Videos
|
Sports

Asia Cup Final / 'ଅପରେସନ୍ ହ୍ବାଇଟ୍ ବଲ' ସଫଳ, ପାକିସ୍ତାନକୁ ହରାଇ ନବମ ଥର ଏସିଆ କପ୍ ଜିତିଲା ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
'ଅପରେସନ୍ ହ୍ବାଇଟ୍ ବଲ' ସଫଳ, ପାକିସ୍ତାନକୁ ହରାଇ ନବମ ଥର ଏସିଆ କପ୍ ଜିତିଲା ଭାରତ

Key Points

ନବମ ଥର ପାଇଁ ଭାରତ ଏସିଆ କପ ଚାମ୍ପିଅନ । ଅପରେସନ ସିନ୍ଦୂର ପରେ ଟିମ୍ ଇଣ୍ଡିଆ ବି ନେଲା ବଦଲା । ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ଭାରତ ।

ଅପରେସନ ସିନ୍ଦୂର ପରେ ଟିମ୍ ଇଣ୍ଡିଆ ବି ନେଲା ବଦଲା । ଏସିଆ କପ୍ ୨୦୨୫ର ଫାଇନାଲର ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ଭାରତ । ତିଲକ ବର୍ମାଙ୍କ ସ୍ମରଣୀୟ ଅର୍ଦ୍ଧଶତକୀୟ ଇନିଂସ ଓ ଶିବମ ଦୁବେଙ୍କ ଆକ୍ରମଣାତ୍ମକ ସାହସିକ ବ୍ୟାଟିଂ ବଳରେ ଭାରତ ଚିର ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୫ ଓ୍ଵିକେଟ୍‌ରେ ହରାଇ ଏସିଆ କପ୍ ୨୦୨୫ର ବିଜୟ ମୁକୁଟ ପିନ୍ଧିଛି ।


ଏହି ବିଜୟ ସହ ଭାରତ ନବମ ଥର ଟାଇଟଲ୍ ଜିତିଥିବା ବେଳେ ପାକିସ୍ତାନର ଟ୍ରଫି ସ୍ଵପ୍ନ ଧୂଳିସାତ ହୋଇଛି । ଚାମ୍ପିଅନ ହେବା ସହ ଭାରତୀୟବାସୀଙ୍କୁ ପୂଜା ଭେଟି ଦେଇଛନ୍ତି ସୂର୍ଯ୍ୟବାହିନୀ ।

ଅଧିକ ପଢ଼ନ୍ତୁ: ବିସିସିଆଇର ନୂଆ ଅଧ୍ୟକ୍ଷ ହେଲେ ମିଥୁନ୍, ରୋଜର ବିନ୍ନିଙ୍କ ପରେ ସମ୍ଭାଳିବେ ପଦ
ରବିବାର ଦୁବାଇ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ପାକିସ୍ତାନ ୧୪୬ ରନ୍ କରିଥିଲା । ପାକିସ୍ତାନ ପକ୍ଷରୁ ସାହିବଜାଦ ଫରହାନ୍ ସର୍ବାଧିକ ୫୭ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ଓ୍ବିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମ୍ରା ଓ ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— BCCI (@BCCI) September 28, 2025


୧୪୭ ରନର ବିଜୟ ଲକ୍ଷ୍ୟ ପଡ଼ିଆକୁ ଆସିଥିବା ଭାରତ ଆରମ୍ଭରୁ ଓ୍ବିକେଟ ହରାଇ ଥିଲା । ମାତ୍ର ୨୦ ରନରେ ୩ଟି ଓ୍ବିକେଟ ହରାଇଥିଲା ଭାରତ । କିନ୍ତୁ ଏହା ପରେ ତିଳକ ବର୍ମା ଓ ସଞ୍ଜୁ ସାମସନ ଦମଦାର ପାର୍ଟନରସିପ୍ କରି ଭାରତକୁ ବିଜୟ ଆଡକୁ ନେଇଥିଲେ । ସଞ୍ଜୁ ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଶିବମ ଦୁବେ ଓ ତିଳକ ବର୍ମା । ଶେଷରେ ତିଳକଙ୍କ ଦମଦାର ଅର୍ଦ୍ଧଶତକ ଓ ଦୁବେଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଭାରତ ୧୯.୪ ଓଭରରେ ଏହି ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ତିଳକ ବର୍ମା ଅପରାଜିତ ୬୯ ରନ୍ କରିଥିବା ବେଳେ ଦୁବେ ୩୩ ରନ ଦମଦାର ଇନିଂସ ଖେଳିଛନ୍ତି । ଏଥିସହ ଆଉ ୧୪ ଦିନରେ ପାକିସ୍ତାନକୁ ତୃତୀୟ ଥର ହରାଇଛି ଭାରତ । ଏହା ପୂର୍ବରୁ ଭାରତ ୨୦୨୩, ୨୦୧୮, ୨୦୧୬, ୨୦୧୦, ୧୯୯୫, ୧୯୯୦, ୧୯୮୮, ୧୯୮୪ରେ ଏସିଆ କପ୍ ଜିତିଥିଲା ।

Related Topics

Explore more stories

Asia Cup 2025: India Clinches Ninth Title | Argus News Odia