Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Virat Kohli / କୁଆଡ଼େ ଗଲା ବିରାଟଙ୍କ ଇନଷ୍ଟା ଆକାଉଣ୍ଟ ? ଅନୁଷ୍କାଙ୍କୁ ପ୍ରଶ୍ନ କରୁଛନ୍ତି ଫ୍ୟାନ୍ସ

Sushanta Sahoo
Browse all articles by Sushanta Sahoo
·5 months ago·2 min read
କୁଆଡ଼େ ଗଲା ବିରାଟଙ୍କ ଇନଷ୍ଟା ଆକାଉଣ୍ଟ ? ଅନୁଷ୍କାଙ୍କୁ ପ୍ରଶ୍ନ କରୁଛନ୍ତି ଫ୍ୟାନ୍ସ
Virat Kohli Instagram Mystery Leaves Fans Confused

Key Points

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଉଡ଼ି ଯାଇଛି । ଯାହାକୁ ନେଇ ବିରାଟଙ୍କ ପ୍ରଶଂସକ ଚକିତ ହୋଇ ଯାଇଛନ୍ତି ।
ମୁମ୍ବାଇ: ଭାରତର ପ୍ରସିଦ୍ଧ କ୍ରିକେଟର ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଉଡ଼ି ଯାଇଛି । ଯାହାକୁ ନେଇ ବିରାଟଙ୍କ ପ୍ରଶଂସକ ଚକିତ ହୋଇ ଯାଇଛନ୍ତି । ତେବେ ବିରାଟ ନିଜେ ଆକାଉଣ୍ଟକୁ ଡିଲିଟ୍ କରି ଦେଇଛନ୍ତି ନା କୌଣସି କାରଣରୁ ନିଲମ୍ବିତ ହୋଇଛି ?

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୨୭୦ ମିଲିୟନ୍ ଅର୍ଥାତ୍ ୨୭ କୋଟି ଫଲୋୟର୍ସ ରହିଛନ୍ତି । ବିରାଟଙ୍କ ଭେରିଫାଏଡ୍ ଆକାଉଣ୍ଟ ସର୍ଚ୍ଚ କଲେ ଆସୁଛି ପ୍ରୋଫାଇଲ୍ ଉପଲବ୍ଧ ନାହିଁ । ଯାହାକୁ ନେଇ ସୋସିଆଲ୍ ମିଡିଆରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି ।

ଏଥିସହ ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ବନ୍ଧୁକ ଜବତ; କେଉଁଠୁ ଆସିଲା, ପୋଲିସର ତନାଘନା

କୋହଲି ଇନଷ୍ଟାଗ୍ରାମରେ ଦୀର୍ଘ ଦିନରୁ ସକ୍ରିୟ ଅଛନ୍ତି । କ୍ରିକେଟ୍ ଅପଡେଟ୍‌ରୁ ନେଇ ବ୍ରାଣ୍ଡ କୋଲାବରସେନ କରୁଛନ୍ତି । ଏଭଳି ସମୟରେ ହଠାତ୍ ବିରାଟଙ୍କ ଇନଷ୍ଟା ଆକାଉଣ୍ଟ ହଟିଯିବା ସମସ୍ତଙ୍କୁ ଚକିତ କରିଛି।

ବିରାଟଙ୍କ ଇନଷ୍ଟା ଆକାଉଣ୍ଟ ହଟିବା ପରେ ସୋସିଆଲ୍ ମିଡିଆରେ ପ୍ରଂଶସକ ଅନୁଷ୍କା ଶର୍ମାଙ୍କ ଇନଷ୍ଟା ପୋଷ୍ଟରେ କମେଣ୍ଟ କରି ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି । ଲେଖିଛନ୍ତି, ଭାଇ କୁଆଡ଼େ ଗଲେ, ଆକାଉଣ୍ଟର କ'ଣ ହେଲା ?

ଏଥିସହ ପଢ଼ନ୍ତୁ: ବାଂଲାଦେଶ ସହ ହାତ ମିଳାଇଲା ପାକିସ୍ତାନ; ବିଶ୍ଵକପ୍‌ରେ ଭାରତ ବିପକ୍ଷରେ ଖେଳିବନି ମ୍ୟାଚ୍ !

ତେବେ କୋହଲିଙ୍କ ଆକାଉଣ୍ଟ ଗାଏବକୁ ନେଇ ସସପେନ୍ସ ଥିବା ବେଳେ ଇନଷ୍ଟାରେ ଭାଇରାଲ୍ ହେଉଛି ମିସିଂ ପେଙ୍ଗୁଇନ୍ । ପୋଷ୍ଟରେ ଲେଖା ଯାଇଛି, ୨୦୨୬ ରହସ୍ୟମୟ ଗାଏବ ହେବାର ବର୍ଷ ହେବାକୁ ଯାଉଛି । ଯେଉଁଠି କୋହଲି ଓ ପେଙ୍ଗୁଇନ୍ କାହାକୁ ନଜଣାଇ ୱାକ୍ ଆଉଟ୍ କରୁଛନ୍ତି ।

ଏହି ଖବର ଲେଖା ହେବା ବେଳକୁ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ସକ୍ରିୟ ରହିଛି । ପୂର୍ବ ପୋଷ୍ଟ ସବୁ ଦେଖା ଯାଉଛି । ତେବେ କେଉଁ କାରଣରୁ କିଛି ସମୟ ପାଇଁ ଆକାଉଣ୍ଟ ଗାଏବ ରହିଥିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Where Did Virat Kohli’s Instagram Account Go? Fans Panic | Argus News | Argus News