Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିରାଟଙ୍କ ସହ ଖେଳୁଥିଲେ; IPLରେ ପଞ୍ଜାବ ଦେଇଥିଲା ସୁଯୋଗ, ଏବେ ହଠାତ୍ ମୃତ୍ୟୁ

Sports

Cricketer Death / ବିରାଟଙ୍କ ସହ ଖେଳୁଥିଲେ; IPLରେ ପଞ୍ଜାବ ଦେଇଥିଲା ସୁଯୋଗ, ଏବେ ହଠାତ୍ ମୃତ୍ୟୁ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·3 min read
ବିରାଟଙ୍କ ସହ ଖେଳୁଥିଲେ; IPLରେ ପଞ୍ଜାବ ଦେଇଥିଲା ସୁଯୋଗ, ଏବେ ହଠାତ୍ ମୃତ୍ୟୁ
Cricketer Death

Key Points

କ୍ରିକେଟ ଜଗତରୁ ଆସିଲା ଦୁଃଖ ଖବର
ହଠାତ୍ ଚାଲିଗଲେ ବିରାଟଙ୍କ ଏହି ସାଥୀ ଖେଳାଳି
IPLରେ ପଞ୍ଜାବ କିଙ୍ଗସ ପକ୍ଷରୁ ଖେଳୁଥିଲେ
ଭାରତର ଲୋକପ୍ରିୟ ଟି-୨୦ ଟୁର୍ଣ୍ଣାମେଣ୍ଟ ଚାଲିଥିବାବେଳେ ଆସିଲା ଦୁଃଖଦ ଖବର । ବିରାଟ କୋହଲିଙ୍କ ସହିତ ଅଣ୍ଡର-୧୯ ଖେଳିଥିବା କ୍ରିକେଟର ତଥା ପଞ୍ଜାବର ପୂର୍ବତନ ଦ୍ରୁତ ବୋଲର ଅମନପ୍ରୀତ ସିଂହ ଗିଲଙ୍କ ମୃତ୍ୟୁ ଘଟିଛି । ଗିଲ୍ ମାତ୍ର ୩୬ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି । ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କ ପରଲୋକ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଛି ଏବଂ ଗଭୀର ଶୋକ ପ୍ରକାଶ କରିଛି ।

  • ବିରାଟଙ୍କ ସହ ଖେଳିଥିଲେ କ୍ରିକେଟ୍
ଚଣ୍ଡିଗଡ଼ରେ ଜନ୍ମିତ ଅମନପ୍ରୀତ ସିଂହ ଗିଲ୍ ପଞ୍ଜାବ କ୍ରିକେଟ୍ ଦଳ ପାଇଁ ଘରୋଇ କ୍ରିକେଟ୍ ଖେଳିଥିଲେ । ସେ ୨୦୦୭ରେ ଶ୍ରୀଲଙ୍କାରେ ଅନୁଷ୍ଠିତ ୧୯ ବର୍ଷରୁ କମ୍ ତ୍ରି-ସିରିଜରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ବିରାଟ କୋହଲି ଏବଂ ମନୀଷ ପାଣ୍ଡେ ଭଳି ଖେଳାଳିଙ୍କ ସହ ମିଶି ଖେଳିଥିଲେ । ସେହି ସିରିଜରେ ଅମନପ୍ରୀତ ୫ଟି ମ୍ୟାଚରେ ୯ଟି ୱିକେଟ୍ ନେଇଥିଲେ ଏବଂ ଫାଇନାଲରେ ବାଂଲାଦେଶ ବିପକ୍ଷରେ ଏକ ମ୍ୟାଚ୍ ବିଜୟୀ ସ୍ପେଲ୍ ବି ସାମିଲ ଥିଲା ।

ପଢନ୍ତୁ ଏହି ଖବର: ଫେରିଲେ କାମ୍ବଲୀ: କହିଲେ, ଯାହାଙ୍କ ଜୀବନରେ ଟିକିଏ କମ୍‌ ମିଳିଛି...ତାଙ୍କୁ ତିନି ଗୁଣା ଅଧିକା

ଏହାବ୍ୟତୀତ ଅମନପ୍ରୀତ ପଞ୍ଜାବ ପାଇଁ ୬ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ମଧ୍ୟ ଖେଳିଥିଲେ । ଆଇପିଏଲର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସେ କିଙ୍ଗସ୍ ଏକାଦଶ ପଞ୍ଜାବ (ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ) ଦଳରେ ଥିଲେ, ଯଦିଓ ତାଙ୍କୁ ଖେଳିବାର ସୁଯୋଗ ମିଳିନଥିଲା । ପରେ ସେ ପଞ୍ଜାବ ସିନିୟର ଚୟନ କମିଟିର ସଦସ୍ୟ ଭାବରେ କାର୍ଯ୍ୟ କରିଥିଲେ ।



  • ଶୋକ ପ୍ରକାଶ କଲା ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ (PCA)
ଅମନପ୍ରୀତ ସିଂହ ଗିଲଙ୍କ ପରଲୋକରେ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ ଗଭୀର ଶୋକ ପ୍ରକାଶ କରିଛି । ପିସିଏ ସୋସିଆଲ ମିଡିଆରେ ଲେଖିଛି ଯେ ଅମନପ୍ରୀତ ସିଂହ ଗିଲ୍ ସମର୍ପଣ ଏବଂ ଆଗ୍ରହର ସହିତ ପଞ୍ଜାବ କ୍ରିକେଟକୁ ବହୁ ଆଗକୁ ନେଇଥିଲେ । ଆସୋସିଏସନ ତାଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛି ଏବଂ ସ୍ୱର୍ଗତ ଆତ୍ମାର ଶାନ୍ତି ପାଇଁ ଏବଂ ପରିବାରକୁ ଏହି କଷ୍ଟକର ସମୟରେ ଶକ୍ତି ପାଇବା ପାଇଁ ପ୍ରାର୍ଥନା କରିଛି । ସମ୍ଭବତଃ SRH ବିପକ୍ଷ ମ୍ୟାଚ୍ ସମୟରେ ପଞ୍ଜାବ କିଙ୍ଗସ୍ ଖେଳାଳିମାନେ ଶ୍ରଦ୍ଧାଞ୍ଜଳି ସ୍ୱରୂପ କଳା ପଟି ପିନ୍ଧିପାରନ୍ତି । 

  • ଦୁଃଖ ପ୍ରକାଶ କଲେ ଯୁବରାଜ
ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂହ ମଧ୍ୟ ତାଙ୍କ ପୂର୍ବତନ ସାଥୀ ଏବଂ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ଗିଲଙ୍କୁ ଜଣେ ଖେଳକୁ ଭଲ ପାଉଥିବା "ଶାନ୍ତ ଏବଂ ପରିଶ୍ରମୀ କ୍ରିକେଟର" ଭାବରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ ସେ ତାଙ୍କ ପ୍ରାରମ୍ଭିକ କ୍ରିକେଟ୍ କ୍ୟାରିୟରରେ ଗିଲଙ୍କ ସହିତ ଏକ ଡ୍ରେସିଂ ରୁମ୍ ସେୟାର କରିଥିଲେ ଏବଂ ଏହି ସ୍ମୃତି ସର୍ବଦା ତାଙ୍କ ସହିତ ରହିବ । ସେ ପରିବାର ପ୍ରତି ସମବେଦନା ପ୍ରକାଶ କରିବା ସହିତ ଗିଲ୍‌ଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Amanpreet Singh Gill Passes Away at 36, Former Punjab Cricketer and Virat Kohli’s U-19 Teammate Dies | Argus News