Videos
|
Sports

Retirement At 25 / ଖରାପ ଭାଗ୍ୟ ସାରିଦେଲା କ୍ୟାରିଅର; ଖେଳିଛନ୍ତି ମାତ୍ର ୪ଟି ଅନ୍ତର୍ଜାତୀୟ ମ୍ୟାଚ୍, ସନ୍ୟାସ ନେବାବେଳେ କାନ୍ଦି ପକାଇଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଖରାପ ଭାଗ୍ୟ ସାରିଦେଲା କ୍ୟାରିଅର; ଖେଳିଛନ୍ତି ମାତ୍ର ୪ଟି ଅନ୍ତର୍ଜାତୀୟ ମ୍ୟାଚ୍, ସନ୍ୟାସ ନେବାବେଳେ କାନ୍ଦି ପକାଇଲେ
Retirement At 25

Key Points

କ୍ରିକେଟରୁ ନେଲେ ସନ୍ୟାସ
ଖେଳିଛନ୍ତି ମାତ୍ର ୪ଟି ମ୍ୟାଚ୍
 
ଲଣ୍ଡନ: ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଜନ୍ ଟର୍ଣ୍ଣର । ନିଜ ଜୀବନରେ କ୍ରିକେଟରେ ଇତିହାସ ରଚିବାକୁ ସ୍ଵପ୍ନ ଦେଖିଥିଲେ । କ୍ରିକେଟ୍ ମୈଦାନରେ ନିଜର ଜଲୱା ମଧ୍ୟ ଦେଖାଉଥିଲେ । ମାତ୍ର ଭାଗ୍ୟ ବୋଧେ ଆଉ କିଛି କାହାଣୀ ଲେଖିଥିଲା । ମାତ୍ର ୨୫ ବର୍ଷ ବୟସରେ ସେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି । ଇଂଲଣ୍ଡ ଲାଗି କେବଳ ୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ଏକଦିବସୀୟ ଓ ଟି-୨୦ ମ୍ୟାଚ୍ ସାମିଲ ।

  • କାହିଁକି ଛାଡି଼ଲେ କ୍ରିକେଟ୍ ?
ଜନ୍‌ଙ୍କ କ୍ୟାରିଅର ଖାଇଗଲା ଇଞ୍ଜୁରୀ । ପିଠିରେ ଷ୍ଟ୍ରେଚ୍ ଫ୍ରାକ୍‌ଚର ଯୋଗୁଁ ସେ ଗତ ୧ ବର୍ଷ ଧରି କ୍ରିକେଟ୍ ମୈଦାନରୁ ବାହାରେ ଥିଲେ । ଶେଷରେ ମୈଦାନକୁ ଫେରିବା ପରିବର୍ତ୍ତେ ସେ ଏକ ବଡ଼ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ଜନ୍ ଟର୍ଣ୍ଣରଙ୍କ ଏତେ କମ ବୟସରେ କ୍ରିକେଟ୍‌ରୁ ସନ୍ୟାସ ନେବା ଏଥିପାଇଁ ବଡ଼ ଖବର, କାରଣ ହେମ୍ପଶାୟର ସହିତ ତାଙ୍କର ଚୁକ୍ତି ପୂରଣ ପାଇଁ ଆହୁରି ୨ବର୍ଷ ବାକି ଅଛି । ଏହାବ୍ୟତୀତ ଗତବର୍ଷ ପର୍ଯ୍ୟନ୍ତ ସେ ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ECB)ର ଡେଭଲପମେଣ୍ଟ କଣ୍ଟ୍ରାକ୍ଟର ମଧ୍ୟ ଅଂଶ ଥିଲେ ।

