No Handshake Controversy / ଫାଇନାଲ ଜିତିବା ପରେ ଟ୍ରଫି ନେବ ତ ଭାରତ ? ନା ପିସିବି ଅଧ୍ୟକ୍ଷଙ୍କୁ ଅଣଦେଖା କରିବେ ସୂର୍ଯ୍ୟକୁମାର

Key Points
ରବିବାର ଏସିଆ କପ୍ ଫାଇନାଲ । ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏଥର ବି ଦେଖିବାକୁ ମିଳିପାରେ ନୋ ହ୍ୟାଣ୍ଡସେକ୍ ପାର୍ଟ-୩।
ଏସିଆ କପ୍-୨୦୨୫ ଫାଇନାଲ ସେପ୍ଟେମ୍ବର ୨୮ରେ ଖେଳାଯିବ । ୪୧ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଏହି ମ୍ୟାଚର ନୋ ହ୍ୟାଣ୍ଡସେକ୍ ବିବାଦ ପୁଣି ଦେଖିବାକୁ ମିଳିବ । କିନ୍ତୁ ଏଥର କାହାଣୀ ଟିକେ ଭିନ୍ନ ହୋଇପାରେ ।
ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ମଧ୍ୟରେ ନୋ ହ୍ୟାଣ୍ଡସେକ୍ ପାର୍ଟ-୩ ତ ନିଶ୍ଚିତ ଭାବେ ଦେଖିବାକୁ ମିଳିବ । କିନ୍ତୁ ଭାରତୀୟ ଦଳ କେବଳ ପାକିସ୍ତାନ ଦଳକୁ ନୁହେଁ ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)ର ଅଧ୍ୟକ୍ଷ ଏବଂ ଏସୀୟ କ୍ରିକେଟ୍ ପରିଷଦ (ACC) ର ସଭାପତି ମୋହସିନ୍ ନକଭିଙ୍କୁ ମଧ୍ୟ ଅଣଦେଖା କରିପାରେ ।
ସେପ୍ଟେମ୍ବର ୨୮ରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ପରେ ପୁରସ୍କାର ପ୍ରଦାନ ଉତ୍ସବରେ ପିସିବି ମୁଖ୍ୟ ମୋହସିନ୍ ନକଭି ନିଶ୍ଚିତ ଭାବେ ଉପସ୍ଥିତ ରହିବେ । ସେ ବିଜେତା ଦଳକୁ ଟ୍ରଫି ମଧ୍ୟ ପ୍ରଦାନ କରିବେ । ତେବେ ଏବେ ପ୍ରଶ୍ନ ହେଉଛି ଯଦି ଭାରତୀୟ ଦଳ ଏସିଆ କପ୍ ଫାଇନାଲ୍ ଜିତେ ତେବେ ସୂର୍ଯ୍ୟକୁମାର ଯାଦବ ମୋହସିନ୍ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବେ ତ ?
ତେବେ ଯଦି ଆମେ ଟିକେ ପଛକୁ ଫେରିବା, ପ୍ରାୟ ଦୁଇ ବର୍ଷ ପୂର୍ବେ... ଭାରତ ୧୭ ସେପ୍ଟେମ୍ବର ୨୦୨୩ରେ କଲମ୍ବୋରେ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ଏସିଆ କପ୍ ଟ୍ରଫି ଜିତିଥିଲା । ସେତେବେଳେ ଜୟ ଶାହ ACCର ଅଧ୍ୟକ୍ଷ ଏବଂ BCCIର ସଚିବ ଥିଲେ। ସେ ରୋହିତ ଶର୍ମାଙ୍କୁ ଟ୍ରଫି ପ୍ରଦାନ କରିଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ: ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ନବମ ଥର ଟ୍ରଫି ଜିତିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ତେବେ ଯଦି ଟିମ୍ ଇଣ୍ଡିଆ ୨୦୨୫ ଏସିଆ କପ୍ ଚାମ୍ପିଅନ୍ ହୁଏ ଏବଂ ମୋହସିନ ନକଭି ଟ୍ରଫି ଦେବାକୁ ଆସନ୍ତି ତେବେ ସୂର୍ଯ୍ୟକୁମାର ଯାଦବ କ'ଣ କରିବେ ? ନକଭି PCB ଏବଂ ACCରେ ଏକ ବଡ଼ ପଦବୀରେ ରହିବା ସହିତ ପାକିସ୍ତାନ ସରକାରରେ ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି । ଆଉ ଏହା ପୂର୍ବରୁ ମଧ୍ୟ ସେ ବିବାଦରେ ଅଛନ୍ତି । ତେଣୁ ଭାରତ ଜିତିବା ପରେ କି ଆଭିମୁଖ୍ୟ ଗ୍ରହଣ କରୁଛି ତାହା ଦେଖିବାର ବିଷୟ ।
ସୂଚନା ଅନୁସାରେ, ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ପରସ୍ପରକୁ ଦୁଇ ଥର ଭେଟିଛନ୍ତି । ସେପ୍ଟେମ୍ବର ୧୪ରେ ଗ୍ରୁପ ପର୍ଯ୍ୟାୟ ଓ ସେପ୍ଟେମ୍ବର ୨୧ରେ ସୁପର-୪ରେ ମୁହାଁମୁହିଁ ହୋଇଥିଲେ । ଆଉ ଉଭୟ ମ୍ୟାଚରେ ଭାରତ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା ।
ଉଭୟ ମ୍ୟାଚ୍ରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ସମୟରେ ପାକିସ୍ତାନୀ ଅଧିନାୟକ ସଲମାନ ଆଗାଙ୍କ ସହ ହାତ ମିଳାଇ ନଥିଲେ। ମ୍ୟାଚ୍ ପରେ ମଧ୍ୟ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବାକୁ ମନା କରିଦେଇଥିଲେ ।
Related Topics
Explore more stories