Videos
|
Sports

Hardik Pandya KKR / ଚେନ୍ନାଇ ନୁହେଁ KKRକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ? ରାହାଣେଙ୍କ ପରେ ହେବେ କୋଲକାତାର ନୂଆ ଅଧିନାୟକ !

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଚେନ୍ନାଇ ନୁହେଁ KKRକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ? ରାହାଣେଙ୍କ ପରେ ହେବେ କୋଲକାତାର ନୂଆ ଅଧିନାୟକ !
Hardik Pandya

Key Points

ହାର୍ଦ୍ଦିକ ପାଣ୍ଡ୍ୟା KKRକୁ ଯାଉଛନ୍ତି ?
KKRର ନୂଆ କ୍ୟାପଟେନ୍ ହେବେ ହାର୍ଦ୍ଦିକ ?
ସୋସିଆଲ୍ ମିଡିଆରେ ହଇଚଇ
ଆଇପିଏଲ୍ ୨୦୨୭ ପୂର୍ବରୁ ଏମିତି ଗୋଟିଏ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତ କ୍ରିକେଟ୍‌ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ କୋଲକାତା ନାଇଟ୍ ରାଇଡର୍ସର ଜର୍ସି ପିନ୍ଧିବେ ? କେବଳ ଦଳ ବଦଳ ନୁହେଁ, ତାଙ୍କୁ କେକେଆରର ନୂଆ ଅଧିନାୟକ କରାଯିବ ବୋଲି ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି। ସୋସିଆଲ୍ ମିଡିଆରେ ଏହି ଖବର ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଆଇପିଏଲ୍ ୨୦୨୪ରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି । ପାଞ୍ଚ ଥର ଦଳକୁ ଚାମ୍ପିଅନ୍ କରିଥିବା ରୋହିତ ଶର୍ମାଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ କରାଯାଇଥିଲା । ତେବେ ତାଙ୍କ ନେତୃତ୍ୱରେ ମୁମ୍ବାଇ ଆଶାଅନୁଯାୟୀ ପ୍ରଦର୍ଶନ କରିପାରିନଥିବାରୁ ଅନେକ ସମୟରେ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ।

୨୦୨୬ ଆଇପିଏଲ୍ ଶେଷ ହେବା ପରଠାରୁ ହାର୍ଦ୍ଦିକଙ୍କ ଟ୍ରେଡ୍‌କୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି । ପ୍ରଥମେ ତାଙ୍କ ନାମ ଚେନ୍ନାଇ ସୁପର କିଙ୍ଗ୍ସ ସହ ଯୋଡ଼ାଯାଉଥିବା ବେଳେ, ଏବେ ସୋସିଆଲ୍ ମିଡିଆରେ କୋଲକାତା ନାଇଟ୍ ରାଇଡର୍ସ ସହ ତାଙ୍କ ଯୋଗଦାନ ନେଇ ଜୋରଦାର ଚର୍ଚ୍ଚା ହେଉଛି । କେବଳ ଦଳ ବଦଳ ନୁହେଁ, ହାର୍ଦ୍ଦିକ କେକେଆରର ନୂଆ ଅଧିନାୟକ ହୋଇପାରନ୍ତି ବୋଲି ମଧ୍ୟ ଦାବି କରାଯାଉଛି ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆରୁ ବାହାରେ, କିନ୍ତୁ ହାର ମାନିନାହାନ୍ତି ଶାମି ! ବିଶ୍ବକପ୍‌ ଖେଳିବାକୁ କମାଇଲେ ୫ କେଜି ଓଜନ


ସୂଚନା ଅନୁସାରେ, ହାର୍ଦ୍ଦିକ ୨୦୨୨ ଓ ୨୦୨୩ ସିଜିନରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଭାବେ ଦଳକୁ ସଫଳ ନେତୃତ୍ୱ ଦେଇଥିଲେ । ପରେ ଟ୍ରେଡ୍ ମାଧ୍ୟମରେ ସେ ନିଜ ପୁରୁଣା ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ, ଆଇପିଏଲ୍ ୨୦୨୭ ପୂର୍ବରୁ ସେ ପୁଣି ଥରେ ଟ୍ରେଡ୍ ମାଧ୍ୟମରେ ନୂଆ ଦଳକୁ ଯାଇପାରନ୍ତି ।

ଅନ୍ୟପଟେ, ଗତ ଦୁଇ ସିଜିନରେ ଅଜିଙ୍କ୍ୟ ରହାଣେ କୋଲକାତା ନାଇଟ୍ ରାଇଡର୍ସର ନେତୃତ୍ୱ ନେଇଥିଲେ। ନିକଟରେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିବା ପରେ କେକେଆରକୁ ନୂଆ ଅଧିନାୟକ ଖୋଜିବାକୁ ପଡ଼ୁଛି । ଏହି ପରିପ୍ରେକ୍ଷୀରେ ହାର୍ଦ୍ଦିକଙ୍କ ନାମ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ତେବେ ଏହି ଟ୍ରେଡ୍‌କୁ ନେଇ ଏପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜି କିମ୍ବା ଆଇପିଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

ଆଇପିଏଲ୍ କ୍ୟାରିୟରକୁ ଦେଖିଲେ, ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ୧୬୨ଟି ମ୍ୟାଚ୍ ଖେଳିଛନ୍ତି । ୧୫୦ଟି ଇନିଂସରେ ବ୍ୟାଟିଂ କରି ସେ ୨୭.୮୭ ହାରାହାରି ଏବଂ ୧୪୬.୨୮ ଷ୍ଟ୍ରାଇକ୍ ରେଟ୍‌ରେ ୨୯୫୫ ରନ୍ କରିଛନ୍ତି । ବୋଲିଂରେ ମଧ୍ୟ ହାର୍ଦ୍ଦିକ ଦମଦାର ପ୍ରଦର୍ଶନ କରିଛନ୍ତି । ୧୧୬ଟି ଇନିଂସରେ ବୋଲିଂ କରି ସେ ୩୩.୫୪ ହାରାହାରିରେ ୮୨ଟି ୱିକେଟ୍ ନେଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ୫/୩୬ ରହିଥିବା ବେଳେ ଇକୋନୋମି ରେଟ୍ ୯.୩୫ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: