Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Rohit Sharma Return / କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର, ଦିନିକିଆ ସିରିଜ୍‌ ପରେ ଟି-୨୦କୁ ଫେରିବେ ରୋହିତ !

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର, ଦିନିକିଆ ସିରିଜ୍‌ ପରେ ଟି-୨୦କୁ ଫେରିବେ ରୋହିତ !
Rohit Sharma

Key Points

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର
ଟି-୨୦କୁ ଫେରିବେ ରୋହିତ
ଦିନିକିଅଆ ସିରିଜ୍‌ ପରେ ଖେଳିବେ ଏହି ଟୁର୍ଣ୍ଣାମେଣ୍ଟ
ରୋହିତ ଶର୍ମା । ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର । ରୋହିତ ଶର୍ମା ଏବେ ଘରୋଇ କ୍ରିକେଟ୍‌ ପ୍ରତି ଅଧିକ ପ୍ରତିବଦ୍ଧତା ଦେଖାଉଛନ୍ତି । ସେ କେବଳ ଲିଷ୍ଟ-A କ୍ରିକେଟ୍‌ ନୁହେଁ ବରଂ ଟି-୨୦ କ୍ରିକେଟ୍‌କୁ ମଧ୍ୟ ଫେରିବାକୁ ବେଶ୍‌ ଆଗ୍ରହୀ ଅଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରୋହିତ ଶର୍ମା ୨୦୨୫ରେ ସୟଦ ମୁସ୍ତାକ ଅଲି ଟ୍ରଫିର ନକଆଉଟ୍ ପର୍ଯ୍ୟାୟରେ ଖେଳିବାକୁ ଚାହୁଁଛନ୍ତି । ରୋହିତ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି । କିନ୍ତୁ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହିଟ୍‌ମ୍ୟାନ୍‌ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌କୁ ସୂଚନା ଦେଇଛନ୍ତି ଯେ ସେ ସୟଦ ମୁସ୍ତାକ ଅଲି ଟ୍ରଫି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଚାହୁଁଛନ୍ତି।

ଅଧିକ ପଢ଼ନ୍ତୁ: କାଉଣ୍ଟର ଭିତରେ ପଶିଲେ, ଟିକେଟ୍‌ ବଣ୍ଡଲ ଧରି ଛୁ' ମାରିଲେ


ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଶେଷ ହେବା ପରେ ରୋହିତ ଶର୍ମା ଏକ ଭାରତୀୟ ଘରୋଇ ଟି-୨୦ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିର ନକଆଉଟ୍ ପର୍ଯ୍ୟାୟରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏମିତିକି ରୋହିତ ଏବଂ ବିରାଟଙ୍କ ବିଜୟ ହଜାରେ ଟ୍ରଫିରେ ଖେଳିବା ନେଇ ଆଲୋଚନା ହୋଇଛି । ଯାହା ୫୦ ଓଭର ଫର୍ମାଟରେ ଖେଳାଯାଏ । ରିପୋର୍ଟ ଅନୁଯାୟୀ, ବିରାଟ ଏବଂ ରୋହିତ ଉଭୟ ବିଜୟ ହଜାରେ ଟ୍ରଫିରେ ଖେଳିବାକୁ ରାଜି ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ବାରବାଟୀ ଟି-୨୦: ଆଜି ଆସିବେ ଖେଳାଳି, କଡ଼ା ସୁରକ୍ଷା ବଳୟରେ ଟ୍ବିନ୍‌ ସିଟି



ସୟଦ ମୁସ୍ତାକ ଅଲି ଟ୍ରଫିରେ ବିରାଟ କୋହଲିଙ୍କ ଅଂଶଗ୍ରହଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ସାମ୍ନାକୁ ଆସିନି । କିନ୍ତୁ ବିଜୟ ହଜାରେ ଟ୍ରଫି ଆରମ୍ଭ ହେବା ପୂର୍ବରୁ ରୋହିତ ଶର୍ମାଙ୍କୁ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଥିବାର ଦେଖିବାକୁ ମିଳିପାରେ । ତେବେ ରୋହିତ ୨୦୨୪ ଟି-୨୦ ବିଶ୍ବକପ୍‌ ଟ୍ରଫି ଜିତିବା ପରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇ ସାରିଛନ୍ତି ।

ମୁମ୍ବାଇ ଦଳ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ରେ ଏଲିଟ୍ ଗ୍ରୁପ୍-A ରେ ଅଛି । ଏପର୍ଯ୍ୟନ୍ତ ମୁମ୍ବାଇ ପାଞ୍ଚଟି ମ୍ୟାଚ୍‌ରୁ ଚାରୋଟିରେ ବିଜୟଲାଭ କରିଛି । ମୁମ୍ବାଇ ଏବେ ଶାର୍ଦ୍ଦୁଳ ଠାକୁରଙ୍କ ନେତୃତ୍ବରେ ଖେଳୁଛି । ମୁମ୍ବାଇ ଦଳରେ ଅଜିଙ୍କ୍ୟ ରାହାଣେ, ସରଫରାଜ ଖାନ ଏବଂ ଆୟୁଷ ମହାତ୍ରେଙ୍କ ଭଳି ପ୍ରମୁଖ ଖେଳାଳି ଅଛନ୍ତି । ସେହିପରି ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ମୁମ୍ବାଇ ପାଇଁ ଖେଳିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rohit Sharma to Return to T20 Cricket After ODI Series—Big Boost for Fans | Argus News