Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Cricket / T20 ବିଶ୍ଵକପ୍ ଖେଳିବାକୁ ବାଂଲାଦେଶ ଆସିବନି ଭାରତ; IPL ବିବାଦ ଭିତରେ ବଡ଼ ନିଷ୍ପତ୍ତି

Sushanta Sahoo
Browse all articles by Sushanta Sahoo
·6 months ago·2 min read
T20 ବିଶ୍ଵକପ୍ ଖେଳିବାକୁ ବାଂଲାଦେଶ ଆସିବନି ଭାରତ; IPL ବିବାଦ ଭିତରେ ବଡ଼ ନିଷ୍ପତ୍ତି
Bangladesh Refuses to Travel to India for T20 World Cup 2026 After IPL Row

Key Points

ଆସିଫ ନଜଋଲ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି, "ବାଂଲାଦେଶ ବିଶ୍ଵକପ୍ ଖେଳିବାକୁ ଭାରତ ଯିବ ନାହିଁ । ବାଂଲାଦେଶ କ୍ରିକେଟ୍ ବୋର୍ଡ ନେଇଥିବା ନିଷ୍ପତ୍ତିକୁ ସ୍ଵାଗତ କରୁଛି ।
ଢାକା: ଆଇସିସି ପୁରୁଷ ଟି-ଟ୍ଵେଣ୍ଟି ବିଶ୍ଵକପ୍ ୨୦୨୬ ଖେଳିବାକୁ ବାଂଲାଦେଶ ଟିମ୍ ଭାରତ ଆସିବ ନାହିଁ । ବାଂଲାଦେଶର ଖେଳ ପରାମର୍ଶଦାତା ଆସିଫ ନଜଋଲ ରବିବାର ସୋସିଆଲ୍ ମିଡିଆରେ ଏନେଇ ସ୍ପଷ୍ଟ କରିଛନ୍ତି । ନଜଋଲ କହିଛନ୍ତି, "ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) ବୈଠକ ପରେ ଏହି ବଡ଼ ନିଷ୍ପତ୍ତି ନେଇଛି ।"

ତେବେ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ICC) ଏହି ପ୍ରସଙ୍ଗରେ କେଉଁ ପ୍ରକାର ଆଭିମୁଖ୍ୟ ଗ୍ରହଣ କରୁଛି ଦେଖିବାର କଥା । କାରଣ ବିଶ୍ଵକପ୍ ଭଳି ଇଭେଣ୍ଟର କାର୍ଯ୍ୟସୂଚୀ ଅନେକ କିଛି ଆଇସିସି ପ୍ରସ୍ତୁତ କରିଥାଏ ।

ଏଥିସହ ପଢ଼ନ୍ତୁ: କେଁ ପୁରାଇଲା ବାଂଲାଦେଶ; ଭାରତ ବଦଳରେ ବିଶ୍ଵକପ୍‌ର ସବୁ ମ୍ୟାଚ୍ ଶ୍ରୀଲଙ୍କାରେ କରିବାକୁ ଦାବି

ଆସିଫ ନଜଋଲ ଫେସବୁକ୍ ଆକାଉଣ୍ଟରେ ଲେଖିଛନ୍ତି, "ବାଂଲାଦେଶ ବିଶ୍ଵକପ୍ ଖେଳିବାକୁ ଭାରତ ଯିବ ନାହିଁ । ବାଂଲାଦେଶ କ୍ରିକେଟ୍ ବୋର୍ଡ ନେଇଥିବା ନିଷ୍ପତ୍ତିକୁ ସ୍ଵାଗତ କରୁଛି । ଏଭଳି ନିଷ୍ପତ୍ତି ଭାରତୀୟ କ୍ରିକେଟ୍ ବୋର୍ଡର ଆକ୍ରମଣାତ୍ମକ ସାମ୍ପ୍ରଦାୟିକ ନୀତିର ଜବାବରେ ନିଆଯାଇଛି ।"

ବାଂଲାଦେଶର ପେସ୍‌ର ମୁସ୍ତାଫିଜୁର ରହମାନଙ୍କୁ ଆଇପିଏଲ୍‌ରୁ ମୁକ୍ତ କରିବା ପରେ ବାଂଲାଦେଶ କ୍ରିକେଟ୍ ବୋର୍ଡର ଏଭଳି ନିଷ୍ପତ୍ତି ନେଇଛି । ମୁସ୍ତାଫିଜୁର ରହମାନଙ୍କୁ ରିଲିଜ୍ କରିବା ଲାଗି କୋଲକାତା ନାଇଟ୍ ରାଇଡର୍ସକୁ ନିର୍ଦ୍ଦେଶ ଦେଇଥିଲା ବିସିସିଆଇ । ଏହା ପରେ ମୁସ୍ତାଫିଜୁର ରହମାନଙ୍କୁ କେକେଆର୍ ମୁକ୍ତ କରିଥିଲା ।

