Videos
|
Sports

Sports News / ଏସିଆନ୍ ଗେମ୍ସରେ ଭାରତର ଦ୍ୱିତୀୟ ଗୋଲ୍ଡ , ୧୦ ମିଟର ଏୟାର ପିସ୍ତଲରେ କମଲଜିତ-ସୁରୁଚିଙ୍କ ଐତିହାସିକ ସଫଳତା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଏସିଆନ୍ ଗେମ୍ସରେ ଭାରତର ଦ୍ୱିତୀୟ ଗୋଲ୍ଡ , ୧୦ ମିଟର ଏୟାର ପିସ୍ତଲରେ କମଲଜିତ-ସୁରୁଚିଙ୍କ ଐତିହାସିକ ସଫଳତା
Asian Games 2026

Key Points

ସ୍ୱର୍ଣ୍ଣ ଜିତିଲେ କମଲଜିତ-ସୁରୁଚି
୧୦ ମିଟର ଏୟାର ପିସ୍ତଲରେ ଗୋଲ୍ଡ
ଭାରତର ପଦକ ସଂଖ୍ୟା ୧୯
ଏସିଆନ ଗେମ୍ସ ୨୦୨୬ରେ ଭାରତକୁ ଦ୍ବିତୀୟ ସ୍ବର୍ଣ୍ଣ । ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଇଭେଣ୍ଟରେ କମଲଜିତ ସିଂହ ଓ ସୁରୁଚି ସିଂହଙ୍କ ଯୋଡ଼ି ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି। ଏହି ବିଜୟ ସହ ଏସିଆନ୍ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୧୯ରେ ପହଞ୍ଚିଛି । ଫାଇନାଲରେ କମଲଜିତ ଓ ସୁରୁଚିଙ୍କ ଯୋଡ଼ି ୪୮୪.୬ ପଏଣ୍ଟ ସ୍କୋର କରି ଦକ୍ଷିଣ କୋରିଆକୁ ୬.୬ ପଏଣ୍ଟରେ ପରାସ୍ତ କରିଥିଲେ ।

ଦକ୍ଷିଣ କୋରିଆ ୪୭୮ ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିବାବେଳେ ଇରାନ ୪୧୫.୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛି । ଆରମ୍ଭରୁ ହିଁ ଭାରତୀୟ କମଲଜିତ ଓ ସୁରୁଚିଙ୍କ ଯୋଡ଼ି ଦମଦାର ପ୍ରଦର୍ଶନ କରିଥିଲେ । ପ୍ରଥମ ସିରିଜରେ ଭାରତ ଦକ୍ଷିଣ କୋରିଆ ଉପରେ ୪.୯ ପଏଣ୍ଟର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ସିରିଜରେ କୋରିଆ ଭଲ ପ୍ରତ୍ୟାବର୍ତ୍ତନ କରି ଭାରତର ଅଗ୍ରଣୀକୁ ୧.୨ ପଏଣ୍ଟକୁ କମାଇ ଦେଇଥିଲା ।



ତେବେ ଚାପ ମଧ୍ୟରେ ମଧ୍ୟ କମଲଜିତ ଓ ସୁରୁଚି ଧୈର୍ଯ୍ୟ ହରାଇନଥିଲେ । ପରବର୍ତ୍ତୀ ସିରିଜଗୁଡ଼ିକରେ ଭାରତ ପୁଣି ଅଗ୍ରଣୀ ବଢ଼ାଇଥିଲା ଏବଂ ଏକ ସମୟରେ ଭାରତୀୟ ଯୋଡ଼ି ୭.୨ ପଏଣ୍ଟର ବଡ଼ ଅଗ୍ରଣୀ ହାସଲ କରିଥିଲେ । ଶେଷ ପର୍ଯ୍ୟାୟରେ ସୁରୁଚି ୧୦.୫ ସ୍କୋର କରିଥିବାବେଳେ କମଲଜିତ ୯.୫ ସ୍କୋର କରିଥିଲେ । ଶେଷରେ ଭାରତ ୬.୬ ପଏଣ୍ଟର ଅଗ୍ରଣୀ ସହ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ।

ଏହି ସ୍ୱର୍ଣ୍ଣ ସହ ୨୦୨୬ ଏସିଆନ୍ ଗେମ୍ସରେ ଭାରତର ପଦକ ସଂଖ୍ୟା ୧୯ରେ ପହଞ୍ଚିଛି । ଭାରତ ଏପର୍ଯ୍ୟନ୍ତ ୨ଟି ସ୍ୱର୍ଣ୍ଣ, ୮ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ ପଦକ ଜିତିଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ପୂର୍ବରୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା ।

ଏଥି ସହ ପଢନ୍ତୁ: ଏସୀୟ କ୍ରୀଡ଼ାରେ ୨୮ବର୍ଷ ପରେ ଇତିହାସ ରଚିଲେ ମୀରାବାଇ ଚାନୁ…ଜିତିଲେ ରୌପ୍ୟ ପଦକ




Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: