Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

SA Squad Arrival / ବାରବାଟୀ ଟି-୨୦: ଭୁବନେଶ୍ବରରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାର ୫ ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ବାରବାଟୀ ଟି-୨୦: ଭୁବନେଶ୍ବରରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାର ୫ ଖେଳାଳି
Team South Africa

Key Points

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକାର ୫ ଖେଳାଳି
୯ ତାରିଖରେ ବାରବାଟୀ ଟି ଟ୍ବେଣ୍ଟି ପାଇଁ ପହଞ୍ଚିଲେ ଖେଳାଳି
କାଲି କିଛି ଭାରତୀୟ ଖେଳାଳି ପହଞ୍ଚିବାର ସୂଚନା ରହିଛି
ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମହାମୁକାବିଲା । ଏକ ଟି-୨୦ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଏଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ଦକ୍ଷିଣ ଆଫ୍ରିକା ଦଳର ୫ ଖେଳାଳି। ବିମାନ ବନ୍ଦରରୁ ଖେଳାଳି ସିଧା ମେ' ଫେୟାର ହୋଟେଲ ଯାଇଛନ୍ତି ।

ଖେଳାଳିଙ୍କ ଗସ୍ତ ପାଇଁ ସୁରକ୍ଷା ବଳୟରେ ରହିଛି ବିମାନବନ୍ଦର । ସାଉଥ ଆଫ୍ରିକ ଟିମ୍‌ର ଡେଭିଡ୍‌ ମିଲର, ଜର୍ଜ ଲିଣ୍ଡେ, ଆର୍.ହେଣ୍ଡ୍ରିକସ୍, ଡୋନଭାନ ଫରେଇରା ଓ କେୱାନ ମାଫାଖା ଓଡ଼ିଶାରେ ପହଞ୍ଚିଛନ୍ତି । ଆସନ୍ତାକାଲି ଆଉ କିଛି ଭାରତୀୟ ଖେଳାଳି ଭୁବନେଶ୍ବର ଆସିବାର ସୂଚନା ରହିଛି । ଏହା ସହ ବାକି ଥିବା ଭାରତୀୟ ଓ ଦକ୍ଷିଣ ଆଫ୍ରିକା ଖେଳାଳି ତୃତୀୟ ଏକ ଦିବସୀୟ ମ୍ୟାଚ ସାରିବା ପରେ ଭୁବନେଶ୍ୱର ଆସିବେ ।

ଅଧିକ ପଢ଼ନ୍ତୁ: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର, ଦିନିକିଆ ସିରିଜ୍‌ ପରେ ଟି-୨୦କୁ ଫେରିବେ ରୋହିତ !


ସେପଟେ ବାରବାଟୀ ଟି-୨୦ ପାଇଁ ସବୁ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ୍‌ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବମ୍‌ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ । କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବେ ବୋଲି ପୋଲିସ୍‌ କମିଶନର କହିଛନ୍ତି ।

ସେହିପରି ସେ ଆହୁରି କହିଛନ୍ତି, ସୁରକ୍ଷା ବେଳେ ଏରିଏଲ ସର୍ଭେ କରାଯିବ । ଆଜି ଓ ଆସନ୍ତାକାଲି କିଛି ଖେଳାଳି ଭୁବନେଶ୍ବର ଆସିବେ । ସେଥିପାଇଁ ଏୟାରଫୋର୍ଟଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ରହିବ ।

ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ବାହାରେ ଡ୍ରୋନ୍‌ ନଜର ରଖିବ । ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ । ପୋଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ । ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ । ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିଥିବା ନେଇ ପୋଲିସ୍‌ କମିଶନର ସୂଚନା ଦେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Barabati T20: Five South African Players Arrive in Bhubaneswar for India-SA Clash | Argus News