Cricket / ୫୪ ରନ୍ରେ ଆଣ୍ଠେଇଲା ବାଂଲାଦେଶ, ହାରିଲା ମ୍ୟାଚ୍; ଗୋଟିଏ ପାଳିରେ ଏହି ବୋଲର ନେଲେ ୮ ୱିକେଟ୍
·1 hour ago·2 min read

Key Points
ଅଷ୍ଟ୍ରେଲିଆ ଗସ୍ତରେ ଥିବା ବାଂଲାଦେଶ ଟିମ୍ ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ବ୍ୟାକଫୁଟ୍ରେ ରହିଛି । ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ଅଭ୍ୟାସ୍ ମ୍ୟାଚ୍ରେ ବାଂଲାଦେଶର ପରାଜୟଠୁ ଅଧିକ ଚିନ୍ତା ବଢ଼ାଇ ଦେଇଛି ବ୍ୟାଟିଂ ।
ନୂଆଦିଲ୍ଲୀ: ବ୍ୟାକଫୁଟ୍ରେ ବାଂଲାଦେଶ । ଅଭ୍ୟାସ୍ ମ୍ୟାଚ୍ରେ କଟିଲା ନାକ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ବାଂଲାଦେଶ ଟିମ୍ ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ବ୍ୟାକଫୁଟ୍ରେ ରହିଛି । ଡାର୍ବିନର ମରାରା କ୍ରିକେଟ୍ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳା ଯାଇଥିବା ୩ ଦିବସୀୟ ଅଭ୍ୟାସ୍ ମ୍ୟାଚରେ ବାଂଲାଦେଶ ଗୋଟିଏ ପାଳି ଓ ୩୮ ରନ୍ ବ୍ୟବଧାନରେ ପରାସ୍ତ ହୋଇଛି ।
ତେବେ ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ଅଭ୍ୟାସ୍ ମ୍ୟାଚ୍ରେ ବାଂଲାଦେଶର ପରାଜୟଠୁ ଅଧିକ ଚିନ୍ତା ବଢ଼ାଇ ଦେଇଛି ବ୍ୟାଟିଂ । କାରଣ ବାଂଲାଦେଶ ଟିମ୍ ପ୍ରଥମ ପାଳିରେ ୨୬୩ ରନ କରିଥିବା ବେଳେ ଦ୍ଵିତୀୟ ପାଳିରେ ମାତ୍ର ୫୪ ରନ୍ ସ୍କୋର୍ କରିବାରେ ସକ୍ଷମ ହୋଇଛି । ଫଳରେ ମ୍ୟାଚ୍ ତୃତୀୟ ଦିନର ପ୍ରଥମାର୍ଦ୍ଧରେ ସରି ଯାଇଛି ।
ଏଥିସହ ପଢ଼ନ୍ତୁ: ରାତି ଗୋଟାଏରେ ସହାୟତା ପାଇଁ ଋଷଭଙ୍କ ଟ୍ଵିଟ୍; ଏମିତି ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଧାମି
ଅଷ୍ଟ୍ରେଲିଆର ଦ୍ରୁତ ବୋଲିଂ ଆଗରେ ବାଂଲାଦେଶର ବ୍ୟାଟର୍ ହାର ମାନିଛନ୍ତି । କ୍ରିକେଟ ଅଷ୍ଟ୍ରେଲିଆ ଏକାଦଶର ବାମ ହାତୀ ପେସ୍ ବୋଲର୍ କ୍ୟାମ୍ପବେଲ ଥମ୍ପସନ୍ ବାଂଲାଦେଶ ଟିମ୍କୁ ଧୂଳି ଚଟାଇ ଦେଇଛନ୍ତି ।
୨୨ ବର୍ଷୀୟ କ୍ୟାମ୍ପବେଲ ଥମ୍ପସନ୍ ଅଭ୍ୟାସ୍ ମ୍ୟାଚ୍ର ଦ୍ଵିତୀୟ ପାଳିରେ ୧୧ ଓଭର୍ ବୋଲିଂ କରିଛନ୍ତି । ମାତ୍ର ୨୫ ରନ୍ ଦେବା ସହ ନେଇଛନ୍ତି ୮ଟି ୱିକେଟ୍ । ଯେଉଁଥିରେ ୨ଟି ମେଡେନ୍ ୱିକେଟ୍ ମଧ୍ୟ ରହିଛି । ବଡ଼ କଥା ହେଉଛି କ୍ୟାମ୍ପବେଲ ଥମ୍ପସନ୍ ତାଙ୍କ କ୍ୟାରିୟର୍ରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମାତ୍ର ଫାର୍ଷ୍ଟ କ୍ଲାସ୍ ମୁକାବିଲା ଖେଳିଛନ୍ତି ।
ମ୍ୟାଚ୍ର ତୃତୀୟ ଦିନ ବାଂଲାଦେଶ ୨ ୱିକେଟ୍ ହରାଇ ଆଗକ ବଢ଼ିଥିଲା । ଯାହାପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଥିଲା । ଫଳରେ ମାତ୍ର ୧୭ ଓଭର୍ରେ ବାକି ୮ ଜଣ ବୋଲର ପାଭିଲିୟନ୍ ଫେରିଥିଲେ ।
ଓପନର୍ ତଞ୍ଜିଦ ହସନ ୨ ରନ୍ କରିଥିବା ବେଳେ ଅନ୍ୟ କେହି ଜଣେ ବି ଖେଳାଳି ୨ ଅଙ୍କ ସ୍କୋର୍ ଛୁଇଁ ପାରିନଥିଲେ । ୩ ଜଣ ଖେଳାଳି କୌଣସି ରନ୍ ନ କରି କ୍ୟାମ୍ପବେଲ ଥମ୍ପସନ୍ଙ୍କ ବଲ୍ରେ ଆଉଟ୍ ମଧ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବାଂଲାଦେଶ ଅଧିନାକ ନାଜମୂଲ ହୋସେନ ଶାଣ୍ଟୋ ଅଛନ୍ତି । ଯିଏ କି କୌଣସି ରନ୍ ନ କରି ଏଲବିଡବ୍ଲୁ ଆଉଟ୍ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଗୋଲ୍ଡ ମେଡାଲ୍ ପଛରେ ବିରାଟ କୋହଲିଙ୍କ ବଡ଼ ଭୂମିକା, ସାକ୍ଷୀ ଚୌଧୁରୀ କହିଲେ ସତ
କ୍ୟାମ୍ପବେଲ ଥମ୍ପସନ୍ ମ୍ୟାଚ୍ ଆରମ୍ଭରୁ ୫ଟି ୱିକେଟ୍ ନେଇ ବାଂଲାଦେଶର ଟପ୍ ଓ ମିଡିଲ୍ ଅର୍ଡରକୁ ଧ୍ଵସ୍ତ କରି ଦେଇଥିଲେ । ଯାହାପରେ ଅଫ୍ ସ୍ପିନର୍ କୋରି ୨ ଜଣଙ୍କୁ ଆଉଟ୍ କରିବା ପରେ ପୁଣି ଥରେ ଥମ୍ପସନ ମୋର୍ଚ୍ଚା ସମ୍ଭାଳି ଲଗାତାର ୨ ୱିକେଟ୍ ନେଇ ବାଂଲାଦେଶକୁ ଅଲ୍ ଆଉଟ୍ କରିଥିଲେ ।

Wow! Stunning figures from CA XI's Campbell Thompson on a horror morning for Bangladesh! #CAXIvBAN REPORT: https://t.co/zMqiS3OoyG pic.twitter.com/xBic6aavP8
— cricket.com.au (@cricketcomau) August 8, 2026
୨୨ ବର୍ଷୀୟ କ୍ୟାମ୍ପବେଲ ଥମ୍ପସନ୍ ଅଭ୍ୟାସ୍ ମ୍ୟାଚ୍ର ଦ୍ଵିତୀୟ ପାଳିରେ ୧୧ ଓଭର୍ ବୋଲିଂ କରିଛନ୍ତି । ମାତ୍ର ୨୫ ରନ୍ ଦେବା ସହ ନେଇଛନ୍ତି ୮ଟି ୱିକେଟ୍ । ଯେଉଁଥିରେ ୨ଟି ମେଡେନ୍ ୱିକେଟ୍ ମଧ୍ୟ ରହିଛି । ବଡ଼ କଥା ହେଉଛି କ୍ୟାମ୍ପବେଲ ଥମ୍ପସନ୍ ତାଙ୍କ କ୍ୟାରିୟର୍ରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ମାତ୍ର ଫାର୍ଷ୍ଟ କ୍ଲାସ୍ ମୁକାବିଲା ଖେଳିଛନ୍ତି ।
ମ୍ୟାଚ୍ର ତୃତୀୟ ଦିନ ବାଂଲାଦେଶ ୨ ୱିକେଟ୍ ହରାଇ ଆଗକ ବଢ଼ିଥିଲା । ଯାହାପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗିଥିଲା । ଫଳରେ ମାତ୍ର ୧୭ ଓଭର୍ରେ ବାକି ୮ ଜଣ ବୋଲର ପାଭିଲିୟନ୍ ଫେରିଥିଲେ ।
ଓପନର୍ ତଞ୍ଜିଦ ହସନ ୨ ରନ୍ କରିଥିବା ବେଳେ ଅନ୍ୟ କେହି ଜଣେ ବି ଖେଳାଳି ୨ ଅଙ୍କ ସ୍କୋର୍ ଛୁଇଁ ପାରିନଥିଲେ । ୩ ଜଣ ଖେଳାଳି କୌଣସି ରନ୍ ନ କରି କ୍ୟାମ୍ପବେଲ ଥମ୍ପସନ୍ଙ୍କ ବଲ୍ରେ ଆଉଟ୍ ମଧ୍ୟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବାଂଲାଦେଶ ଅଧିନାକ ନାଜମୂଲ ହୋସେନ ଶାଣ୍ଟୋ ଅଛନ୍ତି । ଯିଏ କି କୌଣସି ରନ୍ ନ କରି ଏଲବିଡବ୍ଲୁ ଆଉଟ୍ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ଗୋଲ୍ଡ ମେଡାଲ୍ ପଛରେ ବିରାଟ କୋହଲିଙ୍କ ବଡ଼ ଭୂମିକା, ସାକ୍ଷୀ ଚୌଧୁରୀ କହିଲେ ସତ
କ୍ୟାମ୍ପବେଲ ଥମ୍ପସନ୍ ମ୍ୟାଚ୍ ଆରମ୍ଭରୁ ୫ଟି ୱିକେଟ୍ ନେଇ ବାଂଲାଦେଶର ଟପ୍ ଓ ମିଡିଲ୍ ଅର୍ଡରକୁ ଧ୍ଵସ୍ତ କରି ଦେଇଥିଲେ । ଯାହାପରେ ଅଫ୍ ସ୍ପିନର୍ କୋରି ୨ ଜଣଙ୍କୁ ଆଉଟ୍ କରିବା ପରେ ପୁଣି ଥରେ ଥମ୍ପସନ ମୋର୍ଚ୍ଚା ସମ୍ଭାଳି ଲଗାତାର ୨ ୱିକେଟ୍ ନେଇ ବାଂଲାଦେଶକୁ ଅଲ୍ ଆଉଟ୍ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories