Abhishek Sharma / ଅନ୍ତର୍ଜାତୀୟ ଟି-ଟ୍ଵେଣ୍ଟିରେ ପ୍ରଥମଥର ମହାରେକର୍ଡ; ନୂଆ ଇତିହାସ ଲେଖିଲେ ଅଭିଷେକ
·1 hour ago·2 min read

Key Points
ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ଓପନର୍ ଅଭିଷେକ ଶର୍ମା ସେମିତି ବଡ଼ ପ୍ରଦର୍ଶନ କରି ନଥିଲେ ମଧ୍ୟ ଇତିହାସ ରଚିଛନ୍ତି । ଓପନର୍ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ୨୧ ବଲ୍ରେ ମାତ୍ର ୨୭ ରନ୍ ସ୍କୋର୍ କରିଛନ୍ତି ।
କ୍ରାଏଷ୍ଟଚର୍ଚ୍ଚ: ଶନିବାର କ୍ରାଏଷ୍ଟଚର୍ଚ୍ଚରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୫ ଟିକିଆ ସିରିଜ୍ର ଦ୍ଵିତୀୟ ଟି-ଟ୍ଵେଣ୍ଟି ମ୍ୟାଚ୍ ଖେଳା ଯାଇଛି । ଏହି ରୋମାଞ୍ଚକର ମ୍ୟାଚ୍କୁ ଗୋଟିଏ ବଲ୍ ବାକି ଥାଇ ଭାରତ ଜିତି ନେଇଛି । ଦ୍ଵିତୀୟ ଟି-ଟ୍ଵେଣ୍ଟିରେ ଓପନର୍ ଅଭିଷେକ ଶର୍ମା ସେମିତି ବଡ଼ ପ୍ରଦର୍ଶନ କରି ନଥିଲେ ମଧ୍ୟ ଇତିହାସ ରଚିଛନ୍ତି ।
ଓପନର୍ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ୨୧ ବଲ୍ରେ ମାତ୍ର ୨୭ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୩ଟି ଚଉକା ସହ ଗୋଟିଏ ଛକା ସାମିଲ୍ ରହିଛି । କ୍ଵିୱି କପ୍ତାନ ମିଚେଲ୍ ସେଣ୍ଟନରଙ୍କ ସ୍ପିନ୍ରେ ଫସି ଯାଇଥିଲେ ଅଭିଷେକ ଶର୍ମା ।
ଏଥିସହ ପଢ଼ନ୍ତୁ: ପାରା ଏସିଆଡ୍ରେ ଭାରତର ଐତିହାସିକ ପ୍ରଦର୍ଶନ, ୩୦ ସ୍ୱର୍ଣ୍ଣ ସହ ଜିତିଲା ୧୧୪ ପଦକ
ତେବେ ଏହି ଛୋଟିଆ ଇନିଂସରେ ଅଭିଷେକ ଶର୍ମା ଦୁଇଟି ଉପଲବ୍ଧି ବା ସଫଳତା ହାସଲ କରିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମା ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟର ପାୱାରପ୍ଳେ (ପ୍ରଥମ ୬ ଓଭର୍)ରେ ୧୦୦ ଛକା ମାରିଛନ୍ତି । ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏହି ସଫଳତା ହାତେଇଛନ୍ତି ଅଭିଷେକ ଶର୍ମା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ତାଲିକାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ୯୮ଟି ଛକା ସହ ଦ୍ଵିତୀୟ ସ୍ଥାନରେ ଅଛନ୍ତି । ତୃତୀୟ ସ୍ଥାନରେ ୯୭ଟି ଛକା ସହ ମାର୍ଟିନ ଗୁପ୍ଟିଲ୍ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ୯୪ଟି ଛକା ସହ ପଲ୍ ଷ୍ଟର୍ଲିଂ, ପଞ୍ଚମ ସ୍ଥାନରେ ୮୭ଟି ଛକା ସହ କ୍ଵିଣ୍ଟନ ଡିକକ୍ ରହିଛନ୍ତି ।
ଅଭିଷେକଙ୍କ ଉପଲବ୍ଧି
ଚଳିତବର୍ଷ ଅଭିଷେକ ଶର୍ମା ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟରେ ୧ ହଜାର ରନ୍ ପୂରଣ କରିଛନ୍ତି । ଅଭିଷେକ ଚଳିତବର୍ଷ ୩୬ଟି ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୨୮.୯୧ ହାର୍ରେ ୧୦୧୨ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ଆଉ ଗୋଟିଏ ଅର୍ଦ୍ଧଶତକ ସାମିଲ୍ । ଚଳିତବର୍ଷ ଟି-ଟ୍ଵେଣ୍ଟି ଅନ୍ତର୍ଜାତୀୟରେ ଅଭିଷେକଙ୍କ ଠାରୁ କେବଳ ଇଶାନ କିଷନ (୧୧୫୯ ରନ୍) ଅଧିକ ସ୍କୋର୍ କରିଛନ୍ତି ।
୪ ୱିକେଟ୍ରେ ଜିତିଲା ଭାରତ
କ୍ରାଏଷ୍ଟଚର୍ଚ୍ଚରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ବିନିମୟରେ ୧୮୦ ରନ୍ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୭୦ ରନ୍ କରିଥିବା ବେଳେ ବେଭନ ଜାକବ୍ସ ୫୮ ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂ ଦୁଇଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ଏଥିସହ ପଢ଼ନ୍ତୁ: ରୋମାଞ୍ଚକର ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ, ତିଲକ ବର୍ମା ପାଲଟିଲେ ଗେମ୍ ଚେଞ୍ଜର୍

୧୮୧ ରନ୍ର ଟାର୍ଗେଟ୍ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ମାତ୍ର ୭୦ ରନ୍ରେ ୫ଟି ଓ୍ବିକେଟ୍ ହରାଇଥିଲା ଭାରତ । ପରେ ନମନ ଧୀର ଓ ତିଲକ ବର୍ମାଙ୍କ ଷଷ୍ଠ ଓ୍ବିକେଟ ପାଇଁ ୨୪ ବଲ୍ରେ ୪୨ ରନ୍ର ପାର୍ଟନରସିପ୍ କରିଥିଲେ । ନମନ ଧୀର ଆଉଟ ହେବା ପରେ ତିଲକଙ୍କ ସାଥ୍ ଦେବାକୁ ପଡ଼ିଆକୁ ଆସିଥିଲେ ନୀତୀଶ ରେଡ୍ଡୀ ।
ଆଉ ଉଭୟ ୩୦ ବଲରେ ୬୯ ରନ୍ କରି ଭାରତକୁ ଏକ ରୋମାଞ୍ଚକର ବିଜୟ ଭେଟି ଦେଇଥିଲେ । ଭାରତ ପକ୍ଷରୁ ତିଲକ ବର୍ମା ସର୍ବାଧିକ ୫୧ ରନ୍ କରିଥିବା ବେଳେ ନମନ ଧୀର ୩୧ ରନ୍ କରିଥିଲେ । ଏହି ବିଜୟ ସହ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଭାରତ ୨-୦ରେ ଆଗୁଆ ରହିଛି । ଏହି ସିରିଜ ତୃତୀୟ ମ୍ୟାଚ୍ ଅକ୍ଟୋବର ୨୭ରେ ୱିଲିଂଟନ୍ରେ ଖେଳାଯିବ ।