Videos
|
Sports

Yuvraj Singh Batting Coach / IPL 2027 ପୂର୍ବରୁ ବଡ଼ ଘୋଷଣା, ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ହେଲେ ଯୁବରାଜ ସିଂହ

Santosh Kumar Sahoo
Browse all articles by Santosh Kumar Sahoo
·51 mins ago·2 min read
IPL 2027 ପୂର୍ବରୁ ବଡ଼ ଘୋଷଣା, ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ହେଲେ ଯୁବରାଜ ସିଂହ
Yuvraj Singh

Key Points

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ନିଷ୍ପତ୍ତି
ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ
IPL 2027 ପାଇଁ ବଡ଼ ପ୍ଲାନ୍
IPL 2027 ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ଅଲ୍‌ରାଉଣ୍ଡର୍ ଯୁବରାଜ ସିଂହଙ୍କୁ ଦଳର ସହକାରୀ କୋଚ୍ ଏବଂ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ କରିଛି ଫ୍ରାଞ୍ଚାଇଜି । ଏହା ସହିତ ଯୁବରାଜ ନିଜ କୋଚିଂ କ୍ୟାରିୟରର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ଭାରତର ବିଜୟର ଅନ୍ୟତମ ନାୟକ ଥିଲେ ଯୁବରାଜ ସିଂହ । ନିଜର ଦମ୍‌ଦାର ବ୍ୟାଟିଂ ଏବଂ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ସେ କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିଥିଲେ । ଆଉ ଏବେ ୧୫ ବର୍ଷ ପରେ ଜଣେ ଖେଳାଳି ଭାବେ ନୁହେଁ, ବରଂ କୋଚ୍ ଭାବେ ନିଜ ଅଭିଜ୍ଞତାକୁ ଦଳର ଖେଳାଳିଙ୍କ ସହ ବାଣ୍ଟିବେ ଏହି ପୂର୍ବତନ ଭାରତୀୟ କ୍ରିକେଟର୍ ।

ସୌରଭ ଗାଙ୍ଗୁଲିଙ୍କ ସହ କାମ କରିବେ ଯୁବରାଜ

ଆଇପିଏଲ୍‌ର ଆଗାମୀ ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍ ଭାବେ ସୌରଭ ଗାଙ୍ଗୁଲି ଦାୟିତ୍ୱ ନେବାକୁ ଥିବାବେଳେ, ତାଙ୍କ ସହ ମିଶି କାମ କରିବେ ଯୁବରାଜ ସିଂହ । ଉଭୟ ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଚେହେରା ହୋଇଥିବାରୁ ଦଳର ବ୍ୟାଟିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ଉପରେ ଫୋକସ୍ ରହିବ ବୋଲି ଆଶା କରାଯାଉଛି ।

ଯୁବରାଜ ନିଜ କ୍ୟାରିୟରରେ ୩୦୪ଟି ଦିନିକିଆ, ୫୮ଟି ଟି-୨୦ ଅନ୍ତର୍ଜାତୀୟ ଏବଂ ୪୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସେ ଅଭିଷେକ ଶର୍ମା ଏବଂ ପ୍ରଭସିମରନ୍ ସିଂହଙ୍କ ଭଳି ଯୁବ ବ୍ୟାଟର୍‌ଙ୍କୁ ଟ୍ରେନିଂ ଦେଇ ସେମାନଙ୍କ ଖେଳରେ ଉନ୍ନତି ଆଣିବାରେ ସହାୟତା କରିଛନ୍ତି । ଏବେ ସେ ଆଇପିଏଲ୍‌ରେ ଔପଚାରିକ ଭାବେ କୋଚିଂ ଦାୟିତ୍ୱ ନେବାକୁ ଯାଉଛନ୍ତି ।

ଏଥି ସହ ପଢନ୍ତୁ:  ଭୁବନେଶ୍ୱରଙ୍କ ପରେ ଏବେ ଶାମିଙ୍କ ଏଣ୍ଟ୍ରି! ରଣଜୀରେ ଘାତକ ବୋଲିଂ, ଟିମ୍ ଇଣ୍ଡିଆକୁ ଫେରିବା ନେଇ ବଡ଼ ସଙ୍କେତ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୧୫ରେ ଦିଲ୍ଲୀ ତାଙ୍କୁ କିଣିଥିଲା ୧୬ କୋଟି ଟଙ୍କାରେ

ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୁବରାଜଙ୍କ ସମ୍ପର୍କ ନୂଆ ନୁହେଁ । ୨୦୧୫ ସେ ମସିହାରେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିଥିଲେ । ସେହି ସମୟରେ ଦିଲ୍ଲୀ ତାଙ୍କୁ ୧୬ କୋଟି ଟଙ୍କାର ରେକର୍ଡ ମୂଲ୍ୟରେ କିଣିଥିଲା । ସେହି ସମୟରେ ଆଇପିଏଲ୍ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ ଯୁବରାଜ । ସେହି ସିଜିନ୍‌ରେ ଯୁବରାଜ ଦିଲ୍ଲୀ ପକ୍ଷରୁ ସମସ୍ତ ୧୪ଟି ମ୍ୟାଚ୍ ଖେଳିଥିଲେ ।

ଦୀର୍ଘ ବର୍ଷ ପରେ ଏବେ ନୂଆ ଭୂମିକାରେ ଦିଲ୍ଲୀ ଦଳକୁ ଫେରିବେ ଏହି ଷ୍ଟାର୍ କ୍ରିକେଟର୍ । ତେଣୁ ଆଗାମୀ ସିଜିନ୍‌ରେ ଯୁବରାଜଙ୍କ କୋଚିଂ ଦଳ ପାଇଁ କେତେ ଲାଭଦାୟକ ହେଉଛି, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ ।

କୋଚ୍ ହେବା ପରେ କ'ଣ କହିଲେ ଯୁବରାଜ?

ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ୍ ଏବଂ ବ୍ୟାଟିଂ କୋଚ୍ ହେବା ପରେ ଯୁବରାଜ ସିଂହ ନିଜ ଖୁସି ପ୍ରକାଶ କରିଛନ୍ତି। ଦଳ ସହ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସେ ଉତ୍ସାହିତ ଥିବା କହିଛନ୍ତି ।

ଯୁବରାଜ କହିଛନ୍ତି ଯେ ଦିଲ୍ଲୀ କ୍ୟାପିଟାଲ୍ସ ସହ ତାଙ୍କର ପୁରୁଣା ସମ୍ପର୍କ ରହିଛି ଏବଂ ଫ୍ରାଞ୍ଚାଇଜିର ମାଲିକମାନଙ୍କୁ ମଧ୍ୟ ସେ ଭଲ ଭାବେ ଜାଣନ୍ତି। ଏହା ତାଙ୍କ ପାଇଁ ଏକ ବିଶେଷ ସୁଯୋଗ। ସୌରଭ ଗାଙ୍ଗୁଲିଙ୍କ ସହ କୋଚ୍ ଭାବେ କାମ କରିବାକୁ ସେ ଉତ୍ସୁକ ଅଛନ୍ତି ।