  • କେବେ କ୍ରିକେଟ୍ ଖେଳ ଆରମ୍ଭ କରିଥିଲେ ?
ଜୋହାନସବର୍ଗରେ ଜନ୍ମଗ୍ରହଣ କରିଥିବା ଜନ୍ ଟର୍ଣ୍ଣର ୨୦୨୪ରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଇଂଲଣ୍ଡ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ସେ ଦୁଇଟି ODI ଓ ଦୁଇଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ମୋଟ ୩ଟି ୱିକେଟ୍ ନେଇଥିଲେ । ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ଯାତ୍ରା ତାଙ୍କର ବହୁ ପୂର୍ବରୁ ଆରମ୍ଭ ହୋଇସାରିଥିଲା । ଘରୋଇ କ୍ରିକେଟ୍‌ରେ ସେ ନିଜର ପ୍ରତିଭାର ପ୍ରଦର୍ଶନ କରିଥିଲେ, ଯେଉଁଥିଲାଗି ତାଙ୍କୁ ୨୦୨୩ରେ ପ୍ରଥମ ଥର ଲାଗି ଇଂଲଣ୍ଡ ଟିମରେ ସାମିଲ କରାଯାଇଥିଲା ।

ପଢନ୍ତୁ ଏହି ଖବର: ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆକୁ ଝଟ୍‌କା; ଅଭ୍ୟାସ ମ୍ୟାଚ୍ ପୂର୍ବରୁ ବଦଳିଲେ ଅଧିନାୟକ

ଦ ହଣ୍ଡ୍ରେଡ୍‌ରେ ତାଙ୍କ ପ୍ରଦର୍ଶନ ଚୟନକର୍ତ୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଯେତେବେଳେ ତାଙ୍କ କ୍ୟାରିଅର ଆଗକୁ ବଢୁଥିବାର ନଜର ଆସିଥିଲା, ଠିକ୍ ସେତିକିବେଳେ ସେ ଆହତ ହୋଇଥିଲେ । ଟର୍ଣ୍ଣର ଗତବର୍ଷ ଜୁନ ପରେ କୌଣସି ମ୍ୟାଚ୍ ଖେଳିନାହାନ୍ତି । ପିଠିରେ ଯନ୍ତ୍ରଣା ଯୋଗୁଁ ଦୀର୍ଘ ଦିନ ଧରି ସେ କ୍ରିକେଟ୍‌ରୁ ଦୂରରେ ଅଛନ୍ତି । ସେ ବାରମ୍ବାର ମୈଦାନକୁ ଫେରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ଆହତ ଥିବା ଯୋଗୁଁ ଏହା ସମ୍ଭବ ହୋଇନଥିଲା ।

  • ଅବସର ନେବାବେଳେ କାନ୍ଦିପକାଇଲେ
ଯେତେବେଳେ ମାତ୍ର ୨୫ ବର୍ଷ ବୟସରେ ଜନ୍ ନିଜ ଜୀବନର ପ୍ରମୁଖ ତଥା କଠିନ ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେ ନିଜର କୋହକୁ ସମ୍ଭାଳିପାରିନଥିଲେ । ଟର୍ଣ୍ଣର ନିଜ ପ୍ରତିକ୍ରିୟାରେ କହିଥିଲେ, "ପ୍ରଫେସନାଲ ଓ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଖେଳିବା ସର୍ବଦା ମୋର ସ୍ଵପ୍ନ ଥିଲା । ହେମ୍ପଶାୟର ଓ ଇଂଲଣ୍ଡ ପାଇଁ ଖେଳିବା ଲାଗି ମୁଁ ଛୋଟବେଳୁ ସ୍ଵପ୍ନ ଦେଖିଥିଲି । ମାତ୍ର ଏବେ ମୁଁ କ୍ରିକେଟରୁ ସନ୍ୟାସ ଘୋଷଣା କରୁଛି । ଯେପରି ଆପଣ ଭାବୁଥିବେ ଏହା ମୋ ପାଇଁ ସବୁଠୁ ମୁସ୍କିଲ ନିଷ୍ପତ୍ତି ।" ଏତିକି କହି ସେ ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: