Videos
|
Sports

Aaryavir Sehwag Video Call / 'ପାକିସ୍ତାନୀ ଲଗାଉଥିଲେ ସେହୱାଗ୍ ନାରା'...ପାକିସ୍ତାନ ବିପକ୍ଷରେ ବିଜୟ ପରେ ବାପା ବୀରେନ୍ଦ୍ର ସେହୱାଗଙ୍କୁ ଭିଡିଓ କଲ୍ କଲେ ଆର୍ଯ୍ୟବୀର

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·3 min read
'ପାକିସ୍ତାନୀ ଲଗାଉଥିଲେ ସେହୱାଗ୍ ନାରା'...ପାକିସ୍ତାନ ବିପକ୍ଷରେ ବିଜୟ ପରେ ବାପା ବୀରେନ୍ଦ୍ର ସେହୱାଗଙ୍କୁ ଭିଡିଓ କଲ୍ କଲେ ଆର୍ଯ୍ୟବୀର
Aaryavir Sehwag Video Call

Key Points

ଅଣ୍ଡର-୧୯ ଏସିଆ କପ୍ ୨୦୨୬ ମ୍ୟାଚ୍
ପାକିସ୍ତାନକୁ ହରାଇ ଜିତିଲା ଭାରତ
ବାପା ବୀରେନ୍ଦ୍ର ସେହୱାଗଙ୍କୁ ପୁଅର କଲ୍‌
ଶେଷ ମୁହୂର୍ତ୍ତରେ କଣ ହେଲା ସବୁ କହିଲେ
ଅଣ୍ଡର-୧୯ ଏସିଆ କପ୍ ୨୦୨୬ ଫାଇନାଲରେ ପାକିସ୍ତାନକୁ ଗୋଟିଏ ୱିକେଟ୍‌ରେ ହରାଇ ଚାମ୍ପିୟନ୍ ହୋଇଛି ଭାରତ । ନଭେମ୍ବର ୧୪ ତାରିଖ ଶନିବାର ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍‌ରେ ଶେଷ ବଲ୍‌ରେ ବିଜୟ ହାସଲ କରିଥିଲା ଟିମ୍ ଇଣ୍ଡିଆ । ମ୍ୟାଚ୍‌ର ଶେଷ ମୁହୂର୍ତ୍ତରେ କେବଳ ଖେଳାଳି ନୁହେଁ, ଦର୍ଶକଙ୍କ ହୃଦ୍‌ସ୍ପନ୍ଦନ ମଧ୍ୟ ବଢ଼ିଯାଇଥିଲା । ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଥିଲେ ଆର୍ଯ୍ୟବୀର ସେହୱାଗ । ବିଜୟ ପରେ ସେ ନିଜ ବାପା ତଥା ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କୁ ଭିଡିଓ କଲ୍ କରି ମ୍ୟାଚ୍‌ର ଶେଷ ମୁହୂର୍ତ୍ତର ରୋମାଞ୍ଚ ବଖାଣିଥିଲେ । ଏହି ଭିଡିଓକୁ ବୀରେନ୍ଦ୍ର ସେହୱାଗ ନିଜ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

କଥାବାର୍ତ୍ତା ବେଳେ ଆର୍ଯ୍ୟବୀର କହିଥିଲେ, ଶେଷ ଏକ ଘଣ୍ଟା ଧରି ସେ ଟିଭି ଆଗରେ ବସିଥିଲେ ଏବଂ ଲଗାତାର ‘ସୀତାରାମ-ସୀତାରାମ’ ଜପ କରୁଥିଲେ । ଭାରତର ସ୍ଥିତି ଦେଖି ବିଜୟ ଆଶା କମ୍ ଲାଗୁଥିଲେ ମଧ୍ୟ ସେ ମନରେ ଆଶା ଛାଡ଼ି ନଥିଲେ । ତାଙ୍କ କହିବା ଅନୁସାରେ, ସେ ବାରମ୍ବାର ପ୍ରାର୍ଥନା କରୁଥିଲେ, "କିଛି ଚମତ୍କାର ହୋଇଯାଉ, କିଛି ଚମତ୍କାର ହୋଇଯାଉ ।"

  • ଶେଷ ଓଭରରେ ଅଟକିଥିଲା ସମସ୍ତଙ୍କ ନଜର
ମ୍ୟାଚ୍‌ର ଶେଷ ଓଭରକୁ ନେଇ ମଧ୍ୟ ବାପାଙ୍କୁ ସବୁ କଥା କହିଥିଲେ ଆର୍ଯ୍ୟବୀର । ସେ କହିଥିଲେ, ଶେଷ ଓଭରରେ ୮ ରନ୍ ଆବଶ୍ୟକ ଥିଲା । ମାତ୍ର ଗୋଟିଏ ବଲ୍‌ରେ ୩ ରନ୍ ଦରକାର ଥିବା ସମୟରେ ତଳକ୍ରମର ବ୍ୟାଟର୍‌ମାନେ କ୍ରିଜ୍‌ରେ ଥିଲେ । ଏହାପରେ ଚୌକା ଲାଗିବା ମାତ୍ରେ ଭାରତୀୟ ଖେଳାଳିଙ୍କ ଖୁସିର ସୀମା ରହିନଥିଲା । ସମସ୍ତେ ପଡ଼ିଆରେ ଉତ୍ସବ ପାଳିଥିଲେ ।

  • ପାକିସ୍ତାନୀ ଦର୍ଶକ ମଧ୍ୟ ଦେଉଥିଲେ ‘ସେହୱାଗ-ସେହୱାଗ’ ନାରା
ଭିଡିଓ କଲ୍‌ରେ ଆର୍ଯ୍ୟବୀର ଆଉ ଏକ ମଜାଦାର ଘଟଣା ବିଷୟରେ କହିଥିଲେ । ତାଙ୍କ କହିବା ଅନୁସାରେ, ଷ୍ଟାଣ୍ଡ୍‌ରେ ଥିବା କିଛି ପାକିସ୍ତାନୀ ଦର୍ଶକ ମଧ୍ୟ ତାଙ୍କୁ ‘ସେହୱାଗ-ସେହୱାଗ’ ବୋଲି ଚିୟର୍ କରୁଥିଲେ । ବ୍ୟାଟିଂ ସମୟରେ ଆଘାତ ଲାଗିବା ପରେ ଦୁଇରୁ ତିନିଥର ଫିଜିଓ ପଡ଼ିଆକୁ ଆସିଥିଲେ । ସେହି ସମୟରେ ପାକିସ୍ତାନୀ ଦର୍ଶକମାନେ ମଧ୍ୟ ତାଙ୍କୁ ଉତ୍ସାହିତ କରିଥିଲେ । ଏହାକୁ ନେଇ ଆର୍ଯ୍ୟବୀର ଖୁସି ପ୍ରକାଶ କରିଥିଲେ । ଶେଷରେ ବୀରେନ୍ଦ୍ର ସେହୱାଗ ପୁଅକୁ ଶୁଭେଚ୍ଛା ଜଣାଇବା ସହ ଚାମ୍ପିୟନ୍ ଟିମ୍‌ର ସମସ୍ତ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବାକୁ କହିଥିଲେ ।

  • ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ହେଲେ ଆର୍ଯ୍ୟବୀର
ଭାରତର ଏହି ଐତିହାସିକ ବିଜୟରେ ଆର୍ଯ୍ୟବୀର ସେହୱାଗଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରି ମୋଟ ୩୬୧ ରନ୍ ସଂଗ୍ରହ କରିଥିଲେ ଏବଂ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ପୁରସ୍କାର ହାସଲ କରିଥିଲେ । ୟୁଏଇ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ୧୬୦ ରନ୍‌ର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ । ସେମିଫାଇନାଲ୍ ଓ ଫାଇନାଲ୍‌ରେ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ ପାକିସ୍ତାନ ବିପକ୍ଷ ଫାଇନାଲ୍‌ରେ ୬୧ ବଲ୍‌ରୁ ୯ଟି ଚୌକା ସହ ୫୮ ରନ୍ କରି ଭାରତର ବିଜୟ ଅଭିଯାନରେ ବଡ଼ ଯୋଗଦାନ ଦେଇଥିଲେ।

ପଢନ୍ତୁ ଏହି ଖବର: ଏସିଆ କପ୍‌ରେ ଭାରତର ରୋମାଞ୍ଚକର ବିଜୟ; ଶେଷ ବଲ୍‌ରେ ଛଡ଼ାଇ ଆଣିଲେ ଟାଇଟଲ୍

ଫାଇନାଲ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଭାରତ ଆଗରେ ୩୩୮ ରନ୍‌ର ବିଶାଳ ଲକ୍ଷ୍ୟ ରଖିଥିଲା । ଜବାବରେ ଭାରତୀୟ ଦଳ ଗୋଟିଏ ସମୟରେ ୨୫୨ ରନ୍‌ରେ ୮ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ତେବେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ ଭାରତୀୟ ଖେଳାଳି । ଦଶମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମୋହିତ ଉଲୱା ଅପରାଜିତ ୪୯ ରନ୍‌ର ଇନିଂସ ଖେଳି ଭାରତକୁ ବିଜୟୀ କରାଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: