Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଆଉ କିଛି ଟିକେଟ୍ ବିକ୍ରି ହୋଇଯିବ'; ଇଂଲଣ୍ଡରେ ଷ୍ଟାର ପାଲଟିଗଲେ ବୈଭବ

Sports

Vaibhav Selection / 'ଆଉ କିଛି ଟିକେଟ୍ ବିକ୍ରି ହୋଇଯିବ'; ଇଂଲଣ୍ଡରେ ଷ୍ଟାର ପାଲଟିଗଲେ ବୈଭବ

Debashree Debasmita Sahoo
Browse all articles by Debashree Debasmita Sahoo
·3 hours ago·2 min read
'ଆଉ କିଛି ଟିକେଟ୍ ବିକ୍ରି ହୋଇଯିବ'; ଇଂଲଣ୍ଡରେ ଷ୍ଟାର ପାଲଟିଗଲେ ବୈଭବ
Vaibhav Selection

Key Points

କେବଳ ଭାରତ ନୁହେଁ ବିଦେଶରେ ବି ଷ୍ଟାର ସାଜିଲେ ବୈଭବ
ଖବରକାଗଜରେ ଶିରୋନାମାରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁ
ଆୟରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଯୁବ ଷ୍ଟାର ବ୍ୟାଟସମ୍ୟାନ୍ ବୈଭବ ସୂର୍ଯ୍ୟବଂଶୀ । ତେବେ ବୈଭବ କେବଳ ଭାରତରେ ନୁହେଁ ବରଂ ଇଂଲଣ୍ଡରେ ମଧ୍ୟ ଷ୍ଟାର ପାଲଟିଲେଣି । ସ୍ଥାନୀୟ ଖବରକାଗଜଗୁଡ଼ିକରେ ତାଙ୍କ ନାମ ଛପା ହୋଇଥିବାବେଳେ ସେ ବିଦେଶରେ ଏବେ ନିରନ୍ତର ଆଲୋଚନାର ବିଷୟ ପାଲଟିଛନ୍ତି । ଏତେ କମ୍ ବୟସରେ ଏପରି ପରିପକ୍ୱ ଏବଂ ବିସ୍ଫୋରକ ବ୍ୟାଟିଂ ଅସାଧାରଣ ବୋଲି ପୂର୍ବତନ ଏବଂ ବର୍ତ୍ତମାନର ଇଂଲଣ୍ଡ ଖେଳାଳି କହିଛନ୍ତି ।

ସ୍କାଏ ସ୍ପୋର୍ଟସ୍ କ୍ରିକେଟ୍ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ପୂର୍ବତନ ଇଂଲିସ୍ କ୍ରିକେଟର୍ ମାଇକେଲ୍ ଏଥର୍ଟନ୍ ଏକ ଖବରକାଗଜର ହେଡଲାଇନକୁ ଇଙ୍ଗିତ କରୁଥିବା ଦେଖାଯାଇଛି, ଯେଉଁଥିରେ ବୈଭବ ସୂର୍ଯ୍ୟବଂଶୀଙ୍କ ଆଗାମୀ ଇଂଲଣ୍ଡ ଗସ୍ତ ବିଷୟରେ ଛପାଯାଇଛି । ସ୍କାଏ ସ୍ପୋର୍ଟସ୍ କ୍ରିକେଟ୍ ଦ୍ୱାରା ସେୟାର କରାଯାଇଥିବା ଭିଡିଓର କ୍ୟାପସନରେ ଏଲିଜାବେଥ ଆମନ୍ ଏବଂ ମାର୍କ ବୁଚର କହିଛନ୍ତି, "ମୁଁ ଭାବୁଛି ECB ବହୁତ ଖୁସି ହେବ...କାରଣ ବୈଭବଙ୍କ ନାଁରେ ଆଉ କିଛି ଟିକେଟ୍ ବିକ୍ରି ହେବ । ପୂରା ଟୁର୍ଣ୍ଣାମେଣ୍ଟରେ ୨୨୪ର ଷ୍ଟ୍ରାଇକ୍ ରେଟ୍...ଆଶ୍ଚର୍ଯ୍ୟଜନକ ।"

  • IPL ଜଲୱା ପରେ ଇଣ୍ଡିଆ ଟିମରେ ବୈଭବ
ନିକଟରେ ଶେଷ ହୋଇଥିବା ଆଇପିଏଲର ୧୯ତମ ସିଜିନରେ ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଚୟନକର୍ତ୍ତାମାନଙ୍କୁ ତାଙ୍କୁ ଦଳରେ ସାମିଲ କରିବାକୁ ବାଧ୍ୟ କରିଥିଲା । ଆଇପିଏଲ ୨୦୨୬ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ବୈଭବ ୧୬ ଇନିଂସରେ ୪୮.୫୦ ହାରରେ ରେକର୍ଡ ୭୭୬ ରନ କରିଥିଲେ । ଏହି ସମୟ ମଧ୍ୟରେ କ୍ରିକେଟ ପ୍ରଶଂସକମାନେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ଦେଖିଥିଲେ । ସେ ୨୩୭.୩୦ ଷ୍ଟ୍ରାଇକ୍ ରେଟରେ ଏହି ରନ କରିଥିଲେ ।

  • ପ୍ରଶଂସକଙ୍କ ମହଲରେ ବେଶ ଚର୍ଚ୍ଚା
ଜଣେ ଯୁଜର ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, "ବୈଭାବ ସୂର୍ଯ୍ୟବଂଶୀ ଇଂଲଣ୍ଡରେ ପୂର୍ବରୁ ଜଣେ ସୁପରଷ୍ଟାର । ଯେଉଁମାନେ ସଚିନଙ୍କୁ ତାଙ୍କ ପ୍ରାରମ୍ଭିକ ଦିନରେ ଖେଳିବା ଦେଖି ନଥିଲେ, ସେମାନେ ଏବେ ବୈଭବଙ୍କୁ ଦେଖିପାରିବେ ।" ସେହିପରି ଅନ୍ୟ ଜଣେ କ୍ରୀଡାପ୍ରେମୀ ଲେଖିଛନ୍ତି, "ବୈଭବ ସୂର୍ଯ୍ୟବଂଶୀ..ବ୍ରିଟିଶ ଦୁନିଆକୁ ତୁମକୁ ସ୍ୱାଗତ ।" ସେହିପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି, 'ସୁପରଷ୍ଟାର ପାୱାର ବୟ ।'


  • ଇଂଲଣ୍ଡକୁ ଭାରତୀୟ ଟିମ ଗସ୍ତ
ଜୁଲାଇ ୧: ପ୍ରଥମ ଟି୨୦-ଚେଷ୍ଟର ଲି ଷ୍ଟ୍ରିଟ୍
ଜୁଲାଇ ୪: ଦ୍ୱିତୀୟ ଟି୨୦-ମଞ୍ଚେଷ୍ଟର
ଜୁଲାଇ ୭: ତୃତୀୟ ଟି୨୦- ନଟିଂହାମ
ଜୁଲାଇ ୯: ଚତୁର୍ଥ ଟି୨୦- ବ୍ରିଷ୍ଟଲ
ଜୁଲାଇ ୧୧: ପଞ୍ଚମ ଟି୨୦-ସାଉଥାମ୍ପଟନ୍
ଜୁଲାଇ ୧୪: ପ୍ରଥମ ODI ମ୍ୟାଚ୍-ବର୍ମିଂହାମ
ଜୁଲାଇ ୧୬: ଦ୍ୱିତୀୟ ODI-କାର୍ଡିଫ୍
ଜୁଲାଇ ୧୯: ତୃତୀୟ ODI-ଲର୍ଡସ୍

ପଢନ୍ତୁ ଏହି ଖବର: ବୈଭବଙ୍କ ସାନଭାଇ ବି କୋଉ ଗୁଣରେ କମ୍ ନୁହେଁ; ବାପା କହିଲେ କାହାର ଅଧିକ ଟ୍ୟାଲେଣ୍ଟ

  • ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ
ଶ୍ରେୟସ୍ ଆୟର (ଅଧିନାୟକ), ତିଲକ ବର୍ମା (ଉପଅଧିନାୟକ), ରବି ବିଷ୍ଣୋଇ, ଅଭିଷେକ ଶର୍ମା, ନୀତୀଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ସଞ୍ଜୁ ସାମସନ, ଅକ୍ଷର ପଟେଲ, ହର୍ଷିତ ରାଣା, ଇଶାନ କିଶାନ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ଶିବମ୍ ଦୁବେ, ବରୁଣ ଚକ୍ରବର୍ତ୍ତୀ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
‘Some More Tickets Will Sell’: Vaibhav Sooryavanshi’s England Selection Dominates British Media | Argus News