Videos
|
Sports

Sai Sudharsan Injury / ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଲେ ସାଇ ସୁଦର୍ଶନ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଲେ ସାଇ ସୁଦର୍ଶନ
Sai Sudarshan

Key Points

ଶ୍ରୀଲଙ୍କା ସିରିଜ୍‌ ପୂର୍ବରୁ ଭାରତକୁ ଝଟକା
ଟେଷ୍ଟ ସିରିଜ୍ ଖେଳିବେନି ଷ୍ଟାର ବ୍ୟାଟର
ଜାଣନ୍ତୁ କିଏ ହେବେ ସାଇଙ୍କ ରିପ୍ଲେସମେଣ୍ଟ ?
ଅଗଷ୍ଟ ୧୫ରୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜ୍‌ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ସିରିଜ୍‌ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସାଇ ସୁଦର୍ଶନ । ଡାହାଣ ଗୋଡ଼ରେ ସମସ୍ୟା ଯୋଗୁଁ ଦୁଇଟି ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି ସୁଦର୍ଶନ ।

ସାଇ ସୁଦର୍ଶନ ଟିମ୍ ଇଣ୍ଡିଆ ସହ ଶ୍ରୀଲଙ୍କା ଯାଇନଥିଲେ । ସେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ରିହାବ୍ ପ୍ରକ୍ରିୟା ଜାରି ରଖିଥିଲେ । ରିହାବ୍ ସମୟରେ ସେ ବ୍ୟାଟିଂ ଏବଂ ଫିଲ୍ଡିଂ ଅଭ୍ୟାସ ମଧ୍ୟ କରୁଥିଲେ । କିନ୍ତୁ ସମ୍ପୂର୍ଣ୍ଣ ଫିଟ୍ ନ ହେବାରୁ ଏବେ ତାଙ୍କୁ ସିରିଜ୍‌ରୁ ବାଦ୍‌ ଦିଆଯାଇଛି ।

ପୂର୍ବରୁ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଆସିଥିଲା ଯେ, ଅଗଷ୍ଟ ୮ ତାରିଖରେ ସାଇ ସୁଦର୍ଶନ ଶ୍ରୀଲଙ୍କା ଯାଇ ଦଳ ସହ ଯୋଗ ଦେବେ । ଏପରିକି ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ପୂର୍ବରୁ ସେ ଫିଟ୍ ହୋଇ ପ୍ଲେଇଂ ଇଲେଭେନ୍ ପାଇଁ ଉପଲବ୍ଧ ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଏବେ ତାହା ହୋଇପାରିନାହିଁ । ସମୟ ମଧ୍ୟରେ ସେ ସମ୍ପୂର୍ଣ୍ଣ ଫିଟ୍‌ ନ ହେବାରୁ ସେ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି ।

ଅଧିକ ପଢ଼ନ୍ତୁ: ରାତି ଗୋଟାଏରେ ସହାୟତା ପାଇଁ ଋଷଭଙ୍କ ଟ୍ଵିଟ୍; ଏମିତି ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ ଧାମି


ସାଇ ସୁଦର୍ଶନଙ୍କ ସ୍ଥାନରେ ଟିମ୍ ଇଣ୍ଡିଆରେ କିଏ ସାମିଲ ହେବେ, ତାହା ଏବେ ବଡ଼ ପ୍ରଶ୍ନ । ତାଙ୍କ ରିପ୍ଲେସମେଣ୍ଟ ପାଇଁ ଋତୁରାଜ ଗାଏକ୍ବାଡ଼ ଏବଂ ସରଫରାଜ ଖାନଙ୍କ ନାମ ଆଗରେ ରହିଛି । ତେବେ ଚୟନକର୍ତ୍ତା କାହାକୁ ସୁଯୋଗ ଦେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଇ ସୁଦର୍ଶନ ବାଦ୍ ପଡ଼ିବା ପରେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ (ୱିକେଟକିପର), ଧ୍ରୁବ ଜୁରେଲ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଆକିବ ନବୀ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୂର ବ୍ରାର, ଦେବଦତ୍ତ ପଡ଼ିକ୍କଲ ଏବଂ ସାରାଂଶ ଜୈନ

ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌ କାର୍ଯ୍ୟସୂଚୀ:

ପ୍ରଥମ ଟେଷ୍ଟ: ୧୫-୧୯ ଅଗଷ୍ଟ, ଗାଲେ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମ, ଗାଲେ
ଦ୍ବିତୀୟ ଟେଷ୍ଟ: ୨୩ରୁ ୨୭ ଅଗଷ୍ଟ, ସିଂହଳୀଜ୍‌ ସ୍ପୋର୍ଟସ୍‌ କ୍ଲବ୍, କଲମ୍ବୋ
Sai Sudharsan Ruled Out of Sri Lanka Test Series | Argus News