Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhishek Sharma / ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ, ୨୫ ଇନିଂସରେ କଲେ ୯୩୬ ରନ୍‌

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ, ୨୫ ଇନିଂସରେ କଲେ ୯୩୬ ରନ୍‌

Key Points

ମେଲବର୍ଣ୍ଣରେ ହାରିଲା ଭାରତ । କିନ୍ତୁ ବଡ଼ ରେକର୍ଡ କଲେ ଅଭିଷେକ । କୋହଲିଙ୍କୁ ପକାଇଲେ ପଛରେ ।
ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚ୍‌ର ଭାରତର ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଅଭିଷେକ ଶର୍ମା ଓ ହର୍ଷିତ ରାଣାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁପାରିନାହାନ୍ତି । ତେବେ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଓପନର ଅଭିଷେକ ଶର୍ମା ୬୮ ରନ୍‌ର ଇନିଂସ ଖେଳି ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗିଛନ୍ତି ।

ବିରାଟଙ୍କ ରେକର୍ଡ ଭାଙ୍ଗିଲେ ଅଭିଷେକ

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଟି-୨୦ ଅନ୍ତଜାର୍ତୀୟରେ ପ୍ରଥମ ୨୫ଟି ଇନିଂସରେ ୯୦୬ ରନ୍‌ କରି ସର୍ବାଧିକ ରନ୍‌ ସ୍କୋରର ଥିଲେ । କିନ୍ତୁ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ ଅଭିଷେକ ଶର୍ମାଙ୍କ କୋହଲିଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି । ସେ ୨୫ ଇନିଂସରେ ୯୩୬ ରନ୍‌ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାଇରାଲ ହେଉଛି ବିରାଟ କୋହଲିଙ୍କ One 8 ରେସ୍ତୋରାଁର ଖାଦ୍ୟ ମେନ୍ୟୁ

୨୫ ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ସର୍ବାଧିକ ରନ୍ କରିଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଅଭିଷେକ ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି । ଏହି ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ଇଂଲଣ୍ଡର ଡେଭିଡ୍ ମାଲାନ୍ । ଯିଏକି ୨୫ ଇନିଂସରେ ୧୦୧୦ ରନ୍ କରିଥିଲେ । ସେହିପରି ବାବର ଆଜମ୍ ୯୫୨ ରନ୍ ସହିତ ଦ୍ୱିତୀୟ ଏବଂ ଡେଭିଡ୍ କନୱେ ୯୪୧ ରନ୍ ସହିତ ତୃତୀୟ ସ୍ଥାନରେ ଅଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ଅଭିଷେକ ଶର୍ମା ତାଙ୍କର ଷଷ୍ଠ ଟି-୨୦ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ ବର୍ତ୍ତମାନ ଟି-୨୦ରେ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍ । ଏହି ଇନିଂସ ତାଙ୍କ ଆଇସିସି ରେଟିଂ ତାଲିକା ସ୍ଥିତିକୁ ଆହୁରି ମଜବୁତ କରିବ ।

ତୃତୀୟ ଟି-୨୦ ଗୁରୁତ୍ୱପୂର୍ଣ୍ଣ

ଭାରତ-ଅଷ୍ଟ୍ରେଲିଆ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା କାରଣରୁ ଅଧାରୁ ବାତିଲ ହୋଇଥିଲା । ଏହା ପରେ ମେଲବର୍ଣ୍ଣରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍‌ରେ ଭାରତ ପରାଜୟ ବରଣ କରିଥିଲା । ସେଥିପାଇଁ ତୃତୀୟ ଟି-୨୦ ଜିତିବା ଭାରତ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ । କାହିଁକି ନା ଯଦି ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ବିଜୟ ଲାଭ କରେ ତେବେ ଭାରତ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତିଲେ ମଧ୍ୟ ସିରିଜ୍ ବରାବର୍ କରିପାରିବ । କିନ୍ତୁ ସିରିଜ୍‌ ଜିତିପାରିବ ନାହିଁ । ସୂଚନା ଅନୁସାରେ, ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ପରଠାରୁ ଖେଳାଯାଇଥିବା ସମସ୍ତ ପାଞ୍ଚଟି ଟି-୨୦ ସିରିଜ୍ ଜିତିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Abhishek Sharma Breaks Virat Kohli’s Record in T20Is with 936 Runs in 25 Innings | Argus News