2027 ODI World Cup / ବିଶ୍ଵକପ୍-୨୦୨୭ରେ ଆଫଗାନିସ୍ତାନର ଏଣ୍ଟ୍ରି; ଏପଟେ ୱେଷ୍ଟଇଣ୍ଡିଜର ବଢିଲା ଚିନ୍ତା, କଣ କହୁଛି ସମୀକରଣ
·2 weeks ago·2 min read

Key Points
କ୍ରିକେଟ୍ ବିଶ୍ଵକପ୍ ୨୦୨୭
ସିଟ୍ କନଫର୍ମ କଲା ଆଫଗାନିସ୍ତାନ
ଏପଟେ ୱେଷ୍ଟଇଣ୍ଡିର ବଢିଲା ଚିନ୍ତା
ସିଟ୍ କନଫର୍ମ କଲା ଆଫଗାନିସ୍ତାନ
ଏପଟେ ୱେଷ୍ଟଇଣ୍ଡିର ବଢିଲା ଚିନ୍ତା
ଆଫଗାନିସ୍ତାନ କ୍ରିକେଟ୍ ଦଳ ଅନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ଆଫଗାନିସ୍ତାନ ୨୦୨୭ ଆଇସିସି ଏକଦିବସୀୟ ବିଶ୍ୱକପ୍ ପାଇଁ ସିଧା ଏଣ୍ଟ୍ରି ମାରିଛି । ଲଗାତାର ବର୍ଷା ଯୋଗୁଁ ଆଫଗାନିସ୍ତାନ ଓ ଆୟରଲ୍ୟାଣ୍ଡ ମଧ୍ୟରେ ପ୍ରଥମ ODI ମ୍ୟାଚ୍ ରଦ୍ଦ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଆଫଗାନିସ୍ତାନ ବିଜୟୀ ହୋଇଥିଲା । ଏହା ସହିତ ଆୟରଲ୍ୟାଣ୍ଡର ସିଧାସଳଖ ବିଶ୍ଵକପ୍ ୨୦୨୭ ପାଇଁ କ୍ଵାଲିଫାଏ ହେବାର ସ୍ଵପ୍ନ ଧୂଳିସାତ ହୋଇଛି ।
ଆୟରଲ୍ୟାଣ୍ଡ ବିପକ୍ଷ ଏହି ୫ ଟିକିଆ ସିରିଜର ଦ୍ଵିତୀୟ ମ୍ୟାଚରେ ଆଫଗାନିସ୍ତାନ ୯୨ ରନରେ ବିଶାଳ ବିଜୟ ହାସଲ କରିଛି । ଏହାସହିତ ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଏକଦିବସୀୟ ବିଶ୍ଵକପ୍ ଲାଗି କ୍ଵାଲିଫାଏ କରିନେଇଛି । ଆଫଗାନିସ୍ତାନର ଏଣ୍ଟ୍ରି ୱେଷ୍ଟଇଣ୍ଡିଜ ପାଇଁ ମଧ୍ୟ ଏକ ବଡ଼ ଝଟକା । ଦୁଇ ଥର ଚାମ୍ପିଆନ୍ ଥିବା ୱେଷ୍ଟଇଣ୍ଡିଜ ଲାଗି ମଧ୍ୟ ସିଧାସଳଖ କ୍ଵାଲିଫାଏ କରିବା ଲାଗି ସୁଯୋଗ ନାହିଁ । ଯଦି ୱେଷ୍ଟଇଣ୍ଡିଜକୁ ୨୦୨୭ ବିଶ୍ଵକପର ଅଂଶ ହେବ ତେବେ ଦଳକୁ କ୍ଵାଲିଫାୟର ଖେଳିବାକୁ ପଡ଼ିବ।

- ବର୍ଷା ଧୋଇଦେଲା ଆୟରଲ୍ୟାଣ୍ଡର ସ୍ୱପ୍ନ
- କଣ କହୁଛି ICC ନିୟମ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଦୁଃଖକଥା ମନେ ପକାଇଲେ ରାହାଣେ...ଟେଷ୍ଟ ଡେବ୍ୟୁ ପାଇଁ କରିଥିଲେ ଲମ୍ବା ଅପେକ୍ଷା
ଆଇସିସି ସିଧାସଳଖ ଯୋଗ୍ୟତା ଅର୍ଜନ ପାଇଁ ସେପ୍ଟେମ୍ବର ୩୦, ୨୦୨୬ ତାରିଖ ଧାର୍ଯ୍ୟ କରିଛି । ବର୍ତ୍ତମାନର ରାଙ୍କିଙ୍ଗ ଆଧାରରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ନିଶ୍ଚିତ ହୋଇଛି । ଏବେ ୱେଷ୍ଟଇଣ୍ଡିଜ୍ ୭୭ ଅଙ୍କ ସହିତ ଦଶମ ସ୍ଥାନରେ ଅଛି । ଏହା ଉପରେ ବାଂଲାଦେଶ ୮୩ ଅଙ୍କ ସହିତ ନବମ ଓ ଆଫଗାନିସ୍ତାନ ୯୦ ଅଙ୍କ ସହିତ ଅଷ୍ଟମ ସ୍ଥାନରେ ଅଛି ।

- ଆଫଗାନ କ୍ରିକେଟର ବଢୁଥିବା ପ୍ରାଧାନ୍ୟ
Related Topics
Explore more stories