Gambhir Report Card / ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ, ODIରେ ପାସ୍...ଟେଷ୍ଟରେ ଫେଲ୍
·7 months ago·2 min read

Key Points
ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ । ଦିନିକିଆ, ଟି-୨୦ରେ ପାସ୍ । ଟେଷ୍ଟରେ ଫେଲ୍ ।
ପ୍ରଥମେ କୋଲକାତାର ଇଡେନ୍ ଗାର୍ଡେନ୍ସ । ପରେ ଗୌହାଟୀ । ଦକ୍ଷିଣ ଆଫ୍ରିକା ଘରୋଇ ମାଟିରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆକୁ ୨-୦ରେ ପରାସ୍ତ କରିଥିଲା । ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଘରୋଇ ମାଟିରେ ଭାରତକୁ ୩-୦ରେ କ୍ଲିନ୍ ସୁଇପ୍ କରିଥିଲା । ତେବେ ରାହୁଲ ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ନେଇଛନ୍ତି । ଆଉ ଏବେ ସେ ତିନୋଟି ଫର୍ମାଟରେ ଭାରତୀୟ ଦଳର କୋଚ୍ ଅଛନ୍ତି । ଆସନ୍ତୁ ଗୌତମ ଗମ୍ଭୀରଙ୍କ ରିପୋର୍ଟ କାର୍ଡ ଉପରେ ନଜର ପକାଇବା...
ଗୌତମ ଗମ୍ଭୀରଙ୍କ କୋଚିଂ ରେକର୍ଡକୁ ହ୍ବାଇଟ୍ ବଲ୍ ଏବଂ ରେଡ୍ ବଲ୍ ଉଭୟ ଫର୍ମାଟ ପାଇଁ ପୃଥକ ପୃଥକ ଭାବରେ ବିଶ୍ଳେଷଣ କରାଯାଇପାରିବ । ହ୍ବାଇଟ୍ ବଲ୍ କ୍ରିକେଟରେ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ରେକର୍ଡ ଭଲ ରହିଛି । କିନ୍ତୁ ଟେଷ୍ଟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ରହିଛି ।
ସେହିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟି-୨୦ରୁ ଅବସର ନେବା ପରେ ଗମ୍ଭୀର ଶ୍ରୀଲଙ୍କାରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ଏହା ତାଙ୍କର ପ୍ରଥମ ଟି-୨୦ ସିରିଜ ଥିଲା । ସେ ତାଙ୍କର ପ୍ରଥମ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଭାରତ ତିନୋଟି ମ୍ୟାଚ୍ ଜିତିଥିଲା । ପରବର୍ତ୍ତୀ ୧୯ ମ୍ୟାଚ୍ରେ ଗମ୍ଭୀର କେବଳ ୨ଟି ମ୍ୟାଚରେ ପରାଜୟ ବରଣ କରିଛନ୍ତି । ମୋଟ ୨୨ ମ୍ୟାଚ୍ରେ ୨୦ ବିଜୟ ଏବଂ ୨ଟି ପରାଜୟ ସହିତ ତାଙ୍କର ବିଜୟ ହାର ୯୦.୯୦ ରହିଛି ।
କିନ୍ତୁ ଟେଷ୍ଟ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ରେକର୍ଡ ନିରାଶାଜନକ ରହିଛି । ଘରୋଇ ପରିବେଶରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଗୋଟିଏ ବି ମ୍ୟାଚ୍ ଜିତିପାରିନଥିଲା । ସେହିପରି ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସମସ୍ତ ତିନୋଟି ମ୍ୟାଚ୍ ହାରିଥିଲା । ଇଂଲଣ୍ଡ ବିପକ୍ଷ ସିରିଜ୍ ୨-୨ ଡ୍ର'ରେ ଶେଷ ହୋଇଥିଲା । ତା’ପରେ ଭାରତ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । କିନ୍ତୁ ତା’ପରେ ଭାରତର ଆଉ ଏକ ଲଜ୍ଜାଜନକ ପରାଜୟ ହୋଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨-୦ରେ ସିରିଜ୍ ହାରିଛି । ତେବେ ଟେଷ୍ଟରେ ଗୌତମ ଗମ୍ଭୀରଙ୍କ ବିଜୟ ହାର ୩୬.୮୪ ରହିଛି ।
ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଖସିଯାଇଛି । ଏପରିକି ପାକିସ୍ତାନ ମଧ୍ୟ ଭାରତକୁ ପଛରେ ପକାଇ ଦେଇଛି ।
