Barabati Tickets Timings / ବାରବାଟୀ ଟି-୨୦: କାଲିଠୁ କାଉଣ୍ଟରରେ ମିଳିବ ଟିକେଟ୍, ଜାଣନ୍ତୁ କ'ଣ ରହିଛି ପୋଲିସ୍ ନିୟମ
·7 months ago·2 min read

Key Points
ଡିସେମ୍ବର ୯ରେ କମ୍ପିବ ବାରବାଟୀ
କାଲିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ
ମହିଳାଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର
କାଲିଠୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ
ମହିଳାଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର
ଡିସେମ୍ବର ୯ରେ କମ୍ପିବ ବାରବାଟୀ ଷ୍ଟାଡିୟମ । ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି । ବାରବାଟୀ ଟି-୨୦ ମ୍ୟାଚ୍ ପାଇଁ ଡିସେମ୍ବର ୧ରେ ଅନଲାଇନ୍ରେ ଟିକେଟ୍ ବିକ୍ରି ସରିଥିବା ବେଳେ ଆସନ୍ତାକାଲିଠୁ ଅଫଲାଇନ୍ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ । ମୋଟ ୫ଟି କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ଟିକେଟ୍ କାଉଣ୍ଟର ରହିବ । ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶକ କାଉଣ୍ଟରରୁ ଟିକେଟ୍ କିଣିପାରିବେ । ଏଥିପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ବ୍ରିଫିଂ ମଧ୍ୟ କରାଯାଇଛି । ଏଥର ସାଧାରଣ ଦର୍ଶକ ପାଇଁ ପ୍ରାୟ ୧୦ ହାଜର ଟିକେଟ ବିକ୍ରି କରାଯିବ ।
ବାରବାଟୀ ଷ୍ଟାଡିୟମର ପଛ ପଟେ ଥିବା କ୍ରିକେଟ ଏକାଡେମୀ ପଟେ ଟିକେଟ କାଉଣ୍ଟର କରାଯାଇ ଟିକେଟ ବିକ୍ରି କରାଯିବ । ସେଥିପାଇଁ କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ଟିକେଟ୍ ବିକ୍ରିର ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ୍ରେ ଠିଆ ହୋଇପାରିବେ ନାହିଁ । ଯଦି ଦର୍ଶକ ରାତିରୁ ଆସନ୍ତି ତେବେ କ୍ରିକେଟ ଏକାଡେମୀ ପଡ଼ିଆରେ ରହିବେ । ଟିକେଟ୍ ପାଇଁ ସକାଳ ୬ଟାରୁ ଲାଇନ୍ ଲଗାଇ ପାରିବେ ।
ସେପଟେ ଟିକେଟ କିଣିବାକୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଆସିବେ । ତେଣୁ ସେମାନେ କିପରି ଆସି ଶାନ୍ତି ଶୃଙ୍ଖଳାରେ ଟିକେଟ୍ କିଣିପାରିବେ ସେଥିପାଇଁ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସମୀକ୍ଷା କରିଛନ୍ତି । କେବଳ ଟିକେଟ୍ କିଣିବାକୁ ଆସୁଥିବା ଲୋକଙ୍କୁ ଛାଡ଼ି ବ୍ୟାରିକେଡ୍ ଭିତରେ ଆଉ କେହି ରହିପାରିବେ ନାହିଁ । ସେହିପରି ଟିକେଟ୍ କଳାବଜାରୀଙ୍କ ଉପରେ ନଜର ରହିବ ବୋଲି କଟକ ଡିସିପି କହିଛନ୍ତି ।
ସେପଟେ ବୁଧବାରଠୁ ଓସିଏ ଅନୁବନ୍ଧିତ ଜିଲ୍ଲା କ୍ରୀଡ଼ା ସଂଘ, ସ୍କୁଲ୍, କଲେଜ୍ ଓ କ୍ଲବ୍ ସଦସ୍ୟ ଟିକେଟ୍ କିଣିଛନ୍ତି । ଦୁଇ ଦିନ ଧରି ଚାଲିବ ଏହି ଟିକେଟ ବିକ୍ରି ପ୍ରକ୍ରିୟା । ମୋଟ ୧୧ ହଜାର ଟିକେଟ ଅନୁବନ୍ଧିତ ସଂସ୍ଥାକୁ ବିକ୍ରି ହେବ । କେବଳ ଅନୁମତି ପାଇଥିବା ସଦସ୍ୟ ଓସିଏକୁ ଆସି ନିଜ କୋଟାର ଟିକେଟ କିଣିଛନ୍ତି । ସମସ୍ତ କାଗଜପତ୍ର ଯାଞ୍ଚ ପରେ ସଦସ୍ୟଙ୍କୁ ଟିକେଟ କିଣିବା ପାଇଁ ଅନୁମତି ଦିଆଯାଉଛି ।

ଅଧିକ ପଢ଼ନ୍ତୁ: ପରାଜୟ ପରେ ଭାଇରାଲ ହେଲା ବିରାଟ କୋହଲିଙ୍କ ନାଗିନ ଡ୍ୟାନ୍ସ!, ସାମ୍ନାକୁ ଆସିଲା ଭିଡିଓ
ସେପଟେ ଟିକେଟ କିଣିବାକୁ ହଜାର ହଜାର କ୍ରିକେଟ୍ ପ୍ରେମୀ ଆସିବେ । ତେଣୁ ସେମାନେ କିପରି ଆସି ଶାନ୍ତି ଶୃଙ୍ଖଳାରେ ଟିକେଟ୍ କିଣିପାରିବେ ସେଥିପାଇଁ କଟକ ଡିସିପି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସମୀକ୍ଷା କରିଛନ୍ତି । କେବଳ ଟିକେଟ୍ କିଣିବାକୁ ଆସୁଥିବା ଲୋକଙ୍କୁ ଛାଡ଼ି ବ୍ୟାରିକେଡ୍ ଭିତରେ ଆଉ କେହି ରହିପାରିବେ ନାହିଁ । ସେହିପରି ଟିକେଟ୍ କଳାବଜାରୀଙ୍କ ଉପରେ ନଜର ରହିବ ବୋଲି କଟକ ଡିସିପି କହିଛନ୍ତି ।
ସେପଟେ ବୁଧବାରଠୁ ଓସିଏ ଅନୁବନ୍ଧିତ ଜିଲ୍ଲା କ୍ରୀଡ଼ା ସଂଘ, ସ୍କୁଲ୍, କଲେଜ୍ ଓ କ୍ଲବ୍ ସଦସ୍ୟ ଟିକେଟ୍ କିଣିଛନ୍ତି । ଦୁଇ ଦିନ ଧରି ଚାଲିବ ଏହି ଟିକେଟ ବିକ୍ରି ପ୍ରକ୍ରିୟା । ମୋଟ ୧୧ ହଜାର ଟିକେଟ ଅନୁବନ୍ଧିତ ସଂସ୍ଥାକୁ ବିକ୍ରି ହେବ । କେବଳ ଅନୁମତି ପାଇଥିବା ସଦସ୍ୟ ଓସିଏକୁ ଆସି ନିଜ କୋଟାର ଟିକେଟ କିଣିଛନ୍ତି । ସମସ୍ତ କାଗଜପତ୍ର ଯାଞ୍ଚ ପରେ ସଦସ୍ୟଙ୍କୁ ଟିକେଟ କିଣିବା ପାଇଁ ଅନୁମତି ଦିଆଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories