୋଲ । ସମସ୍ତେ ଝୁମିଲେ ଆଉ ନାଚିଲେ ।
ଗୋଆ ବିମାନବନ୍ଦରରେ ଗରବା
ସୁରଟର ମୟୂର ନାମକ ବ୍ୟକ୍ତି କିଛି କାମରେ ଗୋଆ ଯାଇଥିଲେ। ସେ ଶୀଘ୍ର ନିଜର କାମ ସାରି ନବରାତ୍ରି ପାଳନ କରିବା ପାଇଁ ସୁରଟ ଫେରିବାକୁ ଚାହୁଁଥିଲେ। ସେ ଏକ ଟ୍ରେନ୍ ଟିକେଟ ବୁକ୍ କରିଥିଲେ, କିନ୍ତୁ ଟ୍ରେନ୍ ବିଳମ୍ବ ଯୋଗୁଁ ସେ ଏହାକୁ କ୍ୟାନ୍ସଲ କରିଥିଲେ। ମୟୂର ତା’ପରେ ଏକ ବିମାନ ଟିକେଟ ବୁକ୍ କରିଥିଲେ।
ହେଲେ ମୟୁର ଯେତେବେଳେ ଜାଣିଲେ, ବିମାନ ମଧ୍ୟ ପାଞ୍ଚ ଘଣ୍ଟା ଲେଟ୍ ଅଛିଛି, ସେତେବେଳେ ତାଙ୍କ ମୁଣ୍ଡ ଆଉ କିଛି କାମ କଲା ନାହିଁ । ତଥାପି ସେ ନିଜକୁ ସମ୍ଭାଳିଲେ । ମୟୂର ଏବଂ ତାଙ୍କ ସାଥୀମାନେ ବିଶେଷ ବିଚଳିତ ନହୋଇ ସେମାନେ ଗୋଆ ବିମାନବନ୍ଦରକୁ ଏକ ଯାତ୍ରା ପଡ଼ିଆ କରିଦେଲେ । ସେହିଠାରେ ହିଁ ସମସ୍ତଙ୍କ ସହ ମିଶି ଗରବା ନାଚି ନବରାତ୍ରି ଉତ୍ସବ ପାଳନ କଲେ ।
ସୁରଟ ଯାଉଥିବା ଫ୍ଲାଇଟ୍ ରବିବାର ସନ୍ଧ୍ୟା ୫ଟାରେ ଗୋଆରୁ ଛାଡ଼ିବାର ଥିଲା । ମୟୂର ଏବଂ ତାଙ୍କ ସାଥୀମାନେ ସୁରତ ଯାଇ ନବରାତ୍ରି ଉତ୍ସବରେ ସାମିଲ ହେବେ ବୋଲି ଖୁବ୍ ଉତ୍ସାହିତ ଥିଲେ । ବିଶେଷକରି ଗରବାରେ ଅଂଶଗ୍ରହଣ କରିବାକୁ ତାଙ୍କର ବହୁତ ଆଗ୍ରହ ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନଙ୍କ ବିମାନ ବିଳମ୍ବ ହୋଇଥିଲା।
ଏହାସହ ପଢ଼ନ୍ତୂ:- ଶ୍ୱଶୁର ଘର ସମ୍ପତ୍ତିରୁ ବୋହୁ ମାଗିପାରିବ କି ହକ୍ ?
📱 Get Argus News App
✨ସ୍ପିକର ଆସିବା ମାହୋଲ ବଦଳିଗଲା
ମୟୂର ଜଣେ ଫ୍ଲାଇଟ୍ ଆଟେଣ୍ଡାଣ୍ଟଙ୍କୁ କହିଥିଲେ ଯେ ସେ ସୁରତ ଯିବାକୁ ବହୁତ ଉତ୍ସାହିତ। କାରଣ ସେଠାରେ ଗରବା ନାଚିବାର ବ୍ୟବସ୍ଥା କରାଯାଇଛି । ସେ ସେଥିରେ ସାମିଲ ହେବାକୁ ଚାହାନ୍ତି । ମୟୁରଙ୍କଠାରୁ ଏତିକି ଶୁଣିବା ପରେଫ୍ଲାଇଟ୍ ଆଟେଣ୍ଡାଣ୍ଟ ଜଣକ ତୁରନ୍ତ ଏକ ଲାଉଡ୍ ସ୍ପିକର ବ୍ୟବସ୍ଥା କରିଥିଲେ । ତାପରେ ସମସ୍ତଙ୍କୁ ଗରବା ପାଇଁ ଏକାଠି କରିଥିଲେ। ଆଉ ଏତିକିରେ ହିଁ ବଦଳିଯାଇଥିଲା ବିମାନ ବନ୍ଦରର ମାହୋଲ । ଏୟାରଲାଇନ୍ସ କର୍ମଚାରୀଙ୍କ ସମେତ ଅନେକ ଲୋକ ସଂଗୀତରେ ତାଳେ ତାଳେ ନାଚିବା ଆରମ୍ଭ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ପାରମ୍ପରିକ ଗୀତର ତାଳେ ତାଳେ ନାଚିଲେ
ଭାଇରାଲ ଭିଡିଓରେ, ଲୋକମାନେ ପାରମ୍ପରିକ ଗୀତରେ ଗରବା ନାଚୁଥିବା ଦେଖିବାକୁ ମିଳିଛି। ସମସ୍ତେ ତାଳି ବଜାଇ ଗୋଲ ଗୋଲ ହୋଇ ଗୀତର ତାଳେ ତାଳେ ଝୁମିଥିବା ଦେଖାଯାଉଛି । ଗୋଲ ମଝିରେ ଠିଆ ହୋଇ ଜଣେ ବ୍ୟକ୍ତି ସେହି ଗୋଲକୁ ଆହୁରି ବଡ଼ କରିବାକୁ କହୁଛନ୍ତି ।
At Mumbai Airport-passengers, pilots, staff, loaders, all moving to the same beat.
— Harsh Goenka (@hvgoenka) September 28, 2025
No other airport in the world has this spirit. This is India. ✈️❤️ pic.twitter.com/ifnUaj7Y6X
ଏହାସହ ପଢ଼ନ୍ତୂ:- ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !
Related Topics
Explore more stories