CSK Head Coach / ଦିନେଶ କାର୍ତ୍ତିକ ହେବେ କି CSKର ନୂଆ ହେଡ୍ କୋଚ୍ ? ମାଥ୍ୟୁ ହେଡନ୍ ଦେଲେ ବଡ଼ ବୟାନ
·1 hour ago·2 min read

Key Points
ଫ୍ଲେମିଂଙ୍କ ପରେ କିଏ ?
CSKର ହେଡ୍ କୋଚ୍ ରେସ୍ରେ ଦିନେଶ କାର୍ତ୍ତିକ !
କାର୍ତ୍ତିକଙ୍କ ନାମ ପ୍ରସ୍ତାବ କଲେ ହେଡନ୍
CSKର ହେଡ୍ କୋଚ୍ ରେସ୍ରେ ଦିନେଶ କାର୍ତ୍ତିକ !
କାର୍ତ୍ତିକଙ୍କ ନାମ ପ୍ରସ୍ତାବ କଲେ ହେଡନ୍
ଷ୍ଟିଫେନ୍ ଫ୍ଲେମିଂଙ୍କ ଯିବା ପରେ ଚେନ୍ନାଇ ସୁପର କିଙ୍ଗ୍ସର ଆଗାମୀ ହେଡ୍ କୋଚ୍ କିଏ ହେବେ, ଏହାକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ମାଇକେଲ୍ ହସି ଓ ଇଅନ୍ ମୋର୍ଗାନଙ୍କ ଭଳି ବଡ଼ ନାମ ମଧ୍ୟରେ ଏବେ ସାମ୍ନାକୁ ଆସିଛି ଏକ ଚମକାଇ ଦେବା ଭଳି ନାଁ । CSKର ପୂର୍ବତନ ଷ୍ଟାର୍ ମାଥ୍ୟୁ ହେଡନ୍ ଏମିତି ଜଣେ ଭାରତୀୟ କ୍ରିକେଟରଙ୍କୁ ଟିମ୍ର ନୂଆ ହେଡ୍ କୋଚ୍ ଭାବେ ଦେଖିବାକୁ ଚାହୁଁଛନ୍ତି, ଯାହାଙ୍କ ନାମ ଶୁଣିଲେ ଆପଣ ମଧ୍ୟ ହୋଇପାରନ୍ତି ଆଶ୍ଚର୍ଯ୍ୟ ! ହେଡନଙ୍କ ମତରେ, RCBର ବର୍ତ୍ତମାନର ମେଣ୍ଟର୍ ଦିନେଶ କାର୍ତ୍ତିକ ହିଁ CSK ପାଇଁ ହୋଇପାରନ୍ତି ଉପଯୁକ୍ତ ବିକଳ୍ପ ।
ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ମାଥ୍ୟୁ ହେଡନ୍ କହିଛନ୍ତି ଯେ CSKକୁ ଜଣେ ଲୋକାଲ୍ କୋଚ୍ଙ୍କୁ ସୁଯୋଗ ଦେବା ଉଚିତ୍ । ତାଙ୍କ ମତରେ ଦିନେଶ କାର୍ତ୍ତିକ ଏଭଳି ଦାୟିତ୍ୱ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ହେଡନ୍ କହିଛନ୍ତି, ଅନେକ ଫ୍ରାଞ୍ଚାଇଜି ସାଧାରଣତଃ ଅନ୍ତର୍ଜାତୀୟ କୋଚ୍ଙ୍କୁ ପସନ୍ଦ କରନ୍ତି, କିନ୍ତୁ CSKକୁ ଏଥର ନିଜର ‘ଚେନ୍ନାଇ ଟଚ୍’ ଦେବା ଦରକାର । ଏହି ଦୃଷ୍ଟିରୁ କାର୍ତ୍ତିକ ଜଣେ ଭଲ ବିକଳ୍ପ ହୋଇପାରନ୍ତି ।
ଅଧିକ ପଢ଼ନ୍ତୁ: ହେ ଭଗବାନ!…. ଫ୍ୟାନ୍ସ ଜଣକ ଶ୍ରେୟସ ଆୟରଙ୍କ ସହ ଏମିତି କଣ କଲେ? ଭିଡିଓ ହେଉଛି ଭାଇରାଲ
ଫ୍ଲେମିଂ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଯୋଡ଼ିକୁ ମଧ୍ୟ ହେଡନ୍ ପ୍ରଶଂସା କରିଛନ୍ତି । ତାଙ୍କ ମତରେ ଉଭୟେ ମିଶି CSKକୁ ଏକ ଶକ୍ତିଶାଳୀ ଦଳରେ ପରିଣତ କରିଥିଲେ ଏବଂ ଅନେକ ଥର ଚାମ୍ପିଅନ୍ କରିଥିଲେ। ତେଣୁ ଫ୍ଲେମିଂଙ୍କ ପରେ CSK କାହାକୁ ଦାୟିତ୍ୱ ଦେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଅନ୍ୟପଟେ, ଭାରତର ପୂର୍ବତନ କ୍ରିକେଟର୍ କ୍ରିସ୍ ଶ୍ରୀକାନ୍ତ ହେଡ୍ କୋଚ୍ ପଦ ପାଇଁ ମାଇକେଲ୍ ହସିଙ୍କୁ ସମର୍ଥନ କରିଛନ୍ତି। ତାଙ୍କ ମତରେ CSK ପାଖରେ ‘ମିଷ୍ଟର୍ କ୍ରିକେଟ୍’ ଭାବେ ପରିଚିତ ମାଇକେଲ୍ ହସି ଥିବାବେଳେ ବାହାରୁ ଅନ୍ୟ କାହାକୁ ଆଣିବାର ଆବଶ୍ୟକତା ନାହିଁ । ଶ୍ରୀକାନ୍ତଙ୍କ ମତରେ ହସି ଏହି ପଦ ପାଇଁ ସବୁଠାରୁ ଭଲ ବିକଳ୍ପ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories