Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Arjun Tendulkar / ୫ ବର୍ଷ ପରେ ମୁମ୍ବାଇ ଛାଡ଼ିଲେ ତେନ୍ଦୁଲକର, ଜାଣନ୍ତୁ ଏବେ କେଉଁ ଟିମ୍‌ ପାଇଁ ଖେଳିବେ...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
୫ ବର୍ଷ ପରେ ମୁମ୍ବାଇ ଛାଡ଼ିଲେ ତେନ୍ଦୁଲକର, ଜାଣନ୍ତୁ ଏବେ କେଉଁ ଟିମ୍‌ ପାଇଁ ଖେଳିବେ...

Key Points

୫ ବର୍ଷ ପରେ ମୁମ୍ବାଇ ଛାଡ଼ିଲେ ତେନ୍ଦୁଲକର । ଏବେ ଲକ୍ଷ୍ନୌ ପାଇଁ ଖେଳିବେ । ଜାଣନ୍ତୁ MI କାହିଁକି ଛାଡ଼ିଲେ ଅର୍ଜୁନ ।
ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଅର୍ଜୁନ ତେନ୍ଦୁଲକରଙ୍କ ମଧ୍ୟରେ ପାଞ୍ଚ ବର୍ଷର ସମ୍ପର୍କ ଶେଷ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ସହ ଟ୍ରେଡ୍‌ କରିଛି । ଅର୍ଜୁନ IPL ୨୦୨୬ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳରେ ସାମିଲ ହୋଇଛନ୍ତି । ସୂଚନା ଅନୁସାରେ, ୨୦୨୧ ମସିହାରେ ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍ସର ଯୋଗ ଦେଇଥିଲେ । କିନ୍ତୁ ତାଙ୍କର ଡେବ୍ୟୁ ଦୁଇ ବର୍ଷ ପରେ ଅର୍ଥାତ ୨୦୨୩ରେ ହୋଇଥିଲା ।
ଲକ୍ଷ୍ନୌ ସୁପର ଜାଏଣ୍ଟସ ଅର୍ଜୁନ ତେନ୍ଦୁଲକରଙ୍କୁ ୩୦ ଲକ୍ଷ ଟଙ୍କାରେ ଟ୍ରେଡ୍‌ କରିଛି । ସେ ମୁମ୍ବାଇ ଇଣ୍ଡିଆନ୍ସରେ ମଧ୍ୟ ସମାନ ଦରମା ପାଉଥିଲେ । ଏପର୍ଯ୍ୟନ୍ତ, ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ତାଙ୍କର ଛୋଟ IPL କ୍ୟାରିୟରରେ, ଅର୍ଜୁନ ତେନ୍ଦୁଲକର ତିନୋଟି ୱିକେଟ ନେଇଛନ୍ତି ଏବଂ ତାଙ୍କର ଇକୋନୋମି ହାର ୯.୩୭ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅର୍ଜୁନ ତେନ୍ଦୁଲକରଙ୍କୁ ଧନ୍ୟବାଦ ଜଣାଇ ଲେଖିଛନ୍ତି, "ଅର୍ଜୁନ ତେନ୍ଦୁଲକର, ମୁମ୍ବାଇ ଇଣ୍ଡିଆନ୍ସ ପରିବାରର ଅଂଶ ହେବା ପାଇଁ ଧନ୍ୟବାଦ । MI ଦଳ ଆଶା କରୁଛି ଯେ ଲକ୍ଷ୍ନୌ ସୁପର ଜାଏଣ୍ଟସ ସହିତ ଆପଣଙ୍କ କ୍ୟାରିୟରର ଏହି ନୂତନ ଅଧ୍ୟାୟ ସଫଳ ହେବ । ଆପଣଙ୍କ ବିକାଶରେ ଅବଦାନ ଦେବା ଆମ ପାଇଁ ଗର୍ବର ବିଷୟ ଏବଂ ଆମେ ଆଶା କରୁଛୁ ଯେ ଆପଣ ଦମଦାର ପ୍ରଦର୍ଶନ କରି ଏକ ନୂତନ ପରିଚୟ ସୃଷ୍ଟି କରିବେ'।

ଅଧିକ ପଢ଼ନ୍ତୁ: କୋଲକାତାରେ ଭାରତର ଲଜ୍ଜାଜନକ ପରାଜୟ, ଏହି ୫ କାରଣ ପାଇଁ ହାରିଲା ଟିମ୍ ଇଣ୍ଡିଆ

ସୂଚନା ଅନୁସାରେ, ଅର୍ଜୁନ ତେନ୍ଦୁଲକର ଆଉ ଘରୋଇ କ୍ରିକେଟ ମୁମ୍ବାଇ ଦଳ ପାଇଁ ଖେଳୁନାହାନ୍ତି । ସେ ଅଗଷ୍ଟ ୨୦୨୨ରେ ମୁମ୍ବାଇ କ୍ରିକେଟ ଦଳ ଛାଡିଥିଲେ । ସେ ୨୦୨୨-୨୩ ଘରୋଇ ସିଜିନରେ ଗୋଆ ପାଇଁ ଖେଳିଥିଲେ। ଆଉ ଏବେ ଆଇପିଏଲରେ ମଧ୍ୟ ମୁମ୍ବାଇ ଦଳ ସହ ତାଙ୍କ ଯାତ୍ରା ଶେଷ ହୋଇଛି ।

ସେପଟେ ନଭେମ୍ବରରେ ୧୫ରେ ସମସ୍ତ ୧୦ ଫ୍ରାଞ୍ଚାଇଜ୍ ସେମାନଙ୍କ ରିଟେନ୍‌ ଓ ରିଲିଜ୍‌ ଲିଷ୍ଟ ଜାରି କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ସେମାନଙ୍କର କୋର୍‌ ଟିମ୍‌କୁ ବଜାୟ ରଖିଛି । ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତିଲକ ବର୍ମାଙ୍କ ସମେତ ୧୭ ଜଣ ଖେଳାଳିଙ୍କୁ ରିଟେନ୍‌ କରିଛି । ସେହିପରି ଟ୍ରେଡ୍‌ ମାଧ୍ୟମରେ ମୁମ୍ବାଇ ଶାର୍ଦ୍ଦୁଳ ଠାକୁର, ରଦରଫୋର୍ଡ ଓ ମୟଙ୍କ ମାର୍କଣ୍ଡେଙ୍କୁ ସାମିଲ କରିଛନ୍ତି । କିନ୍ତୁ ଡିସେମ୍ବର ହେବାକୁ ଥିବା ମିନି ନିଲାମରେ MI ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ । ସେମାନଙ୍କର ପସନ୍ଦର ଖେଳାଳିଙ୍କୁ ହାସଲ କରିବା କଷ୍ଟକର ହେବ, କାରଣ ସେମାନଙ୍କ ପର୍ସରେ ବହୁତ କମ୍ ଟଙ୍କା ବାକି ଅଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Arjun Tendulkar Leaves Mumbai Indians After 5 Years, Joins Lucknow Super Giants | Argus News