Football Match Incident / ମ୍ୟାଚ୍ ଚାଲିଥିବା ବେଳେ ହୃଦ୍ଘାତରେ କୋଚ୍ଙ୍କର ମୃତ୍ୟୁ
·10 months ago·2 min read

Key Points
ମ୍ଲାଡଷ୍ଟ ଲୁକାନି ଓ ଏଫ୍କେ ରଡନିକି -୧୯୨୩ ମଧ୍ୟରେ ଖେଳାଯାଇଥିବା ସର୍ବିଆନ ସୁପରଲିଗ୍ ମ୍ୟାଚ୍ରେ ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ୍ ବେଳେ ରଡନିକି କ୍ଳବର ମୁଖ୍ୟ କୋଚ୍ ମ୍ଲାଦେନ ଜିଜୋଭିକ୍ଙ୍କର ମୃତ୍ୟୁ ଘଟିଛି।
ମ୍ଲାଡଷ୍ଟ ଲୁକାନି ଓ ଏଫ୍କେ ରଡନିକି -୧୯୨୩ ମଧ୍ୟରେ ଖେଳାଯାଇଥିବା ସର୍ବିଆନ ସୁପରଲିଗ୍ ମ୍ୟାଚ୍ରେ ଏକ ଦୁଃଖଦ ଘଟଣା ଘଟିଛି। ମ୍ୟାଚ୍ ବେଳେ ରଡନିକି କ୍ଳବର ମୁଖ୍ୟ କୋଚ୍ ମ୍ଲାଦେନ ଜିଜୋଭିକ୍ଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ୪୪ ବର୍ଷ ହୋଇଥିଲା। ମ୍ୟାଚ୍ର ପ୍ରଥମାର୍ଦ୍ଧର ୨୨ତମ ମିନିଟ୍ରେ ଜିଜୋଭିକ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ଏଥିଯୋଗୁ ତାଙ୍କୁ ଫିଲ୍ଡିରେ ମେଡିକାଲ ସହାୟତା ପ୍ରଦାନ କରାଯିବା ପରେ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ଏହାପରେ ମ୍ୟାଚ୍କୁ ପୁନଃ ଆରମ୍ଭ କରାଯାଇଥିଲା।
ଏହାସହ ପଢ଼ନ୍ତୁ: 'ଡିଭିଲିୟର୍ସ ଦୟା କରି ମୋତେ ସାହାଯ୍ୟ କର...' ସୂର୍ଯ୍ୟା କାହିଁକି ମାଗିଲେ ସାହାଯ୍ୟ? ଚାଲନ୍ତୁ ଜାଣିବା...
ହେଲେ ପ୍ରାୟ ୨୦ ମିନିଟ୍ ପରେ ଜିଭୋଭିକ୍ଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ମ୍ୟାଚ୍କୁ ବାତିଲ କରି ଦିଆଯାଇଥିଲା। ତେବେ ହୃଦ୍ଘାତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା। ଏହି ଦୁଃଖଦ ଖବର ଶୁଣିବା ପରେ ଟେଲିଭିଜନ ଫୁଟେଜରେ କିଛି ଖେଳାଳିମାନେ ଗ୍ରାଉଣ୍ଡରେ ଆଣ୍ଠେଇ କାନ୍ଦୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପରେ ଏ ସମ୍ପର୍କରେ ରଡନିକି ୧୯୨୩ କ୍ଲବ ପକ୍ଷରୁ ବିବୃତ୍ତି ଜାରି କରାଯାଇଥିଲା।
ଗଭୀର ଦୁଃଖ ସହ ଆମେ ସଭିଙ୍କୁ ଜଣାଇବାକୁ ଚାହୁଁଛୁ ଯେ, ଲୁକାନିଠାରେ ମ୍ଲାଡଷ୍ଟ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ବେଳେ ଆମର ମୁଖ୍ୟ କୋଚ୍ ମ୍ଲାଡେନ ଜିଜୋଭିକଙ୍କର ପରଲୋକ ଘଟିଛି। ଆମ କ୍ଲବ ଜଣେ ମହାନ ସ୍ପେଶାଲିଷ୍ଟଙ୍କୁ ନୁହେଁ, ବରଂ ଜଣେ ଭଲ ବ୍ୟକ୍ତି ଓ ଜଣେ ବନ୍ଧୁଙ୍କୁ ହରାଇଛି।
ଏହାସହ ପଢ଼ନ୍ତୁ: ଏସିଆ କପ୍ ବିବାଦରେ ICCର ଆକ୍ସନ: ହାରିସ ରୌଫ ୨ଟି ମ୍ୟାଚରୁ ସସପେଣ୍ଡ, ସୂର୍ଯ୍ୟଙ୍କ ଉପରେ ଜରିମାନା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁବାଇରେ ମଙ୍ଗଳବାର ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)ର ବୈଠକ। ଏଥିରେ ଏସିଆ କପ୍ ବିବାଦ ପ୍ରସଙ୍ଗ ଉଠିଛି। ଅଭିଯୋଗ ଆଧାରରେ ଆଇସିସି ପାକିସ୍ତାନ ଖେଳାଳି ହାରିସ ରୌଫଙ୍କୁ ଦୁଇଟି ମ୍ୟାଚ୍ରୁ ବାସନ୍ଦ କରିଛି। ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ୩୦ ପ୍ରତିଶତ ମ୍ୟାଚ ଫି ଜରିମାନା ଲଗାଯାଇଛି। ଏସିଆ କପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ସମେତ ୩ଟି ମୁକାବିଲା ଖେଳା ଯାଇଥିଲା। ଏହି ମୁକାବିଲା ଗୁଡ଼ିକରେ ଖେଳାଳିଙ୍କ ମଧ୍ୟରେ ତିକ୍ତତାର ମାହୋଲ ଥିଲା. ଏହା ଆଚାର ସଂହିତାର ଉଲ୍ଲଂଘନ କରିଥିବା କହିଛି ଆଇସିସି।
ଦୁବାଇରେ ଚାଲିଥିବା ବୈଠକରେ ଆଇସିସି ଆଚାର ସଂହିତା ଉଲ୍ଲଂଘନ ମାମଲାରେ ନିଜର ନିଷ୍ପତ୍ତି ଶୁଣାଇଛି। ଆଇସିସି କହିଛି ଯେ, ମୋଟ୍ ୫ ଖେଳାଳିଙ୍କ ବିରୋଧରେ ଅଲଗା ଅଲଗା ମ୍ୟାଚରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରେ ସୂର୍ଯ୍ୟକୁମାର ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ହାରିସ ରୌଫ ଓ ସାହିବଜାଦା ଫରହାନ ସାମିଲ୍। ଏହି ସବୁ ମାମଲା ୨୦୨୫ ସେପ୍ଟେମ୍ବରରେ ଖେଳା ଯାଇଥିବା ଏସିଆ କପର ତିନି ମ୍ୟାଚ୍ ସେପ୍ଟେମ୍ବର ୧୪, ୨୧ ଓ ୨୮ ସହ ଜଡ଼ିତ। ମାମଲାର ଶୁଣାଣି ଏମିରେଟ୍ସ ଆଇସିସି ଏଲିଟ୍ ପ୍ୟାନେଲ ଅଫ ମ୍ୟାଚ୍ ରେଫରିଜର ସଦସ୍ୟଙ୍କ ଦ୍ଵାରା କରାଯାଇଛି।

Related Topics
Explore more stories