Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Australia / ସିରିଜ୍ ଜିତିଲା ଅଷ୍ଟ୍ରେଲିଆ, ୧୭ ବର୍ଷ ପରେ ଆଡିଲେଡ୍‌ରେ ହାରିଲା ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ସିରିଜ୍ ଜିତିଲା ଅଷ୍ଟ୍ରେଲିଆ, ୧୭ ବର୍ଷ ପରେ ଆଡିଲେଡ୍‌ରେ ହାରିଲା ଭାରତ

Key Points

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ସିରିଜ୍‌ ଜିତିଲା ଅଷ୍ଟ୍ରେଲିଆ । ୧୭ ବର୍ଷ ପରେ ଆଡିଲେଡରେ ହାରିଲା ଭାରତ ।
ଅଷ୍ଟ୍ରେଲିଆ-ଭାରତ ଦିନିକିଆ ସିରିଜ୍ ହାରିଲା ଭାରତ । ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୨-୦ରେ ହାରିଲା ଟିମ୍ ଇଣ୍ଡିଆ । ଆଡିଲେଡରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ମାଥ୍ୟୁ ସର୍ଟ ଏବଂ କୁପର କନୋଲିଙ୍କ ଦମଦାର ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ଭାରତକୁ ୨ ୱିକେଟରେ ପରାସ୍ତ କରିଛି । ଏହା ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ୯ ୱିକେଟ ବିନିମୟରେ ୨୬୪ ରନ କରିଥିଲା । ଜବାବରେ, ଅଷ୍ଟ୍ରେଲିଆ ୨୨ ବଲ୍ ବାକି ଥାଇ ୮ ୱିକେଟ ହରାଇ ମ୍ୟାଚ୍ ଜିତିଥିଲା । ୧୭ ବର୍ଷ ମଧ୍ୟରେ ଭାରତ ପ୍ରଥମ ଥର ପାଇଁ ଆଡିଲେଡରେ ଏକ ଦିନିକିଆ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିଛି ।

ଆଡିଲେଡରେ ଖେଳାଯାଇଥିବା ମ୍ୟାଚ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ସ୍ଲୋ ଆରମ୍ଭ କରିଥିଲା । ଆରମ୍ଭରୁ ଅଧିନାୟକ ଶୁବମନ ଗିଲ୍ ଓ ବିରାଟ କୋହଲିଙ୍କ ଓ୍ବିକେଟ ଯିବା ପରେ ମଧ୍ୟ ରୋହିତ କିନ୍ତୁ ଦମଦାର ବ୍ୟାଟିଂ କରିଥିଲେ । ରୋହିତ ଆୟରଙ୍କ ସହ ମିଶି ଏକ ଶତକୀୟ ପାର୍ଟନରସିପ୍ କରିଥିଲେ । କିନ୍ତୁ ରୋହିତ ଆଉଟ ହେବା ପରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୨୬୪ ରନ୍ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୭୩ ରନ୍ କରିଥିବା ବେଳେ ଶ୍ରେୟସ ଆୟର ୬୧ ରନ କରିଥିଲେ ।

ଅଧିକ ପଢ଼ନ୍ତୁ: IPL ୨୦୨୬ ପୂର୍ବରୁ ହେବ ବଡ଼ ପରିବର୍ତ୍ତନ, ଇଶାନ୍ କିଶାନଙ୍କୁ ନେବା ପାଇଁ ଲାଇନ୍‌ରେ ୩ ଫ୍ରାଞ୍ଚାଇଜ୍‌


୨୬୫ ରନର ଲକ୍ଷ୍ୟ ପିଛା କରୁଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଖରାପ ଥିଲା । ଅଧିନାୟକ ମିଚେଲ ମାର୍ଶ ୧୧ ଏବଂ ଟ୍ରାଭିସ୍ ହେଡ୍ ୨୮ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ମ୍ୟାଟ୍ ସର୍ଟ ଓ ମ୍ୟାଟ୍ ରେନଶା ତୃତୀୟ ୱିକେଟ୍ ପାଇଁ ୧୫୫ ରନର ପାର୍ଟନରସିପ୍ କରି ଦଳକୁ ଅଡ଼ୁଆରୁ ବାହାର କରିଥିଲେ ।

ତେବେ ରେନଶାଙ୍କ ଆଉଟ୍ ହେବା ପରେ ଆଲେକ୍ସ କେରି ମଧ୍ୟ ମାତ୍ର ୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଲାଗୁଥିଲା ଟିମ୍ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିବ, କିନ୍ତୁ କଙ୍ଗାରୁ ବ୍ୟାଟ୍ସମ୍ୟାନ୍ ଟିମ୍ ଇଣ୍ଡିଆର ଆଶାକୁ ଧୂଳିସାତ୍ କରିଦେଇଥିଲେ । ଅଷ୍ଟ୍ରେଲିଆ ଏହି ମ୍ୟାଚ୍କୁ ୨୨ ବଲ୍ ପୂର୍ବରୁ ନିଜ ନାମରେ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମ୍ୟାଥ୍ୟୁ ସର୍ଟ ୭୪ ରନ୍ କରିଥିବା ବେଳେ କୁପର୍ କୋନଲୀ ୬୧ ରନ୍ କରିଥିଲେ । ସେହିପରି ଭାରତ ପକ୍ଷରୁ ଅର୍ଶଦୀପ ସିଂ ୩ଟି ଓ୍ବିକେଟ ଅକ୍ତିଆର କରିଥିବା ବେଳେ ହର୍ଷିତ ରାଣା ୨ଟି ଓ୍ବିକେଟ୍ ନେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Australia Clinch ODI Series: India Lose in Adelaide After 17 Years | Argus News