RCB Fans Celebration Restrictions / ଫାଇନାଲ ପୂର୍ବରୁ RCB ଫ୍ୟାନ୍ସଙ୍କୁ ବଡ଼ ଝଟକା, ଆଉ ରାସ୍ତାରେ କରିପାରିବେନି ସେଲିବ୍ରେସନ୍
·1 hour ago·2 min read

Key Points
ଫାଇନାଲ ପୂର୍ବରୁ RCB ଫ୍ୟାନ୍ସଙ୍କୁ ବଡ଼ ଝଟକା
ବେଙ୍ଗାଲୁରୁ ପୋଲିସର କଡ଼ା ନିର୍ଦ୍ଦେଶ
RCB ଜିତିଲେ ବି ରାସ୍ତାରେ ସେଲିବ୍ରେସନ୍ ନାହିଁ

ରବିବାର IPL ୨୦୨୬ର ଫାଇନାଲ ମ୍ୟାଚ୍ ଖେଳାଯିବ । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ହାଇଭୋଲଟେଜ୍ ମ୍ୟାଚ୍ ଖେଳାଯିବ । ତେବେ ଏହି ଫାଇନାଲ ଫାଇଟ୍ ପୂର୍ବରୁ RCB ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି ।
ଶୁକ୍ରବାର ବେଙ୍ଗାଲୁରୁ ପୋଲିସ ଏକ ପରାମର୍ଶ ଜାରି କରି ଲୋକଙ୍କୁ RCBର ବିଜୟକୁ ପାଳନ କରିବା ପାଇଁ ବାଣ ନ ଫୁଟାଇବାକୁ କିମ୍ବା ରାସ୍ତାରେ ବହୁ ସଂଖ୍ୟାରେ ଏକାଠି ନ ହେବାକୁ ଅନୁରୋଧ କରିଛି । ଗତ ବର୍ଷ RCB ବିଜୟ ପରେ ଜୁନ୍ ୪ରେ ଅନୁଷ୍ଠିତ ହୋଇଥିବା ବିଜୟ ଉତ୍ସବରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ହୋଇଥିଲା । ଯାହା ଫଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।
IPL ୨୦୨୬ ଫାଇନାଲ୍ ମେ' ୩୧ ତାରିଖ, ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଟାଇଟଲ୍ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଗୁଜରାଟ ଟାଇଟାନ୍ସ ମୁହାଁମୁହିଁ ହେବେ । ବେଙ୍ଗାଲୁରୁ ୨୦୨୫ ସିଜିନ୍ର ଚାମ୍ପିୟନ୍ ଥିଲା ଏବଂ ଗୁଜରାଟ ୨୦୨୨ ସିଜିନ୍ର ଚାମ୍ପିୟନ୍ ହୋଇଥିଲା । ଉଭୟ ଦଳ ପାଖରେ ଏବେ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ୍ ହେବାର ଏକ ବଡ଼ ସୁଯୋଗ ରହିଛି ।
RCB ପ୍ରଶଂସକଙ୍କୁ ଝଟକା
ଫାଇନାଲ ମ୍ୟାଚ୍ ଫଳାଫଳ ପରେ ସାର୍ବଜନୀନ ସ୍ଥାନରେ ଉତ୍ସବ ପାଳନ ନ କରିବାକୁ ବେଙ୍ଗାଲୁରୁ ପୋଲିସ ଏକ ପରାମର୍ଶ ଜାରି କରିଛି । ସେହିପରି ରାସ୍ତାରେ LED ଲଗାଇବା ସମ୍ପର୍କରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ କହିଛି ଯେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା LED ଲଗାଯାଇ ପାରିବ ନାହିଁ । ସେହିପରି ପୂର୍ବରୁ ଯେଉଁଠାରେ LED ଲଗାଯାଇଛି ସେଠାରେ ମଧ୍ୟ ଲାଇଭ୍ ମ୍ୟାଚ୍ ପ୍ରସାରଣ କରିବାକୁ ଅନୁମତି ଦିଆଯିବ ନାହିଁ ।
ସେହିପରି ସମ୍ଭାବ୍ୟ ଝଗଡ଼ା ଏଡାଇବା ପାଇଁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେପଟେ ଲୋକ ଯେପରି କୌଣସି ଆପତ୍ତିଜନକ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିବେ ନାହିଁ ତା'ଉପରେ ମଧ୍ୟ ସାଇବର ପୋଲିସ ନଜର ରଖିବ । ଲୋକମାନେ ଏହି ନିର୍ଦ୍ଦେଶକୁ ମାନିବେ ବୋଲି ବେଙ୍ଗାଲୁରୁ ପୋଲିସ ଆଶା ପ୍ରକାଶ କରିଛି ।

ದೊಡ್ಡ ಪಂದ್ಯ. ಅದಕ್ಕಿಂತಲೂ ದೊಡ್ಡ ಜವಾಬ್ದಾರಿ.
— ಬೆಂಗಳೂರು ನಗರ ಪೊಲೀಸ್ BengaluruCityPolice (@BlrCityPolice) May 30, 2026
ಬೆಂಗಳೂರು ತನ್ನ ತಂಡವನ್ನು ಬೆಂಬಲಿಸಲು ಒಂದಾಗುತ್ತಿರುವಾಗ, ಪ್ರತಿಯೊಬ್ಬರೂ ಜವಾಬ್ದಾರಿಯಿಂದ ಮತ್ತು ಸಹ ನಾಗರಿಕರಿಗೆ ಗೌರವ ನೀಡುತ್ತಾ ಸಂಭ್ರಮಿಸಬೇಕಾಗಿ ಬೆಂಗಳೂರು ನಗರ ಪೊಲೀಸ್ ವಿನಂತಿಸುತ್ತದೆ.
ನಮ್ಮ ನಗರವನ್ನು ಸುರಕ್ಷಿತವಾಗಿ, ಶಾಂತಿಯುತವಾಗಿ ಮತ್ತು ಹೆಮ್ಮೆಯಿಂದ ಇಡುವ ಆಚರಣೆಯೇ… pic.twitter.com/r6CV4IN0EE
RCB ପ୍ରଶଂସକଙ୍କୁ ଝଟକା
ଫାଇନାଲ ମ୍ୟାଚ୍ ଫଳାଫଳ ପରେ ସାର୍ବଜନୀନ ସ୍ଥାନରେ ଉତ୍ସବ ପାଳନ ନ କରିବାକୁ ବେଙ୍ଗାଲୁରୁ ପୋଲିସ ଏକ ପରାମର୍ଶ ଜାରି କରିଛି । ସେହିପରି ରାସ୍ତାରେ LED ଲଗାଇବା ସମ୍ପର୍କରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ କହିଛି ଯେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା LED ଲଗାଯାଇ ପାରିବ ନାହିଁ । ସେହିପରି ପୂର୍ବରୁ ଯେଉଁଠାରେ LED ଲଗାଯାଇଛି ସେଠାରେ ମଧ୍ୟ ଲାଇଭ୍ ମ୍ୟାଚ୍ ପ୍ରସାରଣ କରିବାକୁ ଅନୁମତି ଦିଆଯିବ ନାହିଁ ।
ଅଧିକ ପଢ଼ନ୍ତୁ: ଗିଲ୍ ଛଡ଼ାଇ ନେଲେ IPLର ଫାଇନାଲ୍ ଟିକେଟ୍, କିନ୍ତୁ ବୈଭବଙ୍କ ପାଇଁ ହେଲା ଅଧିକ ତାଳିମାଡ଼
ସେହିପରି ସମ୍ଭାବ୍ୟ ଝଗଡ଼ା ଏଡାଇବା ପାଇଁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ସେପଟେ ଲୋକ ଯେପରି କୌଣସି ଆପତ୍ତିଜନକ ପୋଷ୍ଟ ସୋସିଆଲ ମିଡିଆରେ ପୋଷ୍ଟ କରିବେ ନାହିଁ ତା'ଉପରେ ମଧ୍ୟ ସାଇବର ପୋଲିସ ନଜର ରଖିବ । ଲୋକମାନେ ଏହି ନିର୍ଦ୍ଦେଶକୁ ମାନିବେ ବୋଲି ବେଙ୍ଗାଲୁରୁ ପୋଲିସ ଆଶା ପ୍ରକାଶ କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories