Shocking Incident / ଆକାଶରୁ ଖସିଲା ମୃତ୍ୟୁ; ଗୋଲ୍ ମାରୁ ମାରୁ ଚାଲିଗଲା ଫୁଟବଲର୍ଙ୍କ ଜୀବନ
·1 hour ago·2 min read

Key Points
ଯାହା ଦେଖିଲା ପରେ ଆପଣ ଭାବି ପାରିବେନି । ପଡ଼ିଆରେ ଚାଲିଥିଲା ଫୁଟବଲ୍ ମ୍ୟାଚ୍ । ବଲ୍କୁ ଗୋଡ଼ରେ ଆଗକୁ ମାରି ଗୋଲ୍ କରିବାକୁ ମାଡ଼ି ଚାଲିଥିଲେ ଖେଳାଳି । ଆଉ ଠିକ୍ ସେହି ସମୟରେ ହେଲା ବଜ୍ରପାତ ।
ନୂଆଦିଲ୍ଲୀ: ମୃତ୍ୟୁ ଏମିତି ବି ଆସେ । ଯାହା ଦେଖିଲା ପରେ ଆପଣ ଭାବି ପାରିବେନି । ପଡ଼ିଆରେ ଚାଲିଥିଲା ଫୁଟବଲ୍ ମ୍ୟାଚ୍ । ବଲ୍କୁ ଗୋଡ଼ରେ ଆଗକୁ ମାରି ଗୋଲ୍ କରିବାକୁ ମାଡ଼ି ଚାଲିଥିଲେ ଖେଳାଳି । ଆଉ ଠିକ୍ ସେହି ସମୟରେ ହେଲା ବଜ୍ରପାତ । କ୍ଷଣିକରେ ପଡ଼ିଆ ଭିତରେ ଚାଲିଗଲା ଫୁଟବଲ୍ ଖେଳାଳିଙ୍କ ଜୀବନ ।
ଏହି ଘଟଣା ଷ୍ଟାଡିୟମ୍ରେ ଉପସ୍ଥିତ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଖେଳର ଖୁସି କ୍ଷଣକରେ ଛଡ଼ାଇ ନେଇଛି ବଜ୍ରପାତ । ଏହି ପ୍ରାକୃତିକ ଦୁର୍ବିପାକ୍ରେ ୨୪ ବର୍ଷୀୟ ଖେଳାଳି ଶୋପୱାନ ଅୱାଏଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୧୨ ଜଣ ଖେଳାଳି ଗୁରୁତର ଆହତ ହୋଇଛନ୍ତି । ପଡ଼ିଆରେ ବଜ୍ରପାତର ଭିଡିଓ କ୍ୟାମେରାରେ କଏଦ ହୋଇଥିବା ବେଳେ ଭାଇରାଲ୍ ହେଉଛି ।
ଏଥିସହ ପଢ଼ନ୍ତୁ: ଚେନ୍ନାଇ ନୁହେଁ KKRକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ? ରାହାଣେଙ୍କ ପରେ ହେବେ କୋଲକାତାର ନୂଆ ଅଧିନାୟକ !
ଭିଡିଓରେ ଦେଖା ଯାଉଛି, ଖେଳାଳି ଜଣଙ୍କ ବଲ୍ ନେଇ ଗୋଲ୍ ପୋଷ୍ଟ ଆଡ଼କୁ ଯାଉଥିବା ବେଳେ ହଠାତ୍ ବିଜୁଳି ତାଙ୍କ ଉପରେ ଖସୁଛି । ପଡ଼ିଆରେ ହିଁ ସେ ଆଖି ବୁଜି ଦେଉଛନ୍ତି । ଏହି ଭିଡିଓ ଦକ୍ଷିଣ ଥାଇଲାଣ୍ଡର । ଅଗଷ୍ଟ ୪ ତାରିଖରେ ଏକ ରାଜ୍ୟସ୍ତରୀୟ ଫୁଟବଲ୍ ମ୍ୟାଚ୍ ବେଳେ ଏହି ଅଘଟଣ ଘଟିଛି ।
ନରାଥିବନତ ପ୍ରାନ୍ତର ସୁଙ୍ଗାଇ ଗୋଲୋକରେ ଏହି ଅଘଟଣ ଘଟିଛି । ପୋଲିସ ଅନୁସାରେ, ଶାନ୍ତିକପ ଷ୍ଟାଡିୟମରେ ଗୋଲକ ଏକଏ କପ୍ର ସେମିଫାଇନାଲ୍ ମ୍ୟାଚ୍ ଚାଲିଥିଲା । ଖରାପ ପାଣିପାଗରେ ଖେଳ ଜାରି ରହିଥିବା ବେଳେ ହଠାତ୍ ହୋଇଥିଲା ବଜ୍ରାଘାତ ।
ସାଥୀ ଖେଳାଳିଙ୍କ ଅନୁସାରେ, ବିଜୁଳି ମାରିବା ପରେ ଅୱାଏ ଗମ୍ଭୀର ଭାବେ ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ମେଡିକାଲ୍ ନେବା ପୂର୍ବରୁ ଜରୁରୀକାଳୀନ କର୍ମ ଓ ଚିକିତ୍ସକ ବଞ୍ଚାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ହସ୍ପିଟାଲ୍ରେ ମୃତ ଘୋଷଣା କରିଥିଲେ ଡାକ୍ତର ।
ଏଥିସହ ପଢ଼ନ୍ତୁ: ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ଶୁବମନ ଗିଲ୍ ଆହତ ! ଟିମ୍ ଇଣ୍ଡିଆର ବଢ଼ିଲା ଚିନ୍ତା
ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ବଜ୍ରପାତର ସେହି ଭୟଙ୍କର ଦୃଶ୍ୟ ରହିଛି । ଯେଉଁଥିରେ ବଜ୍ରପାତ ପରେ ସମସ୍ତ ଚିତ୍କାର କରି ଦୌଡ଼ୁଥିବା ଦେଖା ଯାଉଛି । ଖେଳାଳି ଜଣଙ୍କ ଭୂମିରେ ଅଚେତ ହୋଇ ପଡ଼ି ଯାଉଛନ୍ତି । ଅନ୍ୟ ସାଥୀ ଖେଳାଳି, ଅଧିକାରୀ, ମେଡିକାଲ୍ ଟିମ୍ ଦୌଡ଼ି ଆସିଥିଲେ ।
ୱିଙ୍ଗର ପକ୍ଷରୁ ଅୱାଏ ଖେଳୁଥିଲେ । ସେ ନିକଟରେ ଥାଇ ଲିଗ୍ ୩ର ଟିମ୍ 'ୟାଲା ଏଫସି'ରୁ ଆସି ୱିଙ୍ଗରରେ ସାମିଲ୍ ହୋଇଥିଲେ । ଆଉ ଏବେ ଏହି ଦୁଃଖଦ ଅଘଟଣ ନେଇ ଯାଇଛି ଜୀବନ ।

A football player was killed and 12 others were injured after a lightning strike hit the field during a match in Thailand. pic.twitter.com/XLAMhPxqgV
— Daily Loud (@DailyLoud) August 6, 2026
ନରାଥିବନତ ପ୍ରାନ୍ତର ସୁଙ୍ଗାଇ ଗୋଲୋକରେ ଏହି ଅଘଟଣ ଘଟିଛି । ପୋଲିସ ଅନୁସାରେ, ଶାନ୍ତିକପ ଷ୍ଟାଡିୟମରେ ଗୋଲକ ଏକଏ କପ୍ର ସେମିଫାଇନାଲ୍ ମ୍ୟାଚ୍ ଚାଲିଥିଲା । ଖରାପ ପାଣିପାଗରେ ଖେଳ ଜାରି ରହିଥିବା ବେଳେ ହଠାତ୍ ହୋଇଥିଲା ବଜ୍ରାଘାତ ।
ସାଥୀ ଖେଳାଳିଙ୍କ ଅନୁସାରେ, ବିଜୁଳି ମାରିବା ପରେ ଅୱାଏ ଗମ୍ଭୀର ଭାବେ ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ମେଡିକାଲ୍ ନେବା ପୂର୍ବରୁ ଜରୁରୀକାଳୀନ କର୍ମ ଓ ଚିକିତ୍ସକ ବଞ୍ଚାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ହସ୍ପିଟାଲ୍ରେ ମୃତ ଘୋଷଣା କରିଥିଲେ ଡାକ୍ତର ।
ଏଥିସହ ପଢ଼ନ୍ତୁ: ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ ଶୁବମନ ଗିଲ୍ ଆହତ ! ଟିମ୍ ଇଣ୍ଡିଆର ବଢ଼ିଲା ଚିନ୍ତା
ସୋସିଆଲ୍ ମିଡିଆରେ ଭାଇରାଲ୍ ଭିଡିଓରେ ବଜ୍ରପାତର ସେହି ଭୟଙ୍କର ଦୃଶ୍ୟ ରହିଛି । ଯେଉଁଥିରେ ବଜ୍ରପାତ ପରେ ସମସ୍ତ ଚିତ୍କାର କରି ଦୌଡ଼ୁଥିବା ଦେଖା ଯାଉଛି । ଖେଳାଳି ଜଣଙ୍କ ଭୂମିରେ ଅଚେତ ହୋଇ ପଡ଼ି ଯାଉଛନ୍ତି । ଅନ୍ୟ ସାଥୀ ଖେଳାଳି, ଅଧିକାରୀ, ମେଡିକାଲ୍ ଟିମ୍ ଦୌଡ଼ି ଆସିଥିଲେ ।
ୱିଙ୍ଗର ପକ୍ଷରୁ ଅୱାଏ ଖେଳୁଥିଲେ । ସେ ନିକଟରେ ଥାଇ ଲିଗ୍ ୩ର ଟିମ୍ 'ୟାଲା ଏଫସି'ରୁ ଆସି ୱିଙ୍ଗରରେ ସାମିଲ୍ ହୋଇଥିଲେ । ଆଉ ଏବେ ଏହି ଦୁଃଖଦ ଅଘଟଣ ନେଇ ଯାଇଛି ଜୀବନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories