Videos
|
Sports

Devdutt Padikkal Century / ପଡିକ୍କଲଙ୍କ ବ୍ୟାଟ୍‌ରେ ଧମାକା; ମୈଦାନରେ ଚୌକା ବର୍ଷା, ଲଗାତାର ସେଞ୍ଚୁରୀ, ନମ୍ବର-୩ର ଟେନସନ ଗଲା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପଡିକ୍କଲଙ୍କ ବ୍ୟାଟ୍‌ରେ ଧମାକା; ମୈଦାନରେ ଚୌକା ବର୍ଷା, ଲଗାତାର ସେଞ୍ଚୁରୀ, ନମ୍ବର-୩ର ଟେନସନ ଗଲା
Devdutt Padikkal Century

Key Points

ଶ୍ରୀଲଙ୍କା ବିପକ୍ଷରେ ଭାରତର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍
ଲଗାତାର ଦ୍ୱିତୀୟ ଶତକ ହାସଲ କଲେ ପଡିକ୍କଲ
ରଚିଲେ ଏକାଧିକ ଇତିହାସ, ଜାଣନ୍ତୁ କଣ
କଲୋମ୍ବୋ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ କଲୋମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଯୁବ ଭାରତୀୟ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପଡିକ୍କଲଙ୍କ ବ୍ୟାଟ୍‌ରୁ ଛକା, ଚଉକା ବର୍ଷା । ପଡିକ୍କଲ୍ ତାଙ୍କର ଜବରଦସ୍ତ ଫର୍ମ ଜାରି ରଖିଥିବାବେଳେ ଆଜି ଆଉ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ସିରିଜ୍‌ରେ ଏହା ତାଙ୍କର ଲଗାତାର ଦ୍ୱିତୀୟ ଶତକ । ସେ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ୧୬୭ ରନ୍‌ର ଏକ ଦମଦାର ଇନିଂସ ଖେଳି ଫ୍ୟାନ୍ସଙ୍କ ହୃଦୟ ଜିତିଥିଲେ ।

  • ଧୈର୍ଯ୍ୟର ସହ ଖେଳିଲେ ପଡିକ୍କଲ
ଏହି ଇନିଂସରେ ପଡିକ୍କଲ୍ ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲେ । ସେ ତିଳେ ବି ରିସ୍କ ନ ନେଇ ଆରାମରେ ବ୍ୟାଟିଂ କରିଥିଲେ ଏବଂ ୧୬୮ ବଲ୍‌ରେ ତାଙ୍କର ଶତକ ହାସଲ କରିଛନ୍ତି । ଦ୍ଵିତୀୟ ସେଞ୍ଚୁରୀରେ ପଡିକ୍କଲ ଗୋଟିଏ ବି ଛକା ମାରିନଥିବାବେଳେ ୧୦ଟି ଚୌକା ମାରିଛନ୍ତି । ସେ ଅଧିନାୟକ ଶୁଭମନ ଗିଲଙ୍କ ସହିତ ଏକ ଦୃଢ଼ ଭାଗୀଦାରି କରିଛନ୍ତି, ଯାହା ଫଳରେ ଭାରତୀୟ ଦଳ ମ୍ୟାଚ୍‌ରେ ଏକ ବହୁତ ମଜଭୁତ ସ୍ଥିତିରେ ପହଞ୍ଚିଛି । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ମାତ୍ର ୬୬ ରନ୍‌ରେ ଦୁଇଟି ୱିକେଟ୍ ହରାଇଥିଲା । ଏହା ପରେ ଶୁଭମନ ଗିଲ୍ ଏବଂ ଦେବଦତ୍ତ ପଡିକ୍କଲ୍ ତୃତୀୟ ୱିକେଟ୍ ପାଇଁ ୧୨୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ହାସଲ କରିଥିଲେ ।


  • ଟିମ ଇଣ୍ଡିଆର ନମ୍ବର-୩ର ଟେନସନ୍ ଗଲା
ବହୁତ ଦିନ ଧରି ଭାରତୀୟ ଟେଷ୍ଟ ଦଳ ନମ୍ବର-୩ରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟସମ୍ୟାନଙ୍କୁ ଖୋଜୁଥିଲା, ଯିଏ ଦ୍ରୁତ ଏବଂ ସ୍ପିନ୍ ବୋଲିଂ ଉଭୟକୁ ପ୍ରଭାବଶାଳୀ ଭାବରେ ଖେଳିପାରିବେ । ତେବେ ପଡିକ୍କଲ୍ ଲଗାତାର ଦୁଇଟି ଶତକ ସହିତ ଏହି ସମସ୍ୟାକୁ ପ୍ରାୟ ସମ୍ପୂର୍ଣ୍ଣ ସମାଧାନ କରିଛନ୍ତି । ସ୍ପିନ୍ ଏବଂ ପେସ୍ ଆକ୍ରମଣ ଉଭୟ ବିରୁଦ୍ଧରେ ସେ ସହଜରେ ସ୍କୋର କରି ତିନି ନମ୍ବରରେ ତାଙ୍କର ସ୍ଥାନକୁ ପ୍ରାୟତଃ ସୁଦୃଢ଼ ​​କରିଥିବା ମନେ ହେଉଛି ।

ପଢନ୍ତୁ ଏହି ଖବର: ଋଷଭ ପନ୍ତଙ୍କୁ କ'ଣ ହେଲା ? ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ୍ ମଝିରେ ପଡ଼ିଆ ଛାଡ଼ିଲେ...

  • ସାଇ ସୁଦର୍ଶନଙ୍କ ବଢିଲା ଚ୍ୟାଲେଞ୍ଜ
ପଡିକ୍କଲଙ୍କ ସ୍ଥିର ପ୍ରଦର୍ଶନ ଯୋଗୁଁ ଦୀର୍ଘ ଦିନ ଧରି ନମ୍ବର ୩ ସ୍ଥାନ ପାଇଁ ଦୌଡ଼ରେ ଥିବା ଖେଳାଳିମାନଙ୍କ ପାଇଁ ଏବେ ପ୍ଲେଇଙ୍ଗ-୧୧ରେ ସାମିଲ ହେବା କଷ୍ଟକର ହୋଇପଡ଼ିଛି । ସେମାନଙ୍କ ମଧ୍ୟରେ ସାଇ ସୁଦର୍ଶନ ସବୁଠାରୁ ପ୍ରଥମରେ ଅଛନ୍ତି । ଏହା ଉଲ୍ଲେଖନୀୟ ଯେ ସାଇ ସୁଦର୍ଶନଙ୍କ ଆଘାତ ପରେ ଦେବଦତ୍ତ ପଡିକ୍କଲ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଥିଲେ । ବର୍ତ୍ତମାନ ପଡିକ୍ଲଲଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ସହିତ ସୁଦର୍ଶନଙ୍କ ପ୍ରତ୍ୟାବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଚ୍ୟାଲେଞ୍ଜ ପାଲଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: