Videos
|
Sports

BCCI New Fitness Rules / ଫିଟ୍ ନଥିଲେ ଟିମ୍ ଇଣ୍ଡିଆରେ ସ୍ଥାନ ନାହିଁ ! BCCI ଆଣିଲା ନୂଆ ନିୟମ...୧୦ ମିନିଟ୍‌ରେ ଦୌଡ଼ିବାକୁ ପଡ଼ିବ ୨ KM

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଫିଟ୍ ନଥିଲେ ଟିମ୍ ଇଣ୍ଡିଆରେ ସ୍ଥାନ ନାହିଁ ! BCCI ଆଣିଲା ନୂଆ ନିୟମ...୧୦ ମିନିଟ୍‌ରେ ଦୌଡ଼ିବାକୁ ପଡ଼ିବ ୨ KM
BCCI New Fitness Rules

Key Points

କେବଳ ଭଲ ଖେଳିଲେ ହେବନି...
ଟିମ୍ ଇଣ୍ଡିଆ ପାଇଁ ଆସିଲା କଠୋର ଫିଟନେସ୍ ଟେଷ୍ଟ
ବ୍ରୋଙ୍କୋ ଟେଷ୍ଟ ପରେ ୨ କିମି ଦୌଡ଼ିବାକୁ ପଡ଼ିବ
କେବଳ ଭଲ ଖେଳିଲେ ଏବେ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବେ ନାହିଁ । ଫିଟ୍ ନଥିଲେ ଦଳରେ ସୁଯୋଗ ମିଳିବା ହେବ କଷ୍ଟକର । ଖେଳାଳିଙ୍କ ପାଇଁ ବିସିସିଆଇ ଲାଗୁ କରିଛି ନୂଆ ଓ କଠୋର ଫିଟନେସ୍ ନିୟମ। ଏବେ ବ୍ରୋଙ୍କୋ ଟେଷ୍ଟ ସହ ୨ କିଲୋମିଟର ଦୌଡ଼ ମଧ୍ୟ ଅନିବାର୍ଯ୍ୟ । ତେବେ ହଠାତ୍‌ କାହିଁକି ଏତେ କଠୋର ହେଲା ବିସିସିଆଇ ?

ଭାରତୀୟ କ୍ରିକେଟରେ ଏବେ ଫିଟନେସ୍‌କୁ ସର୍ବାଧିକ ଗୁରୁତ୍ୱ ଦେଇଛି ବିସିସିଆଇ । ଖେଳାଳିଙ୍କ ପାଇଁ ନୂଆ ଫିଟନେସ୍ ନିୟମ ଲାଗୁ କରାଯାଇଛି । ଯାହାଫଳରେ ଏବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ହେଲେ ଖେଳାଳିଙ୍କୁ ପୂର୍ବ ଅପେକ୍ଷା ଅଧିକ କଠିନ ଫିଟନେସ୍ ପରୀକ୍ଷା ଦେବାକୁ ପଡ଼ିବ । ଇଂଲଣ୍ଡ ଓ ଆର୍ୟାଲ୍ୟାଣ୍ଡ ଗସ୍ତ ସମୟରେ ଭାରତୀୟ ଖେଳାଳିଙ୍କ ଫିଟନେସ୍‌କୁ ନେଇ ପ୍ରଶ୍ନ ଉଠିଥିଲା । ଦୁର୍ବଳ ଫିଟନେସ୍ କାରଣରୁ ଅନେକ କ୍ୟାଚ୍ ମିସ୍‌ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ନୂଆ ନିୟମ ଅନୁସାରେ ଏବେ ଖେଳାଳିଙ୍କୁ ଦୁଇ ପର୍ଯ୍ୟାୟର ଫିଟନେସ୍ ଟେଷ୍ଟ ପାସ୍ କରିବାକୁ ହେବ । ବ୍ରୋଙ୍କୋ ଟେଷ୍ଟ ସହିତ ୨ କିଲୋମିଟର ଦୌଡ଼ ମଧ୍ୟ ଅନିବାର୍ଯ୍ୟ କରାଯାଇଛି । ସେଣ୍ଟର ଅଫ୍ ଏକ୍ସିଲେନ୍ସ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଖେଳାଳିଙ୍କୁ ୨ କିଲୋମିଟର ଦୌଡ଼ ସମାପ୍ତ କରିବାକୁ ପଡ଼ିବ । ଏଥିପାଇଁ ୯ରୁ ୧୦ ମିନିଟ୍ ସମୟ ସୀମା ଧାର୍ଯ୍ୟ କରାଯାଇଛି ।

ଅଧିକ ପଢ଼ନ୍ତୁ: ଚେନ୍ନାଇ ନୁହେଁ KKRକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ? ରାହାଣେଙ୍କ ପରେ ହେବେ କୋଲକାତାର ନୂଆ ଅଧିନାୟକ !


ବ୍ରୋଙ୍କୋ ଟେଷ୍ଟ ମଧ୍ୟ ପାସ୍ କରିବାକୁ ପଡିବ

ଭାରତୀୟ କ୍ରିକେଟରେ ଆଡ୍ରିଆନ୍ ଲେ' ରକ୍ସଙ୍କ ଦ୍ୱାରା ବ୍ରୋଙ୍କୋ ଫିଟନେସ୍ ପରୀକ୍ଷା ପ୍ରଚଳନ କରାଯାଇଥିଲା। ୦-୬୦ ମିଟର ମଧ୍ୟରେ ଚାରୋଟି ମାର୍କ ରଖାଯାଇଛି । ଖେଳାଳିମାନଙ୍କୁ ଏହି ଦୂରତା ମଧ୍ୟରେ ପାଞ୍ଚଟି ସେଟ୍ ପୂରଣ କରିବାକୁ ପଡିବ, ଯାହାର ମୋଟ ଦୂରତା ୧୨୦୦ ମିଟର । ଖେଳାଳିମାନଙ୍କୁ ଏହି ୧୨୦୦ ମିଟର ସଟଲ୍ ଦୌଡ଼କୁ ପାଞ୍ଚଟି ସେଟ୍‌ରେ ବିଶ୍ରାମ ବିନା ସମାପ୍ତ କରିବାକୁ ପଡ଼ିବ ।

ପୂର୍ବରୁ ଏହାକୁ ୬ ମିନିଟ୍‌ରେ ସମାପ୍ତ କରିବାକୁ ହେଉଥିବାବେଳେ ଏବେ ସମୟ ସୀମାକୁ କମାଇ ୫ ମିନିଟ୍ ୧୫ ସେକେଣ୍ଡରୁ ୫ ମିନିଟ୍ ୨୦ ସେକେଣ୍ଡ ମଧ୍ୟରେ ରଖାଯାଇଛି । ଖେଳାଳିମାନଙ୍କ ପାଇଁ ଫିଟନେସ୍ ପରୀକ୍ଷା ଅଧିକ କଷ୍ଟକର ହୋଇଯାଇଛି କାରଣ ସେମାନଙ୍କୁ ବ୍ରୋଙ୍କୋ ପରୀକ୍ଷା ସମାପ୍ତ କରିବା ପରେ ତୁରନ୍ତ ୨ କିଲୋମିଟର ଦୌଡ଼ିବାକୁ ପଡିବ ।

ମିଡିଆ ରିପୋର୍ଟ ଅନୁସାରେ କିଛି ଖେଳାଳିଙ୍କୁ ସମ୍ପୂର୍ଣ୍ଣ ଫିଟ୍ ନଥିଲେ ମଧ୍ୟ ଫିଟନେସ୍ କ୍ଲିୟରାନ୍ସ ଦିଆଯାଇଥିଲା । ନୀତୀଶ କୁମାର ରେଡ୍ଡୀ ଓ ହର୍ଷିତ ରାଣାଙ୍କୁ ନେଇ ଏଭଳି ଅଭିଯୋଗ ସାମ୍ନାକୁ ଆସିଥିଲା । ହର୍ଷିତ ରାଣାଙ୍କ ଓଜନ ୯୭ କିଲୋଗ୍ରାମ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ବିସିସିଆଇ ସ୍ପଷ୍ଟ କରିଛି ଯେ ତାଙ୍କ ଓଜନ ୯୬ କିଲୋଗ୍ରାମରୁ କମ୍ ରହିବା ଆବଶ୍ୟକ । ବାରମ୍ବାର ଆଘାତ ସମସ୍ୟା ଓ ଫିଟନେସ୍‌ରେ ଅବନତିକୁ ଦୃଷ୍ଟିରେ ରଖି ବିସିସିଆଇ ଏହି କଠୋର ପଦକ୍ଷେପ ନେଇଥିବା କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: