India A Squad Change / ସିରିଜ୍ ମଝିରେ ବଦଳିଲା ଟିମ୍ ଇଣ୍ଡିଆ ସ୍କ୍ବାଡ୍, ଦଳକୁ ଆସିଲେ ଏହି ଷ୍ଟାର କ୍ରିକେଟ୍ର
·2 hours ago·2 min read

Key Points
ଭାରତ A ଦଳରେ ବଡ଼ ପରିବର୍ତ୍ତନ
ଯୁଦ୍ଧବୀର OUT ଅଶୋକ ଶର୍ମା IN
ଲଗାତାର ହାର ମଧ୍ୟରେ BCCIର ବଡ଼ ନିଷ୍ପତ୍ତି
ଯୁଦ୍ଧବୀର OUT ଅଶୋକ ଶର୍ମା IN
ଲଗାତାର ହାର ମଧ୍ୟରେ BCCIର ବଡ଼ ନିଷ୍ପତ୍ତି
ଶ୍ରୀଲଙ୍କାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ରେ ଭାରତ A ଦଳ ଏବେ ବ୍ୟାକଫୁଟରେ ରହିଛି । ରାଷ୍ଟ୍ରୀୟ ସିରିଜରେ ଭାରତ ଏ ଦଳ ଲଗାତାର ଦୁଇଟି ମ୍ୟାଚ୍ ହାରିଛି । ଯାହାଫଳରେ ଭାରତର ଫାଇନାଲ ଯାତ୍ରାକୁ ଅତ୍ୟନ୍ତ କଷ୍ଟକର କରିଦେଇଛି । ତେବେ ଏହାରି ମଧ୍ୟରେ ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଭାରତ A ଦଳର ଜଣେ ଦ୍ରୁତ ବୋଲର ଆହତ ହୋଇଛନ୍ତି । ଯାହାଫଳରେ ସେ ବାକି ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି । ସେପଟେ ବିସିସିଆଇ ବିଳମ୍ବ ନକରି ତାଙ୍କ ବଦଳ ଖେଳାଳି ଘୋଷଣା କରିଛି । ଆଇପିଏଲ୍ ୨୦୨୬ରେ ଭଲ ପ୍ରଦର୍ଶନ କରିଥିବା ଏହି ଦ୍ରୁତ ବୋଲରଙ୍କୁ ଭାରତ ଏ ଦଳରେ ସାମିଲ କରାଯାଇଛି ।
ଅଧିକ ପଢ଼ନ୍ତୁ: ବୈଭବ ହୋଇପାରନ୍ତି ନିଲମ୍ବିତ; ଯୁକ୍ତିତର୍କ ଘଟଣାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଶଙ୍କା
ଭାରତ 'A' ଦଳରେ ବଡ଼ ପରିବର୍ତ୍ତନ
ଭାରତ ଏ ଦଳର ଅଂଶ ଥିବା ଯୁଦ୍ଧବୀର ସିଂହ ଜୁନ୍ ୧୩ ତାରିଖରେ ବୋଲିଂ କରିବା ସମୟରେ ତାଙ୍କ ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେ ଜୁନ୍ ୧୧ ତାରିଖରେ ମଧ୍ୟ ସମାନ ଯନ୍ତ୍ରଣା ଅନୁଭବ କରିଥିଲେ । ଡାକ୍ତରୀ ଦଳ ଜଣେ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ତାଙ୍କୁ ବିସିସିଆଇର CoE କୁ ପଠାଇବାକୁ ନିଷ୍ପତ୍ତି ନେଇଥିଲା । ଯାହାଫଳରେ ବିସିସିଆଇ ତାଙ୍କ ସ୍ଥାନରେ ଭାରତ ଏ ଦଳରେ ଉଦୀୟମାନ ଦ୍ରୁତ ବୋଲର ଅଶୋକ ଶର୍ମାଙ୍କୁ ସୁଯୋଗ ଦେଇଛି । ଅଶୋକ ଶର୍ମା IPL 2026 ରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଥିଲେ । ଏମିତିକି ସେ କିଛି ମ୍ୟାଚ୍ରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ ।
ଅଶୋକ ନିରନ୍ତର ଭାବେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ବୋଲିଂ କରୁଥିଲେ । ଭାରତ ଏ ଦଳରେ ସାମିଲ ହେବା ପରେ ଭାରତୀୟ ବୋଲିଂ ଲାଇନ୍ ଅଫ୍ ସୁଦୃଢ଼ ହେବ । ଜୁନ୍ ୧୭ରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଟିମ୍ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି ତା ଉପରେ ସମସ୍ତଙ୍କ ନଜର ରହିବ ।

🚨 News 🚨
— BCCI (@BCCI) June 16, 2026
Ashok Sharma added to India A squad for tri-series in Sri Lanka as a replacement for Yudhvir Singh.
More Details ▶️ https://t.co/Hvc2KSoBlv #TriNationSeries pic.twitter.com/jcZMZ0DDm8
ଅଶୋକ ନିରନ୍ତର ଭାବେ ଘଣ୍ଟାପ୍ରତି ୧୫୦ କିଲୋମିଟର ବେଗରେ ବୋଲିଂ କରୁଥିଲେ । ଭାରତ ଏ ଦଳରେ ସାମିଲ ହେବା ପରେ ଭାରତୀୟ ବୋଲିଂ ଲାଇନ୍ ଅଫ୍ ସୁଦୃଢ଼ ହେବ । ଜୁନ୍ ୧୭ରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଟିମ୍ ଇଣ୍ଡିଆ କିଭଳି ପ୍ରଦର୍ଶନ କରୁଛି ତା ଉପରେ ସମସ୍ତଙ୍କ ନଜର ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories