AB de Villiers: ଡିଭିଲିୟର୍ସ ବାଛିଲେ ଟପ୍-୫ ଟେଷ୍ଟ କ୍ରିକେଟର, ଲିଷ୍ଟରେ ନାହିଁ କୋହଲିଙ୍କ ନାଁ

Key Points
ଡିଭିଲିୟର୍ସଙ୍କ ବେଷ୍ଟ - 5 କ୍ରିକେଟରଙ୍କ ମଧ୍ୟରେ ନାହାନ୍ତି ବିରାଟ କୋହଲି। ତାଲିକାରେ ସ୍ଥାନ ନ ଦେବା ପାଇଁ ବିରାଟଙ୍କୁ କ୍ଷମା ମାଗିଲେ ABD । ଟପ୍-5 କ୍ରିକେଟର୍ସଙ୍କ ତାଲିକାରେ ସଚିନ ତେନ୍ଦୁଲକରଙ୍କ ନାଁ ।
'I AM SORRY ବିରାଟ’। ଏମିତି କହିଛନ୍ତି ବିଶ୍ବ କ୍ରିକେଟର ଅନ୍ୟତମ ମହାନ ଖେଳାଳି ତଥା ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ । ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ସମ୍ପର୍କ ବାବଦରେ ସମସ୍ତଙ୍କୁ ଜଣା । ସବୁବେଳେ ଉଭୟ ଉଭୟଙ୍କର ପ୍ରଶଂସା କରିଥାନ୍ତି । ଡିଭିଲିୟର୍ସ ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବାବେଳେ ବିରାଟଙ୍କ ସହ ସେ ଆଇପିଏଲରେ RCB ଟିମ୍ ପାଇଁ ବହୁ ମ୍ୟାଚ୍ ଖେଳିଛନ୍ତି ।
କିନ୍ତୁ ଡିଭିଲିୟର୍ସଙ୍କୁ ଯେତେବେଳେ ସେ ଖେଳିଥିବା ବିଶ୍ବର ଶ୍ରେଷ୍ଠ ୫ ଜଣ ଟେଷ୍ଟ କ୍ରିକେଟରଙ୍କ ବାବଦରେ ପଚରାଗଲା, ସେ ଏହି ତାଲିକାରେ ବିରାଟ କୋହଲିଙ୍କୁ ସ୍ଥାନ ଦେଲେ ନାହିଁ । ଭାରତୀୟ ଦଳର କ୍ୟାପଟେନ୍ ହେବା ପରେ ବିରାଟ କୋହଲି ଭାରତୀୟ ଟେଷ୍ଟ ଟିମକୁ ଭିନ୍ନ ଏକ ସ୍ତରରେ ପହଞ୍ଚାଇଥିଲେ । କିନ୍ତୁ ବିରାଟ କୋହଲି ଟପ୍ - ୫ ବେଷ୍ଟ କ୍ରିକେଟରଙ୍କ ମଧ୍ୟରେ ନାହାନ୍ତି । ଅବଶ୍ୟ ଏଥିପାଇଁ ବିରାଟ କୋହଲିଙ୍କୁ କ୍ଷମା ମାଗିଛନ୍ତି ଏବି ଡିଭିଲିୟର୍ସ । ସେ କହିଛନ୍ତି, I AM SORRY ବିରାଟ ।
ଅଧିକ ପଢ଼ନ୍ତୁ: ଟି-୨୦ କ୍ରିକେଟକୁ ଅଲବିଦା କହିଲେ ମିଚେଲ ଷ୍ଟାର୍କ, କାହିଁକି ନେଲେ ଅବସର...କହିଲେ କାରଣ...
📱 Get Argus News App
✨ଡିଭିଲିୟର୍ସଙ୍କ ଟପ୍-୫ କ୍ରିକେଟର୍ସଙ୍କ ତାଲିକାରେ ରହିଛି ମହାନ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ନାଁ । ତେନ୍ଦୁଲକରଙ୍କୁ ନେଇ ଡିଭିଲିୟର୍ସ କହିଛନ୍ତି, ସଚିନ ମଇଦାନକୁ ଆସିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ ହେଉଥିଲା। ତେନ୍ଦୁଲକର ପଡ଼ିଆକୁ ଓହ୍ଲାଇବାବେଳେ ଯେମିତି ସବୁକିଛି ଥମି ଯାଉଥିଲା। ତାଙ୍କୁ ବ୍ୟାଟିଂ କରିବା ଦେଖି ଖୁବ୍ ଭଲ ଲାଗୁଥିଲା ବୋଲି ସେ କହିଛନ୍ତି ।
ସେହିପରି ଡିଭିଲିୟର୍ସଙ୍କ ଏହି ଟପ୍-୫ କ୍ରିକେଟର ତାଲିକାରେ ଅଷ୍ଟ୍ରେଲିଆ, ପାକିସ୍ତାନ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାର ଜଣେ ଲେଖାଏଁ ଖେଳାଳି ଅଛନ୍ତି । ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର ଜ୍ୟାକ୍ କାଲିସ, ଇଂଲଣ୍ଡର ଆଣ୍ଡ୍ରୁ ଫ୍ଲିଣ୍ଟଫ୍, ଅଷ୍ଟ୍ରେଲିଆର ଶେନ୍ ୱାର୍ଣ୍ଣ ଓ ପାକିସ୍ତାନର ମହମ୍ମଦ ଆସିଫଙ୍କୁ ନିଜର ଶ୍ରେଷ୍ଠ କ୍ରିକେଟର ତାଲିକାରେ ସ୍ଥାନ ଦେଇଛନ୍ତି । ତାଙ୍କ ଅନୁସାରେ ଜ୍ୟାକ୍ କାଲିସ ବିଶ୍ବର ସର୍ବ ଶ୍ରେଷ୍ଠ ଅଲରାଉଣ୍ଡର। ସେ ସମ୍ଭବତଃ ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟର ବୋଲି କହିଛନ୍ତି ଡିଭିଲିୟର୍ସ ।