India Beats Pakistan / ୨ ୱିକେଟରେ ହାରିଲା ପାକିସ୍ତାନ; ଋଷି ଧୱନଙ୍କ ଦମଦାର ବ୍ୟାଟିଂ, ଶେଷ ଓଭର ଯାଏଁ ସସପେନ୍ସ
·1 month ago·2 min read

Key Points
ଏସିଆନ ଲେଜେଣ୍ଡସ୍ ଲିଗ୍ ୨୦୨୬
ପାକିସ୍ତାନକୁ ପାଣି ପିଆଇଲା ଭାରତ
ଶେଷ ଓଭର ଯାଏଁ ରୋମାଞ୍ଚକର ମ୍ୟାଚ୍
ପାକିସ୍ତାନକୁ ପାଣି ପିଆଇଲା ଭାରତ
ଶେଷ ଓଭର ଯାଏଁ ରୋମାଞ୍ଚକର ମ୍ୟାଚ୍
ଲୁସାକା (ଜାମ୍ଵିଆ): ଏସିଆନ୍ ଲେଜେଣ୍ଡସ୍ ଲିଗ୍ ୨୦୨୬ର ଷଷ୍ଠ ମ୍ୟାଚ୍ ଇଣ୍ଡିଆନ୍ ରୟାଲ୍ସ ଏବଂ ପାକିସ୍ତାନ ପାନ୍ଥର୍ସ ମଧ୍ୟରେ ଖେଳାଯାଇଥିଲା । ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନ ପାନ୍ଥର୍ସକୁ ୨ ୱିକେଟରେ ପରାସ୍ତ କରିଛି । ଇଣ୍ଡିଆନ୍ ରୟାଲ୍ସ ପାଇଁ ଋଷି ଧୱନ ଏବଂ ସରୁଲ କନୱାର ବ୍ୟାଟିଂ ଷ୍ଟାର ପାଲଟିଯାଇଥିଲେ । ଶେଷ ଓଭର ଯାଏଁ ମ୍ଯାଚ୍ ରୋମାଞ୍ଚକର ହୋଇଥିଲା । ଶେଷରେ ପାକିସ୍ତାନକୁ ପାଣି ପିଆଇ ଭାରତୀୟ ଦଳ ବମ୍ଫର ବିଜୟ ହାସଲ କରି ଫ୍ଯାନ୍ସଙ୍କ ମନ ଖୁସି କରିଛନ୍ତି ।
ଭାରତୀୟ ଦଳର ଶାଦାବ ଜକାତି ଏବଂ ସୁବୋଧ ଭାଟି ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚ୍ରେ ଋଷି ଧୱନ ୫୦ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ସେ ବୋଲିଂ ବେଳେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଏହା ଇଣ୍ଡିଆନ୍ ରୟାଲ୍ସର ଲଗାତାର ଦ୍ୱିତୀୟ ବିଜୟ । ପୂର୍ବରୁ ଭାରତୀୟ ଦଳ ବାଂଲାଦେଶ ଟାଇଗର୍ସକୁ ମଧ୍ୟ ପରାସ୍ତ କରି ବିଜୟ ହାସଲ କରିଥିଲା ।

- ପାକିସ୍ତାନ ପାନ୍ଥର୍ସର ପ୍ରଦର୍ଶନ କିପରି ଥିଲା?
- ଗର୍ଜିଲା ଋଷି ଧୱନଙ୍କ ବ୍ୟାଟ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଡବଲ୍ ସେଞ୍ଚୁରୀକୁ ୯୧ ବଲ୍ରେ ୨୫ ଛକା; ଅଭିଷେକ ଶର୍ମାଙ୍କ ଧୂଆଁଦାର ବ୍ୟାଟିଂରେ କମ୍ପିଲା ମୈଦାନ
ସେହିପରି ସରୁଲ କନୱାର ୨୯ ବଲ୍ରେ ୪୬ ରନ୍ ଯୋଗଦାନ ଦେଇଥିଲେ । ତାଙ୍କର ଏହି ଇନିଂସରେ ୩ଟି ଚୌକା ଏବଂ ୪ଟି ଛକା ମାରିଥିଲେ । ଅନୁରିତ ସିଂହ ୬ ବଲ୍ରେ ଅପରାଜିତ ୧୬ ରନ୍ କରି ବିଜୟ ସୁନିଶ୍ଚିତ କରିଥିଲେ । ଏହି ଚମତ୍କାର ଇନିଂସ ଯୋଗୁଁ ଇଣ୍ଡିଆନ୍ ରୟାଲ୍ସ ଏକ ରୋମାଞ୍ଚକର ବିଜୟ ହାସଲ କରି ଲଗାତାର ଦୁଇଟି ମ୍ଯାଚ୍ ଜିତିଛି ।

Related Topics
Explore more stories