Shubman Gill / ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆକୁ ଝଟ୍କା; ଅଭ୍ୟାସ ମ୍ୟାଚ୍ ପୂର୍ବରୁ ବଦଳିଲେ ଅଧିନାୟକ
·1 hour ago·2 min read

Key Points
ଶୁବମନ ଗିଲ୍ଙ୍କ ଅନୁପସ୍ଥିତିରେ ଅନୁଭବୀ ବ୍ୟାଟ୍ସମ୍ୟାନ କେଏଲ୍ ରାହୁଲ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି । ଟେଷ୍ଟ ସିରିଜ୍ ପୂର୍ବରୁ ଏହି ମୁକାବିଲା ଭାରତୀୟ ଖେଳାଳିଙ୍କ ଲାଗି ଗୁରୁତ୍ଵପୂର୍ଣ୍ଣ ।
କଲୋମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା ଲାଗିଛି । ଅଭ୍ୟାସ ମ୍ୟାଚ୍ର ପୂର୍ବ ଦିନ ହିଁ ଅଧିନାୟକ ଶୁବମନ ଗିଲ୍ ପଡ଼ିଆକୁ ଓହ୍ଲାଇ ପାରିନାହାନ୍ତି । ଗୁରୁବାର ଅଭ୍ୟାସ ବେଳେ ଗିଲ୍ଙ୍କ ଡାହାଣ ହାତର ଆଙ୍ଗୁଳିରେ ଆଘାତ ଲାଗିଥିବା ନେଇ BCCI ସୂଚନା ଦେଇଛି ।
BCCI ଅନୁସାରେ, ଏହି ଆଘାତ ଅଭ୍ୟାସ ବେଳେ ଲାଗିଛି ଏବଂ ସତର୍କ ହୋଇ ଗିଲ୍ଙ୍କୁ ଶ୍ରୀଲଙ୍କା ଏକାଦଶ ବିରୋଧରେ ୩ ଦିବସୀୟ ଅଭ୍ୟାସ ମୁକାବିଲାରେ ବିଶ୍ରାମ ଦିଆଯାଇଛି । ଏବେ BCCIର ମେଡିକାଲ୍ ଟିମ୍ ଗିଲ୍ଙ୍କ ଉପରେ ନଜର ରଖିଛି । ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଆଘାତ କେତେ ଗମ୍ଭୀର ଓ ଗିଲ୍ କେବେ ସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ହେବେ ।
ଏଥିସହ ପଢ଼ନ୍ତୁ: ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ଶୁବମନ ଗିଲ୍ ଆହତ ! ଟିମ୍ ଇଣ୍ଡିଆର ବଢ଼ିଲା ଚିନ୍ତା
ଶୁବମନ ଗିଲ୍ଙ୍କ ଅନୁପସ୍ଥିତିରେ ଅନୁଭବୀ ବ୍ୟାଟ୍ସମ୍ୟାନ କେଏଲ୍ ରାହୁଲ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି । ଟେଷ୍ଟ ସିରିଜ୍ ପୂର୍ବରୁ ଏହି ମୁକାବିଲା ଭାରତୀୟ ଖେଳାଳିଙ୍କ ଲାଗି ଗୁରୁତ୍ଵପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ଜରିଆରେ ଦଳ ଚୂଡ଼ାନ୍ତ ପ୍ରସ୍ତୁତିର ପରୀକ୍ଷା କରିବ ।
କଲୋମ୍ବୋର ନନଡିଷ୍ଟ୍ରିକ୍ଟସ୍ କ୍ରିକେଟ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳା ଯାଉଥିବା ଏହି ୩ ଦିବସୀୟ ଅଭ୍ୟାସ୍ ମ୍ୟାଚ୍ରେ ଶ୍ରୀଲଙ୍କା ଏକାଦଶ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରୁଛି । ଏହି ମୁକାବିଲା ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।
ଶୁବମିନ ଗିଲ୍ଙ୍କ ଆଘାତ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇ ଦେଇଛି । କାରଣ ଗିଲ୍ଙ୍କ କାନ୍ଧରେ ରହିଛି ଦଳର ଅଧିନାୟକ ଦାୟିତ୍ଵ । ତେବେ BCCI କହିଛି, କେବଳ ସତର୍କତା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ଏବଂ ମେଡିକାଲ୍ ଟିମ୍ ଗିଲ୍ଙ୍କ ଉପରେ ନଜର ରଖିଛନ୍ତି । ଏବେ ସମସ୍ତଙ୍କ ନଜର ଗିଲ୍ ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହେଇ ପାରୁଛନ୍ତି ନା ନାହିଁ ।
ଏଥିସହ ପଢ଼ନ୍ତୁ: ଆକାଶରୁ ଖସିଲା ମୃତ୍ୟୁ; ଗୋଲ୍ ମାରୁ ମାରୁ ଚାଲିଗଲା ଫୁଟବଲର୍ଙ୍କ ଜୀବନ
ରିପୋର୍ଟ ଅନୁସାରେ, ଗିଲଙ୍କ ଆଙ୍ଗୁଠିରେ ଦୁଇଥର ବଲ୍ ବାଜିଥିଲା । ତେବେ ଚିକିତ୍ସା ପରେ ସେ ପୁଣି ଥରେ ନେଟ୍ସକୁ ଫେରି ବ୍ୟାଟିଂ ଆରମ୍ଭ କରିଥିଲେ, ଯାହା ଦଳ ପାଇଁ ଆଶ୍ୱସ୍ତିର ବିଷୟ । ତଥାପି ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଫିଟନେସ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । କାରଣ ଇଂଲଣ୍ଡ ଗସ୍ତ ସମୟରେ ଗିଲ୍ ହାମ୍ଷ୍ଟ୍ରିଂ ସମସ୍ୟାରେ ମଧ୍ୟ ପୀଡ଼ିତ ହୋଇଥିଲେ ।
ଏହା ପୂର୍ବରୁ ଜସପ୍ରିତ ବୁମରାହ ଆଘାତ କାରଣରୁ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଯୁବ ଦ୍ରୁତ ବୋଲର ଆକିବ ନବୀଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଅଲ୍ରାଉଣ୍ଡର ୱାଶିଂଟନ ସୁନ୍ଦର ହାମ୍ଷ୍ଟ୍ରିଂ ଆଘାତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ଅନ୍ୟପଟେ ସାଇ ସୁଦର୍ଶନଙ୍କ ଫିଟନେସ୍କୁ ନେଇ ମଧ୍ୟ ସସ୍ପେନ୍ସ ଜାରି ରହିଛି ।

Update: Captain Shubman Gill sustained an impact injury to his right ring finger during India's practice on Thursday. As a precautionary measure, he will not take the field on Day 1 of the warm-up game against SLC XI. The BCCI Medical Team is monitoring his progress.
— BCCI (@BCCI) August 7, 2026
KL Rahul… https://t.co/Mzu2yW4OgX
ଶୁବମିନ ଗିଲ୍ଙ୍କ ଆଘାତ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇ ଦେଇଛି । କାରଣ ଗିଲ୍ଙ୍କ କାନ୍ଧରେ ରହିଛି ଦଳର ଅଧିନାୟକ ଦାୟିତ୍ଵ । ତେବେ BCCI କହିଛି, କେବଳ ସତର୍କତା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ଏବଂ ମେଡିକାଲ୍ ଟିମ୍ ଗିଲ୍ଙ୍କ ଉପରେ ନଜର ରଖିଛନ୍ତି । ଏବେ ସମସ୍ତଙ୍କ ନଜର ଗିଲ୍ ଟେଷ୍ଟ ସିରିଜ୍ ଆରମ୍ଭ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହେଇ ପାରୁଛନ୍ତି ନା ନାହିଁ ।
ଏଥିସହ ପଢ଼ନ୍ତୁ: ଆକାଶରୁ ଖସିଲା ମୃତ୍ୟୁ; ଗୋଲ୍ ମାରୁ ମାରୁ ଚାଲିଗଲା ଫୁଟବଲର୍ଙ୍କ ଜୀବନ
ରିପୋର୍ଟ ଅନୁସାରେ, ଗିଲଙ୍କ ଆଙ୍ଗୁଠିରେ ଦୁଇଥର ବଲ୍ ବାଜିଥିଲା । ତେବେ ଚିକିତ୍ସା ପରେ ସେ ପୁଣି ଥରେ ନେଟ୍ସକୁ ଫେରି ବ୍ୟାଟିଂ ଆରମ୍ଭ କରିଥିଲେ, ଯାହା ଦଳ ପାଇଁ ଆଶ୍ୱସ୍ତିର ବିଷୟ । ତଥାପି ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଫିଟନେସ୍କୁ ନେଇ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନାହିଁ । କାରଣ ଇଂଲଣ୍ଡ ଗସ୍ତ ସମୟରେ ଗିଲ୍ ହାମ୍ଷ୍ଟ୍ରିଂ ସମସ୍ୟାରେ ମଧ୍ୟ ପୀଡ଼ିତ ହୋଇଥିଲେ ।
ଏହା ପୂର୍ବରୁ ଜସପ୍ରିତ ବୁମରାହ ଆଘାତ କାରଣରୁ ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଯୁବ ଦ୍ରୁତ ବୋଲର ଆକିବ ନବୀଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଅଲ୍ରାଉଣ୍ଡର ୱାଶିଂଟନ ସୁନ୍ଦର ହାମ୍ଷ୍ଟ୍ରିଂ ଆଘାତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ଅନ୍ୟପଟେ ସାଇ ସୁଦର୍ଶନଙ୍କ ଫିଟନେସ୍କୁ ନେଇ ମଧ୍ୟ ସସ୍ପେନ୍ସ ଜାରି ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories