Bangladesh World Cup Squad / ଟି-୨୦ ବିଶ୍ବକପ୍ ପାଇଁ ଦଳ ଘୋଷଣା କଲା ବାଂଲାଦେଶ, ଜଣେ ହିନ୍ଦୁ ଖେଳାଳି ହେଲେ ଅଧିନାୟକ
·8 months ago·2 min read

Key Points
ଟି-୨୦ ବିଶ୍ୱକପ୍ ପାଇଁ ବାଂଲାଦେଶ ଦଳ ଘୋଷଣା, ଲିଟନ୍ ଦାସ ହେଲେ ଅଧିନାୟକ
ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଭାରତ-ଶ୍ରୀଲଙ୍କା ମିଳିତ ଭାବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । ୨୦୨୬ ଟି-୨୦ ବିଶ୍ବକପ୍ ପାଇଁ ବାଂଲାଦେଶ ଦଳ ଘୋଷଣା କରାଯାଇଛି । ଯେଉଁଥିରେ ଲିଟନ୍ ଦାସ ଅଧିନାୟକ ଏବଂ ମହମ୍ମଦ ସୈଫ୍ ହାସନ୍ ଉପ-ଅଧିନାୟକ ଅଛନ୍ତି । ବାଂଲାଦେଶ ବିଶ୍ୱକପର ଗ୍ରୁପ୍ 'ସି'ରେ ସ୍ଥାନିତ ହୋଇଛି । ଦଳର ଚାରିଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ମଧ୍ୟରୁ ତିନୋଟି କୋଲକାତାର ଇଡେନ୍ ଗାର୍ଡେନରେ ଏବଂ ଗୋଟିଏ ମୁମ୍ବାଇର ୱାଙ୍ଖଡେରେ ଖେଳାଯିବ ।
ତାନଜିଦ୍ ହାସନ୍, ମହମ୍ମଦ ପରଭେଜ୍ ହୋସେନ୍ ଏବଂ ତୌହିଦ୍ ହୃଦୟଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତେବେ ଏହା ପ୍ରଥମ ଥର ନୁହେଁ ଲିଟନ୍ ଦାସ ବାଂଲାଦେଶ ଦଳର ଅଧିନାୟକ ହେବେ । ଲିଟନ୍ ଦାସ ୨୯ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ସେଥିମଧ୍ୟରୁ ୧୫ଟି ମ୍ୟାଚ୍ରେ ବିଜୟଲାଭ କରିଥିବା ବେଳେ ୧୩ଟି ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଛନ୍ତି ଏବଂ ଗୋଟିଏ ମ୍ୟାଚ୍ ଡ୍ର' ରହିଥିଲା । ତେବେ ସ୍ଥିତିରେ ଏହା ଗୁରୁତ୍ବପୂର୍ଣ୍ଣ କାରଣ ସମ୍ପ୍ରତି ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଅନେକ ରିପୋର୍ଟ ଆସିଛି ।
ବାଂଲାଦେଶ ଟି-୨୦ ବିଶ୍ୱକପ୍ ୨୦୨୬ ଦଳ
ଲିଟନ୍ ଦାସ (ଅଧିନାୟକ), ମହମ୍ମଦ ସୈଫ୍ ହାସନ୍ (ଉପ-ଅଧିନାୟକ), ତାନଜିଦ୍ ହାସନ୍, ମହମ୍ମଦ ପରଭେଜ୍ ହୋସେନ୍ ଇମୋନ୍, ତୌହିଦ୍ ହୃଦୟ, ଶାମିମ୍ ହୋସେନ୍, କାଜି ନୁରୁଲ୍ ହାସନ୍ ସୋହାନ୍, ସାକିବ୍ ମାହେଦି ହାସନ୍, ରିଶାଦ୍ ହୋସେନ୍, ନାସୁମ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ, ତାନଜିମ୍ ହାସନ୍ ସକିବ୍, ତସ୍କିନ୍ ଅହମ୍ମଦ, ମହମ୍ମଦ ଶୈଫୁଦ୍ଦିନ୍ ଏବଂ ଶୋରିଫୁଲ୍ ଇସଲାମ୍ ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ପରବର୍ତ୍ତୀ ବିରାଟ କୋହଲି କିଏ ? ଇରଫାନ୍ ପଠାନ୍ ଦେଲେ ବଡ଼ ବୟାନ
ତାନଜିଦ୍ ହାସନ୍, ମହମ୍ମଦ ପରଭେଜ୍ ହୋସେନ୍ ଏବଂ ତୌହିଦ୍ ହୃଦୟଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତେବେ ଏହା ପ୍ରଥମ ଥର ନୁହେଁ ଲିଟନ୍ ଦାସ ବାଂଲାଦେଶ ଦଳର ଅଧିନାୟକ ହେବେ । ଲିଟନ୍ ଦାସ ୨୯ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ସେଥିମଧ୍ୟରୁ ୧୫ଟି ମ୍ୟାଚ୍ରେ ବିଜୟଲାଭ କରିଥିବା ବେଳେ ୧୩ଟି ମ୍ୟାଚ୍ରେ ପରାଜୟର ସ୍ବାଦ ଚାଖିଛନ୍ତି ଏବଂ ଗୋଟିଏ ମ୍ୟାଚ୍ ଡ୍ର' ରହିଥିଲା । ତେବେ ସ୍ଥିତିରେ ଏହା ଗୁରୁତ୍ବପୂର୍ଣ୍ଣ କାରଣ ସମ୍ପ୍ରତି ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଅନେକ ରିପୋର୍ଟ ଆସିଛି ।
ବାଂଲାଦେଶ ଟି-୨୦ ବିଶ୍ୱକପ୍ ୨୦୨୬ ଦଳ
ଲିଟନ୍ ଦାସ (ଅଧିନାୟକ), ମହମ୍ମଦ ସୈଫ୍ ହାସନ୍ (ଉପ-ଅଧିନାୟକ), ତାନଜିଦ୍ ହାସନ୍, ମହମ୍ମଦ ପରଭେଜ୍ ହୋସେନ୍ ଇମୋନ୍, ତୌହିଦ୍ ହୃଦୟ, ଶାମିମ୍ ହୋସେନ୍, କାଜି ନୁରୁଲ୍ ହାସନ୍ ସୋହାନ୍, ସାକିବ୍ ମାହେଦି ହାସନ୍, ରିଶାଦ୍ ହୋସେନ୍, ନାସୁମ୍ ଅହମ୍ମଦ, ମୁସ୍ତାଫିଜୁର ରହମାନ, ତାନଜିମ୍ ହାସନ୍ ସକିବ୍, ତସ୍କିନ୍ ଅହମ୍ମଦ, ମହମ୍ମଦ ଶୈଫୁଦ୍ଦିନ୍ ଏବଂ ଶୋରିଫୁଲ୍ ଇସଲାମ୍ ।
ଅଧିକ ପଢ଼ନ୍ତୁ: ଭାରତ ଖେଳିବନି ଚ୍ୟାରିଟି ମ୍ୟାଚ୍, ଶ୍ରୀଲଙ୍କାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା BCCI
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶନିବାର, ବାଂଲାଦେଶ କ୍ରିକେଟ୍ ବୋର୍ଡ ୨୦୨୬ ଟି-୨୦ ବିଶ୍ୱକପ୍ ଉପରେ ନିଜର ମତ ଉପରେ ଆଲୋଚନା କରିବା ପାଇଁ ଏକ ଜରୁରୀକାଳୀନ ବୈଠକ ଡାକିଥିଲା । ରିପୋର୍ଟ ଅନୁଯାୟୀ, ବିସିବି ଚାହୁଁଛି ଯେ ଏହାର ମ୍ୟାଚ୍ ଭାରତରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତରିତ ହେଉ । ବିସିସିଆଇ ନିର୍ଦ୍ଦେଶରେ କେକେଆର ଦ୍ୱାରା ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବା ପ୍ରତିବାଦରେ ବିସିବି ଏହା ଚାହୁଁଛି । ତଥାପି, ବିସିସିଆଇ ସ୍ପଷ୍ଟ କରିଛି ଯେ ଅନ୍ୟ ଦଳର ହୋଟେଲ ବୁକ୍ କରାଯାଇଛି, ଯାହା ସୂଚୀ ପରିବର୍ତ୍ତନ କରିବା ବହୁତ କଷ୍ଟକର ।
Related Topics
Explore more stories