Videos
|
Sports

PCB Sky Sports controversy / ଇମ୍ରାନ ଖାନଙ୍କ ପୁଅର ଇଣ୍ଟରଭ୍ୟୁ ଦେଖି ଚିଡିଗଲା ପାକିସ୍ତାନ; ଟେଷ୍ଟ ମ୍ୟାଚ୍ ନଖେଳିବାକୁ ଧମକ

Debashree Debasmita Sahoo
Browse all articles by Debashree Debasmita Sahoo
·40 mins ago·2 min read
ଇମ୍ରାନ ଖାନଙ୍କ ପୁଅର ଇଣ୍ଟରଭ୍ୟୁ ଦେଖି ଚିଡିଗଲା ପାକିସ୍ତାନ; ଟେଷ୍ଟ ମ୍ୟାଚ୍ ନଖେଳିବାକୁ ଧମକ
England vs Pakistan Test Match

Key Points

ଇଂଲଣ୍ଡ ଓ ପାକିସ୍ତାନ ଲର୍ଡ୍ସ ଟେଷ୍ଟ ସିରିଜ
ଗୋଟିଏ ଇଣ୍ଟରଭ୍ୟୁ ପାଇଁ ନଖେଳିବାକୁ ଧମକ
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହୋଇସାରିଛି । ଅଗଷ୍ଟ ୨୭ରେ ଉଭୟ ଟିମ୍ ମକ୍କା ଲର୍ଡ୍ସରେ ଦ୍ଵିତୀୟ ମ୍ୟାଚ୍ ଖେଳିଛନ୍ତି । ଏହା ମୁକାବିଲାର ପ୍ରଥମ ଦିନରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଓ ବ୍ରଡକାଷ୍ଟର ସ୍କାଇ ସ୍ପୋର୍ଟ୍ସ ମଧ୍ୟରେ ଏପରି ବିବାଦ ଉପୁଜିଥିଲା, ଯାହାକି ଖେଳକୁ ରାଜନୈତିକ ବିବାଦରେ ପରିଣତ କରିଥିଲା । ପିସିବି ବ୍ରଡକାଷ୍ଟର ବିରୁଦ୍ଧରେ ଏକ ଔପଚାରିକ ମାମଲା ରୁଜୁ କରିଛି । ତେବେ ଏହି ଇଣ୍ଟରଭ୍ୟୁରେ ପୂର୍ବତନ ପାକିସ୍ତାନ କ୍ରିକେଟର ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ଥିବା ଜଣାପଡ଼ିଛି ।

ଏହି ବିବାଦ ଇମ୍ରାନ ଖାନଙ୍କ ପୁଅ କାସିମ ଓ ସୁଲେମାନ ଖାନଙ୍କ ସହିତ ଜଡ଼ିତ । ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା କମେଣ୍ଟେଟର ମାଇକେଲ୍ ଏଥର୍ଟନ ଲର୍ଡ୍ସରେ ଦୁଇ ଜଣଙ୍କ ଇଣ୍ଟରଭ୍ୟୁ ନେଇଥିଲେ । କଥାବାର୍ତ୍ତା ବେଳେ କାସିମ ଓ ସୁଲେମାନ ଜେଲରେ ବନ୍ଦୀ ଥିବା ନିଜ ପିତାଙ୍କ ସ୍ଵାସ୍ଥ୍ୟାବସ୍ଥା ଓ ତାଙ୍କର ବିଗୁଡୁଥିବା ଦୃଷ୍ଟିଶକ୍ତିକୁ ନେଇ ଚିନ୍ତାପ୍ରକଟ କରିଥିଲେ । ଏହି କଥା ଶେଷରେ ରାଜନୈତିକ ପ୍ରସଙ୍ଗରେ ପରିଣତ ହୋଇଥିଲା ।

  • ବ୍ରଡକାଷ୍ଟର ମାନିଲେନି PCB କଥା
ପିସିବି ସ୍କାଇ ସ୍ପୋର୍ଟ୍ସକୁ ମ୍ୟାଚ୍ କଭରେଜ୍ ସମୟରେ ରାଜନୈତିକ ପ୍ରସଙ୍ଗ ବିଷୟରେ ଆଲୋଚନା କରିବା ଉପରେ ଅସନ୍ତୋଷ ପ୍ରକାଶ କରିଥିଲା । ବୋର୍ଡ ଚେତାବନୀ ଦେଇଥିଲା ଯେ ଯଦି ଏହି ଇଣ୍ଟରଭ୍ୟୁ ପ୍ରସାରିତ ହେଉଛି, ତେବେ ପାକିସ୍ତାନ ଟିମ ଲଞ୍ଚ୍ ବ୍ରେକ୍ ଉପରେ ମ୍ୟାଚ୍ ଖେଳିବ ନାହିଁ ଓ ଡ୍ରେସିଂରୁମରେ ବସି ରହିବ । ଏହାପରେ ବ୍ରଡକାଷ୍ଟର ଏହି ସେଗମେଣ୍ଟକୁ କିଛି ସମୟ ପାଇଁ ରୋକି ଦେଇଥିଲେ ଏବଂ ଲଞ୍ଚ୍ ବ୍ରେକ୍ ସମୟରେ ଏହାକୁ ପ୍ରସାରିତ କଲା । ଏହାପରେ ପିସିବି ସ୍କାଇ ସ୍ପୋର୍ଟ୍ସ ବିରୁଦ୍ଧରେ ମାମଲା ରୁଜୁ କରିଛି ।

  • ପାକିସ୍ତାନରେ ରିଲିଜ ହୋଇନି ଏହି କ୍ଲିପ୍
ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଏହି ପୂରା ଘଟଣା ସମ୍ପର୍କରେ ସୂଚିତ କରାଯାଇଥିଲା । ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ପାକିସ୍ତାନରେ ଏହି ଟେଷ୍ଟ ମ୍ୟାଚ୍‌ର ସିଧାପ୍ରସାରଣ କରୁଥିବା ଚ୍ୟାନେଲ ଇମ୍ରାନ ଖାନଙ୍କ ପୁଅଙ୍କ ଇଣ୍ଟରଭ୍ୟୁ ପ୍ରସାରିତ କରିନଥିଲା । ଏଠାରେ କହିରଖୁଛୁ କି, ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଗଷ୍ଟ ୨୦୨୩ରେ ରାୱଲପିଣ୍ଡି ଆଦିୟାଲା ଜେଲରେ ବନ୍ଦୀ ହୋଇଥିଲେ । ଭ୍ରଷ୍ଟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଗୋଟିଏ ମାମଲାରେ ତାଙ୍କୁ ୧୪ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା । ୭୩ ବର୍ଷୀୟ ଇମ୍ରାନଙ୍କ ଅଭିଯୋଗ ହେଉଛି ଯେ ଏହି ମାମଲା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ପୂର୍ବରୁ ବି ଏମିତି କରିସାରିଛି PCB
ପିସିବି ପୂର୍ବରୁ ମଧ୍ୟ ଏପରି ଭାବେ ମ୍ୟାଚ୍‌ରେ ବହିଷ୍କାର ପାଇଁ ଧମକ ଦେଇଛି । ଏସିଆ କପ୍ ୨୦୨୫ରେ ବୋର୍ଡ ଭାରତ-ପାକିସ୍ତାନ ମ୍ୟାଚ୍‌ ପରେ ମ୍ୟାଚ୍ ରେଫରି ଏଣ୍ଡି ପାୟକ୍ରାଫ୍ଟକୁ ହଟାଇବା ଲାଗି ଦାବି କରି ବିବାଦ ସୃଷ୍ଟି କରିଥିଲା । ସେହିପରି ସଂଯୁକ୍ତ ଆରବ ଏମିରେଟ୍ସ (UAE) ମୁକାବିଲା ବହିଷ୍କାର ପାଇଁ ଧମକ ଦେଇଥିଲା ।

ପଢନ୍ତୁ ଏହି ଖବର: ଡ୍ର’ ହେଲା ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ, ଟିମ୍ ଇଣ୍ଡିଆର ବିଜୟ ଆଶାରେ ପଡ଼ିଲା ପାଣି

ଏଠାରେ କହିରଖୁଛୁ କି, ଇଂଲଣ୍ଡ ଓ ପାକିସ୍ତାନ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚ୍‌ର ପ୍ରଥମ ଦିନରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଏହାପରେ ଟିମ ବିପକ୍ଷ ଦଳ ଇଂଲଣ୍ଡକୁ ୨୪୮/୯ ସ୍କୋରରେ ରୋକିଥିଲା । ମହମ୍ମଦ ଅବ୍ବାସ ଦମଦାର ବୋଲିଂ କରି ୪ ୱିକେଟ୍ ନେଇଥିଲେ ଓ ମହମ୍ମଦ ଅଲ୍ଲୀଙ୍କୁ ୩ଟି ୱିକେଟ୍ ମିଳିଥିଲା । ଖରାପ ଆଲୋକ ଯୋଗୁଁ ପ୍ରଥମ ଦିନର ମ୍ୟାଚ୍ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଥିଲା ।