Harbhajan On Gambhir / ଗୌତମ ଗମ୍ଭୀରଙ୍କୁ କାହିଁକି ସବୁବେଳେ ଟାର୍ଗେଟ୍ କରାଯାଏ ? ଅସଲ କଥା କହିଲେ ହରଭଜନ
·41 mins ago·2 min read

Key Points
ହେଡ୍ କୋଚ୍ ଗମ୍ଭୀରଙ୍କୁ ନେଇ ସବୁବେଳେ ଉଠୁଛି ପ୍ରଶ୍ନ ?
ହେଲେ କାହିଁକି, ଅସଲ କଥା କହିଦେଲେ ହରଭଜନ ସିଂ
ହେଲେ କାହିଁକି, ଅସଲ କଥା କହିଦେଲେ ହରଭଜନ ସିଂ
ଲଗାତାର ଭାରତୀୟ କ୍ରିକେଟ୍ ଟିମର ହେଡ୍ କୋଚ୍ ଗୌତମ ଗମ୍ଭୀରଙ୍କୁ ନେଇ ସମାଲୋଚନା କରାଯାଉଛି । ତେବେ ଏହାର ଅସଲ କାରଣ କଣ ତାର ଖୁଲାସା କରିଛନ୍ତି ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ । ସେ କହିଛନ୍ତି ଯେ ତାଙ୍କ ସାଥୀ ଖେଳାଳିଙ୍କ 'ଅପ୍ରିୟ ସତ କଥା' କହିବାଟା ଅନେକଙ୍କୁ ପସନ୍ଦ ଆସେନାହିଁ । ଭଜି ଦୀର୍ଘ ସମୟ ଧରି ଗମ୍ଭୀରଙ୍କୁ ଜାଣିଛନ୍ତି । ତାଙ୍କର ମନରେ ଯାହା ଥାଏ, ସେ କହିଦିଅନ୍ତି ବୋଲି ହରଭଜନ କହିଛନ୍ତି ।
ଗମ୍ଭୀରଙ୍କ କୋଚିଙ୍ଗରେ ଭାରତ ଟି-୨୦ ବିଶ୍ଵକପ୍, ଚାମ୍ପିଆନ୍ସ ଟ୍ରଫି ଓ ଏସିଆ କପ୍ ଜିତିଛି । ମାତ୍ର ଟେଷ୍ଟ ଟିମ୍କୁ ଅଷ୍ଟ୍ରେଲିଆ, ନ୍ଯୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିରୋଧରେ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏଥିମଧ୍ୟରେ ଶେଷ ୨ ସିରିଜରେ ଭାରତ ଘରୋଇ ମାଟିରେ କ୍ଲିନ୍ ସ୍ଵିପ୍ରେ ଶୋଚନୀୟ ପରାଜୟ ବରଣ କରିଥିଲା । ଏହାପରେ ହେଡ୍ କୋଚ୍ ଗୌତମ ଗମ୍ଭୀରକୁ ସମସ୍ତ ଦିଗରୁ ସମାଲୋଚନାର ଶିକାର ହେବାକୁ ପଡୁଛି । ବିଶେଷ କରି ଟେଷ୍ଟ ଟିମକୁ ନେଇ ଗମ୍ଭୀରଙ୍କୁ କ୍ରୀଡ଼ା ପ୍ରଶଂସକ ଓ ବିଶେଷଜ୍ଞ ଟିମ କଡ଼ା ପ୍ରତିକ୍ରିୟା ଦେଉଛନ୍ତି ।
ପଢନ୍ତୁ ଏହି ଖବର: ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ରେକର୍ଡ କଲେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ; ଗିରଫ ହେଲେ କ୍ରିକେଟର

- କାହିଁକି ଗମ୍ଭୀରଙ୍କୁ ନେଇ ଏତେ ଆଲୋଚନା ?
- ଗମ୍ଭୀରଙ୍କ ବନ୍ଧୁ କିଏ କହିଲେ ହରଭଜନ
ପଢନ୍ତୁ ଏହି ଖବର: ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ରେକର୍ଡ କଲେ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ; ଗିରଫ ହେଲେ କ୍ରିକେଟର
- ଗମ୍ଭୀରଙ୍କ ବ୍ୟବହାରକୁ ନେଇ କଣ କହିଲେ ଭଜି ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories