Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Mitchell Starc: ଟି-୨୦ କ୍ରିକେଟକୁ ଅଲବିଦା କହିଲେ ମିଚେଲ ଷ୍ଟାର୍କ, କାହିଁକି ନେଲେ ଅବସର...କହିଲେ କାରଣ...

Santosh Kumar Sahoo
Browse all articles by Santosh Kumar Sahoo
·10 months ago·1 min read
Mitchell Starc: ଟି-୨୦ କ୍ରିକେଟକୁ ଅଲବିଦା କହିଲେ ମିଚେଲ ଷ୍ଟାର୍କ, କାହିଁକି ନେଲେ ଅବସର...କହିଲେ କାରଣ...

Key Points

ଅଷ୍ଟ୍ରେଲିଆ କ୍ରିକେଟକୁ ବଡ଼ ଝଟକା । ଟି-୨୦ରୁ ଅବସର ନେଲେ ମିଚେଲ ଷ୍ଟାର୍କ । ଏବେ କେବଳ ଦିନିକିଆ ଓ ଟେଷ୍ଟ କ୍ରିକେଟ ଖେଳିବା ଜାରି ରଖିବେ ।

ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ । ସେ ୨୦୨୪ ଟି-୨୦ ବିଶ୍ୱକପ୍ ପରଠାରୁ ଅଷ୍ଟ୍ରେଲିଆ ପାଇଁ କୌଣସି ଟି-୨୦ ମ୍ୟାଚ୍ ଖେଳି ନଥିଲେ। ଟି-୨୦ ଫର୍ମାଟରୁ ଅବସର ନେବା ପରେ ମିଚେଲ ଷ୍ଟାର୍କ ଟେଷ୍ଟ ଏବଂ ଦିନିକିଆରେ ଅଧିକ ଫୋକସ୍ ଦେବେ । ଏହା ବ୍ୟତୀତ ସେ ବିଭିନ୍ନ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଲିଗ୍ ମଧ୍ୟ ଖେଳିବା ଜାରି ରଖିବେ ।



କ୍ରିକେଟ ଅଷ୍ଟ୍ରେଲିଆ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ସେମାନେ ଷ୍ଟାର୍କଙ୍କ ଟି-୨୦ କ୍ରିକେଟ ଅବସର ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେପଟେ ଷ୍ଟାର୍କ କହିଛନ୍ତି, "ଟେଷ୍ଟ କ୍ରିକେଟ୍ ସର୍ବଦା ମୋର ସର୍ବୋଚ୍ଚ ପ୍ରାଥମିକତା ହୋଇଆସିଛି। ମୁଁ ଅଷ୍ଟ୍ରେଲିଆ ପାଇଁ ଖେଳାଯାଇଥିବା ପ୍ରତ୍ୟେକ ଟି-୨୦ ମ୍ୟାଚ୍‌ର ପ୍ରତ୍ୟେକ ମିନିଟ୍‌କୁ ଉପଭୋଗ କରିଛି। ଆମେ ୨୦୨୧ରେ ଟି-୨୦ ବିଶ୍ୱକପ୍ ଜିତିଥିଲୁ ଯାହା ବହୁତ ଚମତ୍କାର ଥିଲା।'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ: ରୋହିତ ଶର୍ମାଙ୍କ ସହ ବାଜି ମାରିଲେ ଏହି ଖେଳାଳି, ପାସ୍ କଲେ 'ବ୍ରୋଙ୍କୋ ଟେଷ୍ଟ'


ସେ ଆହୁରି କହିଛନ୍ତି, "ଭାରତ ବିପକ୍ଷ ଟେଷ୍ଟ ସିରିଜ୍, ଆସେସ୍ ଏବଂ ୨୦୨୭ରେ ଏକଦିବସୀୟ ବିଶ୍ୱକପ୍‌କୁ ଦେଖି, ମୁଁ ଭାବୁଛି ଏହି ଅଭିଯାନ ପାଇଁ ସତେଜ, ଫିଟ୍ ଏବଂ ସର୍ବୋତ୍ତମ ରହିବାର ଏହା ମୋର ସର୍ବୋତ୍ତମ ଉପାୟ।" ମିଚେଲ୍ ଷ୍ଟାର୍କ ୨୦୧୨ରେ ପାକିସ୍ତାନ ବିପକ୍ଷରେ ଟି-୨୦ରେ ଡେବ୍ୟୁ କରିଥିଲେ । ଷ୍ଟାର୍କ ଅଷ୍ଟ୍ରେଲିଆ ପାଇଁ ୬୫ ଟି-୨୦ ମ୍ୟାଚ୍ ଖେଳିଥିବାବେଳେ ୭୯ଟି ଓ୍ବିକେଟ ଅକ୍ତିଆର କରିଥିଲେ ।

Sponsored
Mitchell Starc Retires from T20 Internationals, Focuses on Tests and ODIs | Argus News