Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

IND vs SL / ଫାଇନାଲ ପୂର୍ବରୁ ଭାରତର ବଡ଼ ସ୍କୋର, ଶ୍ରୀଲଙ୍କା ଆଗରେ ରଖିଲା ୨୦୩ ରନର ଟାର୍ଗେଟ

Santosh Kumar Sahoo
Browse all articles by Santosh Kumar Sahoo
·9 months ago·2 min read
ଫାଇନାଲ ପୂର୍ବରୁ ଭାରତର ବଡ଼ ସ୍କୋର, ଶ୍ରୀଲଙ୍କା ଆଗରେ ରଖିଲା ୨୦୩ ରନର ଟାର୍ଗେଟ

Key Points

ଏସିଆ କପ ଶେଷ ସୁପର-୪ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ୨୦ ଓଭରରେ କଲା ୨୦୨ ରନ୍ ।

ଆଜି ଏସିଆ କପ୍-୨୦୨୫ରେ ଖେଳାଯାଉଛି ଶେଷ ସୁପର-୪ ମ୍ୟାଚ୍ । ମୁହାଁମୁହିଁ ହେଉଛନ୍ତି ଭାରତ-ଶ୍ରୀଲଙ୍କା । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି ଏହି ମ୍ୟାଚ୍ । ଏହି ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୨୦୨ ରନ୍ କରିଛି । ଯାହାଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୨୦୩ ରନ୍ ଆବଶ୍ୟକ ।


ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଟିମ୍ ଇଣ୍ଡିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା । ଆରମ୍ଭରୁ ଶୁବମନ ଗିଲ ଆଉଟ ହେବା ପରେ ମଧ୍ୟ ଆକ୍ରମଣାତ୍ମକ ଖେଳିଥିଲେ ଅଭିଷେକ ଶର୍ମା । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୬୧ ରନ୍ କରିଥିବା ବେଳେ ତିଳକ ବର୍ମା ୪୯ ରନ୍ କରିଥିଲେ ।


ସେପଟେ ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ୨୮ ସେପ୍ଟେମ୍ବରରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ୨୫ ସେପ୍ଟେମ୍ବରରେ ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ୧୧ ରନରେ ପରାସ୍ତ କରି ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ: ଗନ୍ ସେଲିବ୍ରେସନ୍ ଉପରେ ICCର ଶୁଣାଣି...ବଞ୍ଚିବା ପାଇଁ ଫରହାନ ନେଲେ ଧୋନୀ-କୋହଲିଙ୍କ ନାଁ


ଚଳିତ ଏସିଆ କପରେ ତୃତୀୟ ଥର ପାଇଁ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ । ପୂର୍ବରୁ ଦୁଇ ଦଳ ଗ୍ରୁପ୍‌ ପର୍ଯ୍ୟାୟ ଏବଂ ସୁପର୍‌ ଫୋର୍‌ରେ ପରସ୍ପରର ମୁହାଁମୁହିଁ ହୋଇଥିଲେ । ଆଉ ପାକିସ୍ତାନ ଉଭୟ ମ୍ୟାଚ୍‌ରେ ଶୋଚନୀୟ ପରାସ୍ତ ହୋଇଥିଲା । ଫାଇନାଲରେ ପୁଣି ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍-୨୦୨୫ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।


ଭାରତର ଚୁଡ଼ାନ୍ତ ଏକାଦଶ: ଅଭିଷେକ ଶର୍ମା, ଶୁବମନ ଗିଲ୍, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ତିଲକ ବର୍ମା, ସଞ୍ଜୁ ସାମସନ(ଓ୍ବିକେଟ କିପର), ହାର୍ଦ୍ଦିକ ପଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂ ଓ ବରୁଣ ଚକ୍ରବର୍ତ୍ତୀ


ଶ୍ରୀଲଙ୍କାର ଚୁଡ଼ାନ୍ତ ଏକାଦଶ: ପଥୁମ ନିସାଙ୍କା, କୁସଲ ମେଣ୍ଡିସ୍‌ (ୱିକେଟକିପର), କୁସଲ ପରେରା , ଚରିଥ ଅସଲାଙ୍କା (ଅଧିନାୟକ) , କାମିନ୍ଦୁ ମେଣ୍ଡିସ , ଦାସୁନ ଶନାକା , ୱାନିନ୍ଦୁ ହସରଙ୍ଗା, ଜେନିଥ ଲିଆନଗେ, ଦୁଷ୍ମନ୍ଥା ଚମିରା , ମହିଶ ଥିକ୍ଷାନା , ନିୱାନ ତୁଷାରା

Related Topics

Explore more stories

Sponsored
Asia Cup 2025: India Post 202/6 vs Sri Lanka, Set 203-Run Target Before Final | Argus News