ଗତମାସରେ ହୋଇଥିବା ଆଇପିଏଲ୍ ନିଲାମୀରେ କୋଲକାତା ନାଇଟ୍ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟିରେ କିଣିଥିଲା । ଗତ ସପ୍ତାହ ମଧ୍ୟରେ ବାଂଲାଦେଶରେ ୪ ଜଣ ହିନ୍ଦୁଙ୍କ ଆକ୍ରମଣ ପରେ ଆଇପିଏଲ୍‌ରେ ବାଂଲାଦେଶୀ ଖେଳାଳି ଖେଳିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଯାହା ପରେ ବଡ଼ ନିଷ୍ପତ୍ତି ନେଇଥିଲା ବିସିସିଆଇ ।

ଶୁକ୍ରବାର ବାଂଲାଦେଶ କ୍ରିକେଟ୍ ବୋର୍ଡ ତାର ଘରୋଇ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଘୋଷଣା କରିଛି । ଯେଉଁଥିରେ ଭାରତ ବିପକ୍ଷରେ ସୀମିତ ଓଭର୍ ସିରିଜ୍ ରହିଥିଲା । ଏହି ସିରିଜ୍ ୨୦୨୫ରୁ ହିଁ ପ୍ରସ୍ତାବିତ ଥିବାବେଳେ ପରେ ଏହାକୁ ଟାଳି ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ଧମକାଇଲେ ଟ୍ରମ୍ପ; 'ମେକ୍ସିକୋରୁ ନେଇ କଲୋମ୍ବିଆ ପର୍ଯ୍ୟନ୍ତ ଆମେରିକା କିଛି ବି କରିପାରେ...'

ଟି-ଟ୍ଵେଣ୍ଟି ବିଶ୍ଵକପ୍‌ର ଲିଗ୍ ମ୍ୟାଚ୍‌ରେ ବାଂଲାଦେଶ କୋଲକାତା ଓ ମୁମ୍ବାଇରେ ୪ଟି ମ୍ୟାଚ୍ ଖେଳିବା ନିର୍ଦ୍ଧାରିତ ହୋଇଛି । ନିର୍ଦ୍ଧାରିତ ସୂଚୀ ଅନୁସାରେ, ବାଂଲାଦେଶ ୭ ଫେବ୍ରୁଆରୀରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ, ୯ ଫେବ୍ରୁଆରୀରେ ଇଟାଲି ବିପକ୍ଷରେ ୧୪ରେ ଇଂଲଣ୍ଡ ବିପକ୍ଷରେ ୩ଟି ଯାକ ମ୍ୟାଚ୍ କୋଲକାତାରେ ଖେଳାଯିବ । କିନ୍ତୁ ଏବେର ସ୍ଥିତିକୁ ବଦଳି ଯାଇଛି ।

ଆଇସିସିକୁ ପତ୍ର ଲେଖି ବାଂଲାଦେଶ ଟି-ଟ୍ଵେଣ୍ଟି ବିଶ୍ଵକପ୍‌ରେ ଦଳ ଖେଳିବାକୁ ଥିବା ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତରଣ ପାଇଁ ଦାବି କରିଛି । ବାଂଲାଦେଶ ସୁରକ୍ଷା କାରଣ ଓ ବର୍ତ୍ତମାନର ଉତ୍ତେଜନାକୁ ଦେଖି ସମସ୍ତ ମୁକାବିଲା ଶ୍ରୀଲଙ୍କାକୁ ସ୍ଥାନାନ୍ତରଣ କରିବାକୁ ଚାହୁଁଛି । ସୂଚନାଯୋଗ୍ୟ, ପାକିସ୍ତାନ ତାର ସମସ୍ତ ମ୍ୟାଚ୍ ପୂର୍ବରୁ ଶ୍ରୀଲଙ୍କାରେ ଖେଳିବାକୁ ନିର୍ଦ୍ଧାରଣ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bangladesh Will Not Travel to India for T20 World Cup 2026 | Argus News | Argus News