Videos
|
Sports

Kuldeep Yadav playing XI / 'କୁଲଦୀପଙ୍କୁ ବାହାର କଲେ ନିରାଶ ହେବି'; ଟେଷ୍ଟ ମ୍ୟାଚ୍‌କୁ ନେଇ ଗମ୍ଭୀରଙ୍କୁ ୱାର୍ଣ୍ଣିଂ ଦେଲେ ପୂର୍ବତନ କ୍ରିକେଟର

Debashree Debasmita Sahoo
Browse all articles by Debashree Debasmita Sahoo
·55 mins ago·2 min read
'କୁଲଦୀପଙ୍କୁ ବାହାର କଲେ ନିରାଶ ହେବି'; ଟେଷ୍ଟ ମ୍ୟାଚ୍‌କୁ ନେଇ ଗମ୍ଭୀରଙ୍କୁ ୱାର୍ଣ୍ଣିଂ ଦେଲେ ପୂର୍ବତନ କ୍ରିକେଟର
Kuldeep Yadav playing XI

Key Points

କଲୋମ୍ବୋ ଟେଷ୍ଟକୁ ନେଇ ଗମ୍ଭୀରଙ୍କୁ ୱାର୍ଣ୍ଣିଂ
'କୁଲଦୀପଙ୍କୁ ବାହାର କଲେ ନିରାଶ ହେବି'
ପ୍ଲେଇଙ୍ଗ-୧୧କୁ ନେଇ ଆରମ୍ଭ ହେଲା ଚର୍ଚ୍ଚା
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ଅଗଷ୍ଟ ୨୩ ତାରିଖରେ କଲୋମ୍ବୋର ସିଂହଲିଜ୍ ସ୍ପୋର୍ଟ୍ସ କ୍ଲବ୍‌ରେ ଟେଷ୍ଟ ମ୍ୟାଚ୍ ଖେଳାଯିବ । ସିରିଜର ଏହି ଦ୍ଵିତୀୟ ଟେଷ୍ଟ ପୂର୍ବରୁ ପ୍ଲେଇଙ୍ଗ-୧୧କୁ ନେଇ ପୁଣି ଥରେ ଚର୍ଚ୍ଚା ହେଉଛି । ଗଲ୍‌ରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୧୬୫ ରନ୍‌ରେ ଜିତିଥିବା ଭାରତୀୟ ଟିମ ସ୍ପିନ୍ ବିଭାଗରେ କିଛିଟା ପରିବର୍ତ୍ତନ କରିପାରେ । ହେଡ୍ କୋଚ୍ ଗୌତମ ଗମ୍ଭୀର ଚାଇନାମ୍ଯାନ୍‌ କୁଲଦୀପ ଯାଦବଙ୍କ ସ୍ଥାନରେ ଅଫ୍ ସ୍ପିନର୍ ସାରାଂଶ ଜୈନଙ୍କୁ ଟିମରେ ସାମିଲ କରିପାରନ୍ତି, ଯିଏକି ଏଯାବତ ଅନ୍ତର୍ଜାତୀୟ ଡେବ୍ୟୁ ଖେଳିନାହାନ୍ତି ।

ଏହି ଚର୍ଚ୍ଚା ଭିତରେ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଚେତେଶ୍ଵର ପୂଜାରା ପ୍ଲେଇଙ୍ଗ-୧୧କୁ ନେଇ ନିଜର ମତ ରଖିଛନ୍ତି । ପୂଜାରା ବିଶ୍ଵାସ କରନ୍ତି ଯେ କୁଲଦୀପଙ୍କୁ ଦଳରୁ ବାଦ୍ ଦେବା ଆଦୌ ସଠିକ୍ ନିଷ୍ପତ୍ତି ନୁହେଁ । କୁଲଦୀପଙ୍କୁ ଆଉ ଏକ ସୁଯୋଗ ଦେବା ଉଚିତ । ଏଠାରେ କହିରଖୁଛୁ କି, ପ୍ରଥମ ଟେଷ୍ଟରେ କୁଲଦୀପଙ୍କ ପ୍ରଦର୍ଶନ ଆଶା ମୁତାବକ ନଥିଲା । ସେ ଉଭୟ ପାଳିକୁ ମିଶାଇ ମୋଟ ୨୫ ଓଭର ବୋଲିଂରେ ୧୦୩ ରନ୍ ବିପକ୍ଷ ଦଳକୁ ଦେଇଥିଲେ ଓ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ । ଟିମ୍ ଇଣ୍ଡିଆ ବିଜୟ ହେବା ସତ୍ତ୍ଵେ ତାଙ୍କର ବ୍ୟକ୍ତିଗତ ପ୍ରଦର୍ଶନକୁ ସମାଲୋଚନା କରାଯାଉଛି ।

  • କୁଲଦୀପଙ୍କ ସପକ୍ଷରେ ପୂଜାରା
ଚେତେଶ୍ଵର ପୂଜାରା କ୍ରିକଇନଫୋରେ କଥାବାର୍ତ୍ତା ସମୟରେ କହିଛନ୍ତି, "ମୋ ମତରେ ପ୍ରଥମ ଟେଷ୍ଟ ମ୍ୟାଚରେ ଯେଉଁମାନେ ପ୍ଲେଇଙ୍ଗ-୧୧ରେ ଥିଲେ ସେହିମାନେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଖେଳନ୍ତୁ । ମାତ୍ର ମୁଁ ଶୁଣିବାକୁ ପାଉଛି ଯେ କୁଲଦୀପଙ୍କ ସ୍ଥାନରେ ସାରାଂଶଙ୍କୁ ସୁଯୋଗ ଦେବାକୁ ମ୍ୟାନେଜମେଣ୍ଟ ଚିନ୍ତା କରୁଛି ।" ତେବେ କୁଲଦୀପ ଏହି ସମ୍ଭାବ୍ୟ ପରିବର୍ତ୍ତନକୁ ବିରୋଧ କରିବା ସହ କୁଲଦୀପଙ୍କ କ୍ଷମତା ଉପରେ ଭରସା କରିଛନ୍ତି । ପୂଜାରା ଆଗକୁ କହିଥିଲେ, "ଯଦି କୁଲଦୀପଙ୍କୁ ହଟାଯାଉଛି ତେବେ ମୁଁ ନିରାଶ ହେବି । କୁଲଦୀପଙ୍କ ପରି ଖେଳାଳିଙ୍କୁ ଆଉ ଏକ ସୁଯୋଗ ଦେବା ଆବଶ୍ୟକ । ସେ କ୍ଵାଲିଟି ବୋଲର । ଟେଷ୍ଟ ମ୍ୟାଚ୍‌ରେ ଏତେ ପରିବର୍ତ୍ତନ କରାଯାଏ ନାହିଁ । ଆପଣ ବିଜୟୀ ଟିମକୁ ପରିବର୍ତ୍ତନ କରିପାରିବେ ନାହିଁ ।"

  • କମ ଓଭର ବୋଲିଂ କରିଥିଲେ କୁଲଦୀପ
ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ କୁଲଦୀପ ଭାରତର ତୃତୀୟ ସ୍ପିନର ଭାବେ ମ୍ୟାଚ୍‌ ଖେଳିଥିଲେ । ଅଧିନାୟକ ଶୁଭମନ ଗିଲ୍‌ ଅଧିକ ସୁଯୋଗ ରବୀନ୍ଦ୍ର ଜାଡେଜା ଏବଂ ବାମହାତୀ ବୋଲର୍‌ ମାନବ ସୁଥାରହ୍କୁ ଦେଇଥିଲେ । ଉଭୟ ସ୍ପିନର କୁଲଦୀପଙ୍କ ଅପେକ୍ଷା ପ୍ରାୟ ଦୁଇ ଗୁଣ ଅଧିକ ବୋଲିଂ କରିଥିଲେ । କୁଲଦୀପଙ୍କୁ କମ୍ ଓଭର ଦେବାପରେ ଏବେ ଚର୍ଚ୍ଚା ହେଉଛି ଯେ କଣ ମ୍ୟାନେଜମେଣ୍ଟ ଫିଙ୍ଗର ସ୍ପିନ୍‌କୁ ଅଧିକ ସୁଯୋଗ ଦେଉଛି ? ଅନ୍ୟପଟେ ଭାରତୀୟ ସ୍ପିନ ବୋଲିଂ କୋଚ୍‌ ସାଇରାଜ୍ ବହୁତୁଲେ ଏହା ପଛରେ ରଣନୀତି ବୋଲି କହିଛନ୍ତି ।

ପଢନ୍ତୁ ଏହି ଖବର: ୬୪ ରନ୍‌ରେ ବାଂଲାଦେଶ ଅଲଆଉଟ୍; ଟପ୍ ଅର୍ଡରକୁ ସଫା କରିଦେଲେ ମିଚେଲ୍ ଷ୍ଟାର୍କ

ସେପଟେ ୩୩ ବର୍ଷୀୟ ସାରାଂଶ ଜୈନ ଅଫ୍ ସ୍ପିନ୍ ବୋଲିଂ କରନ୍ତି ଓ ଏଯାବତ୍ ଭାରତ ପାଇଁ ଖେଳିନାହାନ୍ତି । ଶ୍ରୀଲଙ୍କା ବ୍ୟାଟିଂ କ୍ରମରେ ଅଧିକାଂଶ ବାମହାତୀ ବ୍ୟାଟ୍ସମ୍ୟାନ୍ ଥିବାରୁ ସାରାଂଶଙ୍କୁ ଦ୍ଵିତୀୟ ଟେଷ୍ଟ ପ୍ଲେଇଙ୍ଗ-୧୧ ବିକଳ୍ପ ଭାବରେ ଖେଳିବାର ସୁଯୋଗ ଦିଆଯାଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: