Videos
|
Sports

Asia Cup / ଅଭିଷେକ ଶର୍ମାଙ୍କ ୭୫ ରନ୍‌ର ବିସ୍ଫୋରକ ଇନିଂସ, ୧୬୯ ରନ୍‌ର ପିଛା କରୁଛି ବାଂଲାଦେଶ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ଅଭିଷେକ ଶର୍ମାଙ୍କ ୭୫ ରନ୍‌ର ବିସ୍ଫୋରକ ଇନିଂସ, ୧୬୯ ରନ୍‌ର ପିଛା କରୁଛି ବାଂଲାଦେଶ

Key Points

ପ୍ରଥମେ ଟସ୍ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଉତ୍ସାହଜନକ ଥିଲା ଭାରତର ବ୍ୟାଟିଂ । ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ କରିଛି ।

ଦୁବାଇ: ଏସିଆ କପ୍‌ର ସୁପର୍-୪ ମୁକାବିଲାରେ ବୁଧବାର ଭାରତ-ବାଂଲାଦେଶକୁ ଭେଟିଛି । ପ୍ରଥମେ ଟସ୍ ଜିତି ବାଂଲାଦେଶ ବୋଲିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଉତ୍ସାହଜନକ ଥିଲା ଭାରତର ବ୍ୟାଟିଂ । ଅଭିଷେକ ଶର୍ମା ଓ ଶୁବମନ ଗିଲ୍‌ଙ୍କ ଯୋଡ଼ି ବାଂଲା ବୋଲକୁ ପ୍ରହାର କରୁଥିଲେ । ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୮ ରନ୍ କରିଛି । ବାଂଲାଦେଶ ଆଗରେ ରଖିଛି ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ।


୬.୨ ଓଭରରେ ଭାରତର ଦଳୀୟ ସ୍କୋର୍ ୭୭ ରନ୍ ହୋଇଥିବା ବେଳେ ରିଷଦ ହୋସେନଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ଆଉଥିଲେ ଶୁବମନ ଗିଲ୍ । ଗିଲ୍ ୧୯ ବଲ୍‌ରେ ୨୯ ରନ୍ କରି ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାଟିଂ ପାଇଁ ଆସିଥିବା ଶିବମ ଦୁବେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ନଥିଲେ । ମାତ୍ର ୨ ରନ୍‌ କରି ଦଳୀୟ ସ୍କୋର୍ ୮୩ରେ ପ୍ୟାଭିଲିୟନ୍ ଫେରିଥିଲେ ଦୁବେ ।


ଏଥିସହ ପଢ଼ନ୍ତୁ: ଭୟଙ୍କର ସ୍ଥିତି ! ସରକାରୀ ଦପ୍ତରକୁ ପଥର ମାଡ଼, ପୋଲିସ ଗାଡ଼ି ପୋଡ଼ା ଜଳା..୪ ମୃତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ପାଇଁ ଆସିଥିବା ବେଳେ ୧୧.୧ ଓଭର୍‌ରେ ଖସିଥିଲା ଭାରତର ତୃତୀୟ ୱିକେଟ୍ । ଭାରତକୁ ମଜଭୁତ ସ୍ଥିତିକୁ ଆଣି ଓପନର୍ ଅଭିଷେକ ଶର୍ମା ରନ୍ ଆଉଟ୍ ହୋଇଥିଲେ । ୩୭ ବଲ୍‌ରେ ୫ଟି ଛକ୍କା, ୬ଟି ଚଉକା ସହାୟତାରେ ୭୫ ରନ୍ ସ୍କୋର୍ କରିଥିଲେ ଅଭିଷେକ । ଯାହାକି ଭାରତୀୟ ଟିମ୍‌କୁ ବଳ ଦେଇଥିଲା ।


୧୧.୬ ଓଭରରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୫ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ । ୧୪.୩ ଓଭରରେ ଦଳୀୟ ସ୍କୋର୍ ୧୨୯ ହୋଇଥିବା ବେଳେ ଖସିଥିଲା ତିଲକ ବର୍ମାଙ୍କ ୱିକେଟ୍ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା, ବାଂଲା ବୋଲର୍‌ଙ୍କୁ ପ୍ରହାର କରିବା ବେଳେ ତାଙ୍କ ୱିକେଟ୍ ଖସିଥିଲା । ୩୮ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ।


ଏଥିସହ ପଢ଼ନ୍ତୁ: ଦଶମ, ଦ୍ଵାଦଶ ପରୀକ୍ଷା ପାଇଁ CBSE ଜାରି କଲା ସୂଚୀ


ବାଂଲାଦେଶ ପକ୍ଷରୁ ରିଷଦ ହୋସନ୍ ସର୍ବାଧିକ ୨ଟି ୱିକେଟ୍ ନେଇଥିବା ବେଳେ ତଞ୍ଜିମ, ମୁସ୍ତାଫିଜର, ସୈଫୁଦିନ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ୧୬୯ ରନ୍‌ର ପିଛା କରୁଥିବା ବାଂଲାଦେଶ ପକ୍ଷରୁ ସୈଫ ହସନ ଏବଂ ତଞ୍ଜିଦ୍ ହସନ ଓପନିଂ କରିଥିଲେ । ୧.୨ ଓଭର୍‌ରେ ବାଂଲାଦେଶର ଦଳୀୟ ସ୍କୋର ୪ ରନ୍ ହୋଇଥିବା ପ୍ରଥମ ଝଟ୍‌କା ଲାଗିଛି । ବୁମ୍‌ରାଙ୍କ ବଲ୍‌ରେ ଶିବମ ଦୁବେଙ୍କ ଦ୍ଵାରା କ୍ୟାଚ୍ ଆଉଟ୍ ହୋଇଛନ୍ତି ତଞ୍ଜିଦ୍ ହସନ ।

Related Topics

Explore more stories