ଗୌତମ ଗମ୍ଭୀରଙ୍କ କୋଚିଂ ରେକର୍ଡକୁ ହ୍ବାଇଟ୍ ବଲ୍ ଏବଂ ରେଡ୍ ବଲ୍ ଉଭୟ ଫର୍ମାଟ ପାଇଁ ପୃଥକ ପୃଥକ ଭାବରେ ବିଶ୍ଳେଷଣ କରାଯାଇପାରିବ । ହ୍ବାଇଟ୍ ବଲ୍ କ୍ରିକେଟରେ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ରେକର୍ଡ ଭଲ ରହିଛି । କିନ୍ତୁ ଟେଷ୍ଟ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ରହିଛି ।
ଅଧିକ ପଢ଼ନ୍ତୁ: 'ବିରାଟ କୋହଲିଙ୍କୁ କଲ୍ କରନ୍ତୁ PM ମୋଦି, ଗମ୍ଭୀରଙ୍କ ପୂର୍ବରୁ ଚୟନ କମିଟିକୁ ହଟାଅ'
କୋଚ୍ ଭାବେ ଗମ୍ଭୀରଙ୍କ ଦିନିକିଆ ଡେବ୍ୟୁ ସିରିଜ୍ ଭଲ ନଥିଲା । ଭାରତ ଘରୋଇ ମାଟିରେ ଶ୍ରୀଲଙ୍କାଠାରୁ ୨-୦ରେ ପରାସ୍ତ ହୋଇଥିଲା । କିନ୍ତୁ ଏହା ପରେ ଦମଦାର କମ୍ବ୍ୟାକ୍ କରିଥିଲେ ଗୌତମ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଗମ୍ଭୀର ଲଗାତର ୮ଟି ମ୍ୟାଚ୍ରେ ବିଜୟଲାଭ କରି ଟ୍ରଫି ହାତେଇଥିଲେ । ଗମ୍ଭୀର କୋଚ୍ ଭାବେ ଦାୟିତ୍ବ ନେବା ପରେ ମୋଟ ୧୪ ଦିନିକିଆରୁ ଭାରତ ୯ଟିରେ ବିଜୟଲାଭ କରିଥିବା ବେଳେ ୪ଟି ପରାଜୟ ଓ ଗୋଟିଏରେ ଡ୍ର' ରହିଥିଲା । ଦିନିକିଆରେ ତାଙ୍କ ବିଜୟ ପ୍ରତିଶତ ହେଉଛି ୬୪.୨୮ ।ସେହିପରି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟି-୨୦ରୁ ଅବସର ନେବା ପରେ ଗମ୍ଭୀର ଶ୍ରୀଲଙ୍କାରେ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ଏହା ତାଙ୍କର ପ୍ରଥମ ଟି-୨୦ ସିରିଜ ଥିଲା । ସେ ତାଙ୍କର ପ୍ରଥମ ସିରିଜ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଭାରତ ତିନୋଟି ମ୍ୟାଚ୍ ଜିତିଥିଲା । ପରବର୍ତ୍ତୀ ୧୯ ମ୍ୟାଚ୍ରେ ଗମ୍ଭୀର କେବଳ ୨ଟି ମ୍ୟାଚରେ ପରାଜୟ ବରଣ କରିଛନ୍ତି । ମୋଟ ୨୨ ମ୍ୟାଚ୍ରେ ୨୦ ବିଜୟ ଏବଂ ୨ଟି ପରାଜୟ ସହିତ ତାଙ୍କର ବିଜୟ ହାର ୯୦.୯୦ ରହିଛି ।
କିନ୍ତୁ ଟେଷ୍ଟ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ରେକର୍ଡ ନିରାଶାଜନକ ରହିଛି । ଘରୋଇ ପରିବେଶରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ଗୋଟିଏ ବି ମ୍ୟାଚ୍ ଜିତିପାରିନଥିଲା । ସେହିପରି ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ସମସ୍ତ ତିନୋଟି ମ୍ୟାଚ୍ ହାରିଥିଲା । ଇଂଲଣ୍ଡ ବିପକ୍ଷ ସିରିଜ୍ ୨-୨ ଡ୍ର'ରେ ଶେଷ ହୋଇଥିଲା । ତା’ପରେ ଭାରତ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । କିନ୍ତୁ ତା’ପରେ ଭାରତର ଆଉ ଏକ ଲଜ୍ଜାଜନକ ପରାଜୟ ହୋଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨-୦ରେ ସିରିଜ୍ ହାରିଛି । ତେବେ ଟେଷ୍ଟରେ ଗୌତମ ଗମ୍ଭୀରଙ୍କ ବିଜୟ ହାର ୩୬.୮୪ ରହିଛି ।
ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ହାରିବା ପରେ ଟିମ୍ ଇଣ୍ଡିଆ ଏବେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଖସିଯାଇଛି । ଏପରିକି ପାକିସ୍ତାନ ମଧ୍ୟ ଭାରତକୁ ପଛରେ ପକାଇ ଦେଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories