Gujarat Titans Players / ଆଫଗାନିସ୍ତାନ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ଗୁଜରାଟ ଟାଇଟନ୍ସର ୧୧ ଖେଳାଳି, ଗିଲ୍ କ୍ୟାପଟେନ୍
·9 hours ago·2 min read

Key Points
ଟିମ୍ ଇଣ୍ଡିଆରେ GT ର ରାଜ୍
ଗୁଜରାଟର ୧୧ ଖେଳାଳିଙ୍କୁ ମିଳିଲା ସୁଯୋଗ
ଶୁବମନ ଗିଲ୍ ଅଧିନାୟକ
ଗୁଜରାଟର ୧୧ ଖେଳାଳିଙ୍କୁ ମିଳିଲା ସୁଯୋଗ
ଶୁବମନ ଗିଲ୍ ଅଧିନାୟକ
ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଏକମାତ୍ର ଟେଷ୍ଟ ଏବଂ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ମଙ୍ଗଳବାର ଦଳ ଘୋଷଣା କରିଛି ବିସିସିଆଇ । ଟେଷ୍ଟ ଓ ODI ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି । ଉଭୟ ଫର୍ମାଟରେ ଶୁବମନ ଗିଲ୍ଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ତେବେ ଚଳିତ IPL ୨୦୨୬ରେ ଗୁଜରାଟ ଟାଇଟାନ୍ସ ପାଇଁ ଖେଳୁଥିବା ୧୧ ଜଣ ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି ।
ଏକଥା ଆମେ କହୁ ନାହୁଁ ବରଂ ଗୁଜରାଟ ଟାଇଟନ୍ସ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି । ଯେଉଁଥିରେ ଲେଖାଅଛି କି ଆଫଗାନିସ୍ତାନ ସିରିଜ୍ ପାଇଁ ଘୋଷଣା ହୋଇଥିବା ଦଳରେ ଗୁଜରାଟ ଟାଇଟନ୍ସର ୧୧ ଜଣ ଖେଳାଳି ଅଛନ୍ତି ।
ଟେଷ୍ଟ ଦଳରେ ସାତ ଜଣ ଗୁଜରାଟ ଟାଇଟନ୍ସର ଖେଳାଳି ଅଛନ୍ତି । ସେମାନେ ହେଲେ ଶୁବମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ମାନବ ସୁଥାର ଏବଂ ଗୁରନୁର ବ୍ରାର
ଗୁଜରାଟର ତିନିଜଣ ଖେଳାଳି ODI ଦଳରେ ଅଛନ୍ତି: ଶୁବମନ ଗିଲ୍ (ଅଧିନାୟକ), ୱାଶିଂଟନ୍ ସୁନ୍ଦର ଏବଂ ଗୁରୁନୁର ବ୍ର।ର୍
ଅଧିକ ପଢ଼ନ୍ତୁ: କିଏ ଏହି ମାନବ ସୁଥାର ? ୧୧ ଓ୍ବିକେଟ୍ ନେଇ ଟିମ୍ ଇଣ୍ଡିଆରେ ମାରିଲେ ଏଣ୍ଟ୍ରି
ଏକମାତ୍ର ଟେଷ୍ଟ ପାଇଁ ଭାରତୀୟ ଦଳ:
ଶୁବମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, କେଏଲ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକ୍କଲ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସାଦ କ୍ରିଷ୍ଣା, ମନବ ସୁଥାର, ଗୁରୁନୁର ବ୍ରାର୍
ODI ସିରିଜ୍ ପାଇଁ ଭାରତୀୟ ଦଳ:
ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରୁନୁର ବ୍ରାର୍ ଓ ହର୍ଷ ଦୁବେ
ଟେଷ୍ଟ ଏବଂ ODI ସିରିଜ୍ ସୂଚୀ
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ୍ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ । ଜୁନ୍ ୬ରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ODI ସିରିଜ୍ ଜୁନ୍ ୧୪ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ୧୭ ଜୁନରେ ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିପରି ସିରିଜର ତୃତୀୟ ଏବଂ ଶେଷ ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ।

GT at the heart of Captain Gill's Team India for the ODI & Test Series 🆚 Afghanistan! 🇮🇳 pic.twitter.com/yOaBX3qMRV
— Gujarat Titans (@gujarat_titans) May 19, 2026
ଟେଷ୍ଟ ଦଳରେ ସାତ ଜଣ ଗୁଜରାଟ ଟାଇଟନ୍ସର ଖେଳାଳି ଅଛନ୍ତି । ସେମାନେ ହେଲେ ଶୁବମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ୱାଶିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ମାନବ ସୁଥାର ଏବଂ ଗୁରନୁର ବ୍ରାର
ଗୁଜରାଟର ତିନିଜଣ ଖେଳାଳି ODI ଦଳରେ ଅଛନ୍ତି: ଶୁବମନ ଗିଲ୍ (ଅଧିନାୟକ), ୱାଶିଂଟନ୍ ସୁନ୍ଦର ଏବଂ ଗୁରୁନୁର ବ୍ର।ର୍
ଅଧିକ ପଢ଼ନ୍ତୁ: କିଏ ଏହି ମାନବ ସୁଥାର ? ୧୧ ଓ୍ବିକେଟ୍ ନେଇ ଟିମ୍ ଇଣ୍ଡିଆରେ ମାରିଲେ ଏଣ୍ଟ୍ରି
ଏକମାତ୍ର ଟେଷ୍ଟ ପାଇଁ ଭାରତୀୟ ଦଳ:
ଶୁବମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, କେଏଲ ରାହୁଲ (ଉପ-ଅଧିନାୟକ), ସାଇ ସୁଦର୍ଶନ, ଋଷଭ ପନ୍ତ, ଦେବଦତ୍ତ ପାଡିକ୍କଲ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସାଦ କ୍ରିଷ୍ଣା, ମନବ ସୁଥାର, ଗୁରୁନୁର ବ୍ରାର୍
ODI ସିରିଜ୍ ପାଇଁ ଭାରତୀୟ ଦଳ:
ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟାସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାଦବ, ଗୁରୁନୁର ବ୍ରାର୍ ଓ ହର୍ଷ ଦୁବେ
ଟେଷ୍ଟ ଏବଂ ODI ସିରିଜ୍ ସୂଚୀ
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ୍ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ । ଜୁନ୍ ୬ରେ ଏହି ମ୍ୟାଚ୍ ଖେଳାଯିବ । ସେହିପରି ODI ସିରିଜ୍ ଜୁନ୍ ୧୪ ତାରିଖରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯିବ । ଦ୍ୱିତୀୟ ଦିନିକିଆ ୧୭ ଜୁନରେ ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିପରି ସିରିଜର ତୃତୀୟ ଏବଂ ଶେଷ ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories