Australian Women Cricketers / ଇନ୍ଦୋରରେ ମହିଳା କ୍ରିକେଟରଙ୍କୁ ଅସଦାଚରଣ, ହୋଟେଲରୁ କାଫେକୁ ଯିବା ବେଳେ....
·8 months ago·2 min read

Key Points
ଇନ୍ଦୋରରେ ଲଜ୍ଜା: ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ
ହୋଟେଲ୍ରୁ କାଫେକୁ ଯିବାବେଳେ ଜଣେ ବାଇକ୍ ଆରୋହୀଙ୍କ ଅସଦାଚରଣ
ସିସିଟିଭିରେ ବାଇକ୍ ଆରୋହୀ ଚିହ୍ନଟ

ଦିନିକିଆ ମହିଳା ବିଶ୍ବକପ୍ ଏବେ ଭାରତ ଏବେ ଜାରି ରହିଛି । ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଟିମ୍ ଇଣ୍ଡିଆ । ତେବେ ଏହାରି ମଧ୍ୟରେ ମହିଳା ବିଶ୍ବକପ୍କୁ ନେଇ ଏକ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଖବର ଖେଳ ସହ ଜଡ଼ିତ ନୁହେଁ ବରଂ ମହିଳା କ୍ରିକେଟରଙ୍କୁ ଅସଦାଚରଣର ।
ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଖେଳାଳିଙ୍କ ସହ ଅସଦାଚରଣ ମାମଲା ଇନ୍ଦୋରରେ ଆଲୋଡ଼ନ ସୃଷ୍ଟି କରିଛି । ଇନ୍ଦୋରର ଅତିରିକ୍ତ ଡିସିପି ରାଜେଶ ଦଣ୍ଡୋତିଆଙ୍କ ଅନୁଯାୟୀ, ଘଟଣାଟି ୨୩ ଅକ୍ଟୋବର ଗୁରୁବାର ପୂର୍ବାହ୍ନ ୧୧ଟାରେ ଘଟିଥିଲା । ଦୁଇଜଣ ଅଷ୍ଟ୍ରେଲିଆ ମହିଳା ଖେଳାଳି ହୋଟେଲ ରାଡିସନ ବ୍ଲୁ'ରୁ ନିକଟସ୍ଥ ଏକ କାଫେକୁ ଯାଉଥିବା ସମୟରେ ଜଣେ ଯୁବକ ବାଇକ୍ ଯୋଗେ ସେମାନଙ୍କ ପାଖକୁ ଆସି ଅସଦାଚରଣ କରି ଫେରାର୍ ହୋଇଯାଇଥିଲେ । ଅଷ୍ଟ୍ରେଲିଆ ମହିଳା ଦଳ ଦିନିକିଆ ବିଶ୍ୱକପ୍ ଖେଳିବା ପାଇଁ ଭାରତରେ ଅଛି ।
ତେବେ ଏନେଇ ଅଷ୍ଟ୍ରେଲିଆ ଖେଳାଳିମାନେ ତୁରନ୍ତ ଦଳର ସୁରକ୍ଷା ଅଧିକାରୀ ଡେନି ସିମନ୍ସଙ୍କୁ ଏକ ଏସଓଏସ୍ ବିଜ୍ଞପ୍ତି ପଠାଇଥିଲେ । ଯାହା ପରେ ସୁରକ୍ଷା ଦଳ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । MIG ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଆକିଲକୁ ଗିରଫ କରିଥିଲା । CCTV ଫୁଟେଜ୍ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ଏହି ଘଟଣା ଇନ୍ଦୋର ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି, ବିଶେଷକରି ଯେତେବେଳେ ଅନ୍ତର୍ଜାତୀୟ ଖେଳାଳିମାନେ ସହରରେ ଉପସ୍ଥିତ ରହିଛନ୍ତି ।
ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ ଅସଦାଚରଣ
ଇନ୍ଦୋର ଅତିରିକ୍ତ ଡିସିପି ରାଜେଶ ଦଣ୍ଡୋତିଆ ଏହି ମାମଲାରେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଅଭିଯୁକ୍ତ ଆକିଲକୁ ଗିରଫ କରାଯାଇଛି। ଅତିରିକ୍ତ ଡିସିପି କହିଛନ୍ତି ଯେ ହୋଟେଲରେ ପୋଲିସ ଉପସ୍ଥିତ ଥିଲେ, କିନ୍ତୁ କେଉଁଠି ତ୍ରୁଟି ଥିଲା ତାହା ସେମାନେ ତଦନ୍ତ କରୁଛନ୍ତି । ପୋଲିସ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ଆଜାଦ ନଗରର ବାସିନ୍ଦା । ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।
ଅଷ୍ଟ୍ରେଲିଆ ସେମିଫାଇନାଲରେ ପହଞ୍ଚିଛି
ଆଇସିସି ମହିଳା ବିଶ୍ୱକପ୍ 2025 ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଷ୍ଟ୍ରେଲିଆ ମହିଳା ବିଶ୍ବକପ୍ ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରଥମ ଦଳ ହୋଇଛି । ଅଷ୍ଟ୍ରେଲିଆ ବ୍ୟତୀତ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଭାରତ ମଧ୍ୟ ସେମିଫାଇନାଲରେ ସ୍ଥାନ ପକ୍କା କରିଛି ।

ଅଧିକ ପଢ଼ନ୍ତୁ: ସିଡନୀରେ କୋହଲିଙ୍କ 'ବିରାଟ ଅବତାର', ଭାଙ୍ଗିଲେ ତେନ୍ଦୁଲକରଙ୍କ ରେକର୍ଡ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories