Asia Cup Final / ଫାଇନାଲ ମ୍ୟାଚ୍ ଖେଳିବେ ତ ଅଭିଷେକ ଓ ହାର୍ଦ୍ଦିକ ? ବଡ଼ ଅପଡେଟ୍ ଦେଲେ ବୋଲିଂ କୋଚ୍, କହିଲେ...

Key Points
ଏସିଆ କପ୍ ଫାଇନାଲ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆର ଟେନସନ୍ । ପାକିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ତ ହାର୍ଦ୍ଦିକ ଓ ଅଭିଷେକ । ବଡ଼ ଅପଡେଟ୍ ଦେଲେ ବୋଲିଂ କୋଚ୍...
ରବିବାର ଏସିଆ କପ୍-୨୦୨୫ର ଖେଳାଯିବ ଫାଇନାଲ ମୁକାବିଲା । ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏକ ବଡ଼ ମ୍ୟାଚ୍ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତର ଦୁଇ ଷ୍ଟାର କ୍ରିକେଟର ଆହାତ ହୋଇଛନ୍ତି । ଯାହାଫଳରେ ଫାଇନାଲ ଫାଇଟ ପୂର୍ବରୁ ଭାରତର ଚିନ୍ତା ବଢ଼ିଛି ।
ଶୁକ୍ରବାର ଦିନ ଏସିଆ କପ୍ ୨୦୨୫ର ଶେଷ ସୁପର-୪ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରେ ତା'ର ଅପରାଜେୟ ଧାରା ଜାରି ରଖିଛି ।
ତେବେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରିଥିବା ବେଳେ ଆଘାତ ସମସ୍ୟା ଦଳର ଚିନ୍ତା ବଢ଼ାଇ ଦେଇଛି । ମ୍ୟାଚ୍ ସମୟରେ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦମଦାର ଫର୍ମରେ ଥିବା ଓପନର ଅଭିଷେକ ଶର୍ମା ଆହତ କାରଣରୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା ।
ଏହାରି ମଧ୍ୟରେ ଉଭୟ ଷ୍ଟାର ଖେଳାଳିଙ୍କ ଆହାତକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ଟିମ୍ ଇଣ୍ଡିଆର ବୋଲିଂ କୋଚ୍ ମୋର୍ଣ୍ଣେ ମୋର୍କେଲ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଗଣମାଧ୍ୟମ ସହିତ ଆଲୋଚନା କରି ବୋଲିଂ ପ୍ରଶିକ୍ଷକ କହିଛନ୍ତି ଯେ ଅଭିଷେକ ସୁସ୍ଥ ଅଛନ୍ତି ଏବଂ ଶନିବାର ହାର୍ଦ୍ଦିକଙ୍କ ଯାଞ୍ଚ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଉଭୟ ଖେଳାଳି ଦ୍ୱିତୀୟ ଇନିଂସ ସମୟରେ ଆହାତ ପାଇଥିଲେ ଯାହାଫଳରେ ସେମାନେ ଫିଲ୍ଡିଂ କରିନଥିଲେ ।
ଅଧିକ ପଢ଼ନ୍ତୁ: ଗନ୍ ସେଲିବ୍ରେସନ୍ ଉପରେ ICCର ଶୁଣାଣି...ବଞ୍ଚିବା ପାଇଁ ଫରହାନ ନେଲେ ଧୋନୀ-କୋହଲିଙ୍କ ନାଁ
📱 Get Argus News App
✨
ହାର୍ଦ୍ଦିକ ତାଙ୍କ ବାମ ହାମଷ୍ଟ୍ରିଙ୍ଗ୍ ଆହାତ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ସେ ଶ୍ରୀଲଙ୍କା ଇନିଂସର ପ୍ରଥମ ଓଭର ବୋଲିଂ କରିବା ପରେ ପଡ଼ିଆ ଛାଡିଥିଲେ । ହାର୍ଦ୍ଦିକ ପ୍ରଥମ ଓଭରରେ କୁସଲ ମେଣ୍ଡିସଙ୍କୁ ଆଉଟ୍ କରିଥିଲେ । ଆଉ ପ୍ରଥମ ଓଭର ବୋଲିଂ କରିବା ପରେ ଆଉ ହାର୍ଦ୍ଦିକ ପଡ଼ିଆକୁ ଫେରିନଥିଲେ । ଅନ୍ୟପକ୍ଷରେ, ନବମ ଓଭରରେ ଅଭିଷେକ ଶର୍ମା ହାମଷ୍ଟ୍ରିଙ୍ଗ୍ କାରଣରୁ ଯନ୍ତ୍ରଣା ଅନୁଭବ କରିଥିଲେ । ଶେଷରେ ଦଶମ ଓଭରରେ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା ।
ସୁସ୍ଥ ଅଛନ୍ତି ଅଭିଷେକ
ପ୍ରେସ୍ କନଫରେନ୍ସରେ ମୋର୍ଣ୍ଣେ ମୋର୍କେଲ କହିଛନ୍ତି, "ମ୍ୟାଚ୍ ସମୟରେ ଉଭୟଙ୍କ କ୍ରାମ୍ପ ହୋଇଥିଲା । ଆମେ ଆଜି ରାତି ଏବଂ ଆସନ୍ତାକାଲି ସକାଳେ ହାର୍ଦ୍ଦିକଙ୍କୁ ମୂଲ୍ୟାଙ୍କନ କରି ନିଷ୍ପତ୍ତି ନେବୁ । ଅଭିଷେକ ଠିକ୍ ଅଛନ୍ତି ।" ମୋର୍କେଲ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନ ବିପକ୍ଷରେ ଏସିଆ କପ୍ ୨୦୨୫ ଫାଇନାଲର ଗୋଟିଏ ଦିନ ପୂର୍ବରୁ ଶନିବାର ଭାରତ କୌଣସି ପ୍ରାକ୍ଟସ୍ ସେସନ୍ କରିବ ନାହିଁ ।
Related Topics
Explore more stories