Rohit Sharma Future / ରୋହିତ ଶର୍ମା ଖେଳିବେ କି ୨୦୨୭ ବିଶ୍ୱକପ୍ ? କାଲି BCCI ବୈଠକରେ ହେବ ବଡ଼ ନିଷ୍ପତ୍ତି !
·36 mins ago·2 min read

Key Points
ରୋହିତ ଶର୍ମାଙ୍କ କ୍ୟାରିୟର ଉପରେ ବଡ଼ ନିଷ୍ପତ୍ତି
BCCI ବୈଠକରେ ହେବ ଆଲୋଚନା
ବୈଠକରେ ରହିବେ ଗମ୍ଭୀର-ଅଗରକର-ଲକ୍ଷ୍ମଣ
BCCI ବୈଠକରେ ହେବ ଆଲୋଚନା
ବୈଠକରେ ରହିବେ ଗମ୍ଭୀର-ଅଗରକର-ଲକ୍ଷ୍ମଣ
ଟିମ୍ ଇଣ୍ଡିଆର ଭବିଷ୍ୟତ ନେଇ ଆସନ୍ତାକାଲି ମୁମ୍ବାଇରେ ହେବ BCCIର ହାଇ-ଲେଭଲ୍ ମିଟିଂ । ଏହି ବୈଠକରେ ଗୌତମ ଗମ୍ଭୀର, ଅଜିତ ଅଗରକରଙ୍କ ସହ VVS ଲକ୍ଷ୍ମଣ ମଧ୍ୟ ସାମିଲ ହେବେ । ଏହି ବୈଠକରେ ଟିମ୍ ଇଣ୍ଡିଆର ସାମ୍ପ୍ରତିକ ପ୍ରଦର୍ଶନ, ୨୦୨୭ ଦିନିକିଆ ବିଶ୍ୱକପ୍ର ରୋଡମ୍ୟାପ୍, ରୋହିତ ଶର୍ମା ଓ ଅଜିତ ଅଗରକରଙ୍କ ଭବିଷ୍ୟତକୁ ନେଇ ମଧ୍ୟ ହୋଇପାରେ ବଡ଼ ନିଷ୍ପତ୍ତି ।
ତେବେ ଏହି ବୈଠକର ସବୁଠାରୁ ବଡ଼ ଆକର୍ଷଣ ହୋଇପାରେ ରୋହିତ ଶର୍ମାଙ୍କ ଭବିଷ୍ୟତ । ରୋହିତ କ’ଣ ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ଯୋଜନାରେ ରହିବେ ? ଏହାକୁ ନେଇ ଅନେକ ମିଡିଆ ରିପୋର୍ଟରେ ପୂର୍ବରୁ ଦାବି କରାଯାଇଛି ଯେ ରୋହିତ ୨୦୨୭ ବିଶ୍ୱକପ୍ ପ୍ଲାନରେ ନାହାନ୍ତି । ତେଣୁ ଏହି ବିଷୟରେ BCCI ବୈଠକରେ ଆଲୋଚନା ହେବାର ସମ୍ଭାବନା ବଢ଼ିଛି । ତେବେ ଏନେଇ ବୋର୍ଡ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ତେବେ କେବଳ ରୋହିତ ଶର୍ମା ନୁହନ୍ତି, ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହେବାର ଖବର ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ, ଟିମ୍ ଇଣ୍ଡିଆର ଭବିଷ୍ୟତ ଯୋଜନା ସହ ଖେଳାଳିଙ୍କ ଫିଟନେସ୍ ଏବଂ ଆଘାତ ସମସ୍ୟା ମଧ୍ୟ ଆଲୋଚନାର ଅଂଶ ହୋଇପାରେ । ବିଶେଷକରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫିଟନେସ୍ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇପାରେ ।
ଅଧିକ ପଢ଼ନ୍ତୁ: ମାତ୍ର ୧ ମାସରେ ବଦଳିଗଲା ଟିମ୍ ଇଣ୍ଡିଆ ! ଏକାଥରେ ୮ ଖେଳାଳି OUT, ନୂଆ ଖେଳାଳିଙ୍କୁ ମିଳିଲା ସୁଯୋଗ
ଏହି ବୈଠକରେ ଭାରତୀୟ ଦଳର ସାମ୍ପ୍ରତିକ ପ୍ରଦର୍ଶନ ଉପରେ ଧ୍ୟାନ ଦିଆଯିବ । ଭାରତୀୟ ହ୍ବାଇଟ୍ ବଲ୍ ଦଳର ପ୍ରଦର୍ଶନ, ବିଶେଷକରି ଆର୍ୟଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ସମୟରେ ଖରାପ ପ୍ରଦର୍ଶନ ପରେ ଅନେକ ପ୍ରଶ୍ନ ଉଠିଛି । ଟି-୨୦ ବିଶ୍ୱକପ୍ ଚାମ୍ପିଅନ୍ ଆର୍ୟଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଶେଷ ହୋଇଥିବା ଛଅଟି ଟି-୨୦ ମ୍ୟାଚ୍ ମଧ୍ୟରୁ ଗୋଟିଏ ବି ବିଜୟ ହାସଲ କରିପାରି ନଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହା ସହ ଆଗାମୀ ନ୍ୟୁଜିଲ୍ୟାଣ୍ଡର ମଲ୍ଟି-ଫର୍ମାଟ୍ ଗସ୍ତ, ଘରୋଇ ବର୍ଡର-ଗାଭାସ୍କର ଟ୍ରଫି ଏବଂ ୨୦୨୭ ଦିନିକିଆ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ କିପରି ପ୍ରସ୍ତୁତ ହେବ, ସେନେଇ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇପାରେ । ଏହି ବୈଠକର ଅଧ୍ୟକ୍ଷତା ବିସିସିଆଇ ସଚିବ ଦେବଜିତ ସାଇକିଆ କରିବେ ବୋଲି ରିପୋର୍ଟରେ କୁହାଯାଇଛି । ଏବେ ସମସ୍ତଙ୍କ ନଜର ରହିଛି ମୁମ୍ବାଇର ଏହି ବୈଠକ ଉପରେ ରହିଛି ।
Related Topics
Explore more stories