Dharmendrasinh Jadeja / ୬୦୦ରୁ ଅଧିକ ୱିକେଟ୍, ତଥାପି ଟିମ୍ ଇଣ୍ଡିଆରେ ସୁଯୋଗ ନାହିଁ ! କାହିଁକି ଜାଡେଜାଙ୍କୁ ସିଲେକ୍ଟର୍ସ କରୁଛନ୍ତି ଅଣଦେଖା...
·1 hour ago·3 min read

Key Points
ରଣଜୀରେ ଦବଦବା, ୬୦୦ରୁ ଅଧିକ ୱିକେଟ୍…
ତଥାପି ଟିମ୍ ଇଣ୍ଡିଆରେ ନାହିଁ ସ୍ଥାନ !
ଜାଡେଜାଙ୍କ ପାଇଁ କେବେ ଖୋଲିବ ଟିମ୍ ଇଣ୍ଡିଆର ଦ୍ୱାର ?

ଘରୋଇ କ୍ରିକେଟ୍ରେ ଲଗାତର ଦମଦାର ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଟିମ୍ ଇଣ୍ଡିଆରେ ଖେଳିବାକୁ ଏପର୍ଯ୍ୟନ୍ତ ମିଳିନି ସୁଯୋଗ । ଏମିତି ହିଁ ଏକ ଅଧୂରା ସ୍ୱପ୍ନର କାହାଣୀ ସୌରାଷ୍ଟ୍ରର ଅଭିଜ୍ଞ ସ୍ପିନର ଧର୍ମେନ୍ଦ୍ରସିଂହ ଜଡେଜାଙ୍କର । ୩୬ ବର୍ଷ ବୟସରେ ଏହି ବାମହାତୀ ସ୍ପିନର ଘରୋଇ କ୍ରିକେଟ୍ରେ ୬୦୦ରୁ ଅଧିକ ୱିକେଟ୍ ନେଇସାରିଛନ୍ତି, ରଣଜୀ ଟ୍ରଫିରେ ଲଗାତର ନିଜର ଦବଦବା ଜାହିର କରିଛନ୍ତି । କିନ୍ତୁ ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ତାଙ୍କୁ ମିଳିନାହିଁ । ଏବେ ସୌରାଷ୍ଟ୍ର ଛାଡ଼ି ଛତିଶଗଡ଼ ପାଇଁ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବା ଏହି ସ୍ପିନରଙ୍କ ପାଇଁ ଆଗକୁ ଟିମ୍ ଇଣ୍ଡିଆର ଦ୍ବାର ଖୋଲିବ କି ?
ଘରୋଇ କ୍ରିକେଟ୍ରେ ଲଗାତାର ଭଲ ପ୍ରଦର୍ଶନ କରିବା ଟିମ୍ ଇଣ୍ଡିଆରେ ସ୍ଥାନ ପାଇବାର ଗ୍ୟାରେଣ୍ଟି ନୁହେଁ । ଏହାର ଏକ ବଡ଼ ଉଦାହରଣ ହେଉଛନ୍ତି ଧର୍ମେନ୍ଦ୍ରସିଂହ ଜଡେଜା । ୩୬ ବର୍ଷୀୟ ଏହି ବାମହାତୀ ସ୍ପିନର ଘରୋଇ କ୍ରିକେଟ୍ରେ ୱିକେଟ୍ର ବର୍ଷା କରିଛନ୍ତି । ଫର୍ଷ୍ଟ କ୍ଲାସ୍, ଲିଷ୍ଟ-ଏ ଓ ଟି-୨୦ କ୍ରିକେଟ୍କୁ ମିଶାଇ ତାଙ୍କ ନାଁରେ ରହିଛି ୬୦୯ ୱିକେଟ୍ । କିନ୍ତୁ ଏପର୍ଯ୍ୟନ୍ତ ଭାରତୀୟ ସିନିୟର ଟିମ୍ରେ ତାଙ୍କୁ ସୁଯୋଗ ମିଳିନାହିଁ ।
ଧର୍ମେନ୍ଦ୍ରସିଂହ ଜଡେଜାଙ୍କ ନାଁ ଶୁଣିଲେ ଅନେକ କ୍ରିକେଟ୍ ପ୍ରଶଂସକଙ୍କ ମନକୁ ରବୀନ୍ଦ୍ର ଜଡେଜାଙ୍କ ନାଁ ଆସିଥାଏ । ଉଭୟ ସୌରାଷ୍ଟ୍ରରୁ ଆସନ୍ତି ଏବଂ ଉଭୟ ବାମହାତୀ ସ୍ପିନ୍ ବୋଲିଂ କରନ୍ତି । ତେବେ ଦୁହିଁଙ୍କ ମଧ୍ୟରେ କୌଣସି ପାରିବାରିକ ସମ୍ପର୍କ ନାହିଁ ।
ଘରୋଇ କ୍ରିକେଟ୍ରେ ପ୍ରାୟ ୧୩ ବର୍ଷ ଧରି ସୌରାଷ୍ଟ୍ରରୁ ଖେଳୁଥିବା ଧର୍ମେନ୍ଦ୍ରସିଂହ ଏବେ ତାଙ୍କ କ୍ୟାରିୟରର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି । ସେ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (SCA) ଠାରୁ NOC ନେଇସାରିଛନ୍ତି । ଆଗାମୀ ଘରୋଇ ସିଜନ୍ରେ ସେ ଛତିଶଗଡ଼ ପକ୍ଷରୁ ଖେଳିବାର ସମ୍ଭାବନା ରହିଛି ।
ଧର୍ମେନ୍ଦ୍ରସିଂହ ୧୦୦ଟି ଫର୍ଷ୍ଟ କ୍ଲାସ୍ ମ୍ୟାଚ୍ରେ ୨୬.୨୫ ହାରରେ ୪୨୩ଟି ୱିକେଟ୍ ନେଇଛନ୍ତି । ସେ ୨୬ ଥର ଗୋଟିଏ ଇନିଂସରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ୍ ନେଇଛନ୍ତି । ଏହାସହ ୭ ଥର ଗୋଟିଏ ମ୍ୟାଚ୍ରେ ୧୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ହାସଲ କରିଛନ୍ତି ।
ରଣଜୀ ଟ୍ରଫିରେ ମଧ୍ୟ ତାଙ୍କ ଦବଦବା ଜାରି ରହିଛି । ୨୦୧୭-୧୮ ସିଜିନ୍ରୁ ଏପର୍ଯ୍ୟନ୍ତ ଧର୍ମେନ୍ଦ୍ରସିଂହ ଜଡେଜା ୨୯୩ଟି ରଣଜୀ ୱିକେଟ୍ ନେଇସାରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କଠାରୁ ଅଧିକ ୱିକେଟ୍ ନେଇଥିବା ବୋଲର ନାହାନ୍ତି । ତଥାପି ତାଙ୍କୁ ଭାରତୀୟ ଟେଷ୍ଟ ଟିମ୍ରେ ସୁଯୋଗ ମିଳିନାହିଁ ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶ୍ରୀଲଙ୍କା ଟେଷ୍ଟ ସିରିଜ୍ରୁ ବାଦ୍ ପଡ଼ିଲେ ସାଇ ସୁଦର୍ଶନ
ଏହାର ଏକ ବଡ଼ କାରଣ ହେଉଛି ଭାରତୀୟ ଦଳରେ ଥିବା ଦୃଢ଼ ସ୍ପିନ୍ ବିକଳ୍ପ । ଏହି ସମୟ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜଡେଜା ଏବଂ କୁଲଦୀପ ଯାଦବଙ୍କ ଭଳି ସ୍ପିନର ଭାରତୀୟ ଟିମ୍ରେ ନିଜ ସ୍ଥାନ ମଜବୁତ କରିଥିଲେ । ଫଳରେ ଜାତୀୟ ଦଳରେ ସ୍ଥାନ ପାଇଁ ପ୍ରତିଯୋଗିତା ଅତ୍ୟନ୍ତ କଠିନ ହୋଇଥିଲା ।
ବୋଲିଂ ସହ ବ୍ୟାଟିଂରେ ମଧ୍ୟ ଧର୍ମେନ୍ଦ୍ରସିଂହଙ୍କ ଅବଦାନ ରହିଛି । ଫର୍ଷ୍ଟ କ୍ଲାସ୍ କ୍ରିକେଟ୍ରେ ସେ ୨୧୨୩ ରନ୍ କରିଛନ୍ତି, ଯେଉଁଥିରେ ୭ଟି ଅର୍ଦ୍ଧଶତକ ରହିଛି । ଲିଷ୍ଟ-ଏ କ୍ରିକେଟ୍ରେ ସେ ୫୬୬ ରନ୍ ଏବଂ ଟି-୨୦ରେ ୨୦୮ ରନ୍ କରିଛନ୍ତି ।
ନୂଆ ଘରୋଇ ସିଜନ୍ ପୂର୍ବରୁ ଧର୍ମେନ୍ଦ୍ରସିଂହଙ୍କ ଭବିଷ୍ୟତକୁ ନେଇ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍, ଟିମ୍ ମ୍ୟାନେଜମେଣ୍ଟ ଏବଂ ଖେଳାଳିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମୁଖ୍ୟତଃ ହ୍ୱାଇଟ୍-ବଲ୍ କ୍ରିକେଟ୍ରେ ତାଙ୍କ ଭୂମିକାକୁ ନେଇ ମତଭେଦ ଥିଲା ।
ଟିମ୍ ମ୍ୟାନେଜମେଣ୍ଟ ଚାହୁଁଥିଲା ଯେ ଏହି ଅଭିଜ୍ଞ ସ୍ପିନର ଏବେ ମୁଖ୍ୟତଃ ରେଡ୍-ବଲ୍ କ୍ରିକେଟ୍ ଉପରେ ଧ୍ୟାନ ଦିଅନ୍ତୁ । ଅନ୍ୟପଟେ ଧର୍ମେନ୍ଦ୍ରସିଂହ ଦିନିକିଆ ଏବଂ ଟି-୨୦ ଫର୍ମାଟ୍ରେ ମଧ୍ୟ ଖେଳିବାକୁ ଚାହୁଁଥିଲେ । ଯାହାଫଳରେ ସେ ସୌରାଷ୍ଟ୍ର ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି । ଏବେ ସୌରାଷ୍ଟ୍ର ସହ ତାଙ୍କର ଦୀର୍ଘ ୧୩ ବର୍ଷର ଯାତ୍ରା ଶେଷ ହେବାକୁ ଯାଉଛି । ଧର୍ମେନ୍ଦ୍ରସିଂହ ଜଡେଜା ଛତିଶଗଡ଼ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ପ୍ରସ୍ତୁତ । ତେବେ ଏବେ ସବୁଠୁ ବଡ଼ ପ୍ରଶ୍ନ ଛତିଶଗଡ଼ ଆସିବା ପରେ ବଦଳିବ କି ଜାଡେଜାଙ୍କ ଭାଗ୍ୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories