Australia Cricket Decline / ବିଶ୍ବକପ୍ ଉପରେ ଗୋଡ଼ ରଖିଲେ, ଏବେ ଆଉ ଗୋଟିଏ ବି ଟ୍ରଫି ଜିତିପାରୁନି ଅଷ୍ଟ୍ରେଲିଆ...ଭୋଗୁଛି କର୍ମର ଫଳ
·4 months ago·3 min read

Key Points
୬ ଥର ବିଶ୍ୱ ଚାମ୍ପିଅନ୍
ଏବେ ଗ୍ରୁପ୍ ଷ୍ଟେଜ୍ରୁ ବିଦାୟ !
କେଉଁଠି ହାରିଗଲା ଅଷ୍ଟ୍ରେଲିଆ?
ଏବେ ଗ୍ରୁପ୍ ଷ୍ଟେଜ୍ରୁ ବିଦାୟ !
କେଉଁଠି ହାରିଗଲା ଅଷ୍ଟ୍ରେଲିଆ?
କ୍ରିକେଟ୍ରେ ଅଷ୍ଟ୍ରେଲିଆ ଏକ ଶକ୍ତିଶାଳୀ ଦଳ । ଦିନିକିଆ କ୍ରିକେଟ୍ରେ ନିଜର ଦବ୍ଦବା ଜାହିର କରିଆସିଛି ଅଷ୍ଟ୍ରେଲିଆ । ଦିନିକିଆ ବିଶ୍ବକପ୍ରେ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆ ୬ ଥର ବିଶ୍ବକପ୍ ଜିତି ଇତିହାସ ରଚିଛି । ଶେଷ ଥର ପାଇଁ ଅଷ୍ଟ୍ରେଲିଆ ୨୦୨୩ ଦିନିକିଆ ବିଶ୍ବକପ୍ରେ ଭାରତକୁ ହରାଇ ଚାମ୍ପିଆନ୍ ହୋଇଥିଲା ।
୨୦୨୩ ମସିହାରେ ICC ଦିନିକିଆ ବିଶ୍ବକପ୍ ଜିତିବା ପରେ ଅଷ୍ଟ୍ରେଲିଆ ଟିମ୍ ବିଶ୍ବକପ୍ ଟ୍ରଫି ସହ ଖୁସି ମନାଉଥିଲେ । କିନ୍ତୁ ସେହି ବିଜୟ ଉତ୍ସବ ମଧ୍ୟରେ ଗୋଟିଏ ଘଟଣା ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ମନକୁ ବେଶ୍ ଆଘାତ ଦେଇଥିଲା । କଙ୍ଗାରୁ ଦଳର କିଛି ଖେଳାଳି ଟ୍ରଫି ଉପରେ ପାଦ ରଖି ଫଟୋ ଉଠାଇଥିଲେ । ଆଉ ଏହାକୁ ଅନେକ ଅସମ୍ମାନ ବୋଲି କହିଥିଲେ ।
ବିଶ୍ବକପ୍ ଟ୍ରଫି ଉପରେ ପାଦ ରଖିବା ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବିବାଦ ଆରମ୍ଭ ହୋଇଥିଲା । କ୍ରିକେଟ୍ ପ୍ରେମୀ କହିଥିଲେ- ଟ୍ରଫି କେବଳ ଏକ ଧାତୁର ପ୍ରତୀକ ନୁହେଁ । ଏହା ସମ୍ମାନ ଓ ପରିଶ୍ରମର ପ୍ରତୀକ । ଏହା ଉପରେ ପାଦ ରଖିବା ଖେଳ ଆତ୍ମାକୁ ଅସମ୍ମାନ କରିବା ସମାନ ।
ତେବେ ଏହି ଘଟଣା ପରେ ଆରମ୍ଭ ହୋଇଥିଲା ଅଷ୍ଟ୍ରେଲିଆ କ୍ରିକେଟର ଅବନତି । ଦ୍ବିପାକ୍ଷିକ ସିରିଜ୍ ଭଲ ଖେଳୁଛି ଅଷ୍ଟ୍ରେଲିଆ । କିନ୍ତୁ ଯେତେବେଳେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଶୋଚନୀୟ ପରାଜୟ ବରଣ କରୁଛି । ୨୦୨୩ ଦିନିକିଆ ବିଶ୍ବକପ୍ ପରଠୁ ଅଷ୍ଟ୍ରେଲିଆ ୪ଟି ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିସାରିଲାଣି । କିନ୍ତୁ କେଉଁ ଟୁର୍ଣ୍ଣାମେଣ୍ଟର ବି ଟ୍ରଫି ଜିତିପାରୁନି ଅଷ୍ଟ୍ରେଲିଆ । ଦିନ ଥିଲା ଅଷ୍ଟ୍ରେଲିଆ କ୍ରିକେଟ୍ରେ ନିଜକୁ ବାଦଶାହ ବୋଲି ଭାବୁଥିଲା କିନ୍ତୁ ଏବେ ଏମିତି ସମୟ ଆସିଛି ଗ୍ରୁପ୍ ପର୍ଯ୍ୟାୟରୁ ବାଦ୍ ପଡ଼ିଛି ।
ପଢନ୍ତୁ ଏହି ଖବର: ଇତିହାସ ରଚିଲେ ଯୁବରାଜ, ସବୁଠୁ କମ୍ ବୟସରେ ବିଶ୍ବକପ୍ରେ ମାରିଲେ ଶତକ
୨୦୨୩ ଦିନିକିଆ ବିଶ୍ବକପ୍ ଟ୍ରଫି ଜିତିବା ପରେ ୨୦୨୪ରେ ଆଇସିସି ଟି-୨୦ ବିଶ୍ବକପ୍ ଖେଳାଯାଇଥିଲା । USA ଓ ଓ୍ବେଷ୍ଟଇଣ୍ଡିଜ୍ରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ସେମିଫାଇନାଲକୁ ମଧ୍ୟ ଯାଇପାରିନଥିଲା । ୨୦୨୪ ଟି-୨୦ ବିଶ୍ବକପ୍ର ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟ୍ରଫି ଜିତିଥିଲା ଟିମ୍ ଇଣ୍ଡିଆ ।
ଏହା ପରେ ୨୦୨୫ ମସିହା ଫେବ୍ରୁଆରୀ ୧୫ରେ ଆରମ୍ଭ ହୋଇଥିଲା ଆଉ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ଚାମ୍ପିଆନ୍ସ ଟ୍ରଫି । ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଯଦିଓ ସେମିଫାଇନାଲକୁ ପ୍ରବେଶ କରିଥିଲା । କିନ୍ତୁ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟ୍ରେ ପରାସ୍ତ କରିଥିଲା ଭାରତ । ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ମଧ୍ୟ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟ୍ରେ ହରାଇ ଟ୍ରଫି ହାତେଇଥିଲା ଟିମ୍ ଇଣ୍ଡିଆ ।
ଏହା ପରେ ୨୦୨୫ ମସିହା ଜୁନ୍ ୧୧ରେ ଆଉ ଏକ ଆଇସିସି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଖେଳିଥିଲା ଅଷ୍ଟ୍ରେଲିଆ । ଅବସର ଥିଲା ବିଶ୍ବ ଟେଷ୍ଟ ଚାମ୍ପିଆନ୍ସ ସିପ୍ ଫାଇନାଲ । ସାମ୍ନାରେ ଥିଲା ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚ୍ରେ ମଧ୍ୟ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଆନସିପ୍ ଟ୍ରଫି ଜିତିଥିଲା । ଆଉ ଅଷ୍ଟ୍ରେଲିଆ ଆଇସିସି ଟ୍ରଫି ଜିତିବାର ଆଉ ଏକ ସ୍ବପ୍ନ ଧରାଶୟୀ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ବର୍ଷା ବିଗାଡ଼ିଲା ବିଶ୍ବକପ୍ ଗଣିତ, ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ...ସୁପର-୮କୁ ଗଲା ଜିମ୍ବାଓ୍ବେ
ଲଗାତର ୩ଟି ଆଇସିସି ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିବାରେ ବିଫଳ ହେବା ପରେ ଅଷ୍ଟ୍ରେଲିଆ ଲକ୍ଷ୍ୟ ଥିଲା ୨୦୨୬ ଟି-୨୦ ବିଶ୍ବକପ୍ ଉପରେ । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ନୈରାଶଜନକ ପ୍ରଦର୍ଶନ କରିଛି ଅଷ୍ଟ୍ରେଲିଆ । ଜିମ୍ବାଓ୍ବେ ଓ ଶ୍ରୀଲଙ୍କାଠୁ ପରାସ୍ତ ହୋଇ ଶେଷରେ ୨୦୨୬ ଟି-୨୦ ବିଶ୍ବକପ୍ର ଗ୍ରୁପ୍ ଷ୍ଟେଜ୍ରୁ ବାଦ୍ ପଡ଼ିଛି ଅଷ୍ଟ୍ରେଲିଆ ।
ଏକ ସମୟରେ ବିଶ୍ୱ କ୍ରିକେଟ୍ରେ ନିଜର ଦବ୍ଦବା ଜାହିର କରୁଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଏବେ ଲଗାତର ଆଇସିସି ଟୁର୍ଣ୍ଣାମେଣ୍ଟରେ ବିଫଳତା ସମ୍ମୁଖୀନ ହେଉଛି । ୬ ଥର ଦିନିକିଆ ବିଶ୍ବକପ୍ ଜିତିବା ପରେ ଯେଉଁ ଦଳର ଆତ୍ମବିଶ୍ୱାସ ଶୀର୍ଷରେ ଥିଲା, ସେହି ଦଳ ଏବେ ପୁନଃ ନିଜ ପରିଚୟ ଖୋଜୁଛି । ତେବେ ଅଷ୍ଟ୍ରେଲିଆ କ୍ରିକେଟର ଏହି ବିଫଳତାକୁ ଅନେକ କ୍ରିକେଟ୍ ପ୍ରେମୀ 'କର୍ମର ଫଳ' ବୋଲି କହୁଛନ୍ତି ।
କିନ୍ତୁ କ୍ରିକେଟ୍ରେ ସଫଳତା ଏବଂ ବିଫଳତା ଏକ କଏନ୍ର ଦୁଇ ପଟ ପରି । ସମୟ ପରିବର୍ତ୍ତନ ହୁଏ, ଦଳ ବଦଳେ, ରଣନୀତି ବଦଳେ । ପ୍ରଶ୍ନ ହେଉଛି — ଅଷ୍ଟ୍ରେଲିଆ ପୁଣି ଥରେ ତା'ର ଦବ୍ଦବାକୁ ଫେରାଇ ପାରିବ କି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories