IPL 2026 / RCB ଠାରୁ ହାରିବା ପରେ ବି IPL ଫାଇନାଲ୍ ଖେଳିପାରେ ଗୁଜରାଟ ଟାଇଟନ୍ସ, ଜାଣନ୍ତୁ କ'ଣ ରହିଛି ନିୟମ...
·1 hour ago·2 min read

Key Points
ଖରାପ ଫିଲ୍ଡିଂ ଓ ଚାପରେ କରିଥିବା ଭୁଲ୍ ଦଳ ଉପରେ ଭାରି ପଡ଼ିଲା । ଯେଉଁଥିପାଇଁ ଆମେ ଆରସିବି ଠାରୁ ହାରିଗଲୁ ବୋଲି କହିଛନ୍ତି ଗିଲ୍ ।
ଧର୍ମଶାଳା: ୯୨ ରନ୍ରେ ହାରିଲା ଗୁଜରାଟ ଟାଇଟନ୍ସ । ଆଇପିଏଲ୍ ଫାଇନାଲ୍କୁ ଗଲା ଆରସିବି । ଧର୍ମଶାଳାରେ ମଙ୍ଗଳବାର ଆଇପିଏଲ୍-୨୦୨୬ର ପ୍ରଥମ କ୍ଵାଲିଫାୟର୍ ମ୍ୟାଚ୍ ଖେଳା ଯାଇଥିଲା । ଯେଉଁ ମ୍ୟାଚ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ୯୨ ରନ୍ରେ ଜିତି ନେଇ ଫାଇନାଲ୍କୁ ଯାଇଛି ।
ଗୁଜରାଟ ଟାଇଟନ୍ସ ହାରିବା ପରେ ଦଳର ଅଧିନାୟକ ଶୁବମନ ଗିଲ୍ ହାରିବାର କାରଣ କହିଛନ୍ତି । ଖରାପ ଫିଲ୍ଡିଂ ଓ ଚାପରେ କରିଥିବା ଭୁଲ୍ ଦଳ ଉପରେ ଭାରି ପଡ଼ିଲା । ଯେଉଁଥିପାଇଁ ଆମେ ହାରିଗଲୁ ବୋଲି କହିଛନ୍ତି ଗିଲ୍ ।
ଏଥିସହ ପଢ଼ନ୍ତୁ: ୯୨ ରନ୍ରେ ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲ୍ରେ RCB, କମାଲ୍ କଲେ ବିରାଟ
ଗୁଜରାଟ ପାଇଁ ଏଲିମିନେଟର ଆଶା
ଗୁଜରାଟ ଟାଇଟନ୍ସକୁ ହରାଇ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ସିଧାସଳଖ ଫାଇନାଲ୍କୁ ଯାଇଛି । ତେବେ ଗୁଜରାଟ ଟାଇଟନ୍ସ ଫାଇନାଲ୍ ଖେଳିବା ଆଶା ମଉଳି ନାହିଁ । ଆଜି ଖେଳାଯିବାକୁ ଥିବା ଏଲିମିନେଟର ମୁକାବିଲାର ବିଜେତା ସହ ଫାଇନାଲ୍ ପାଇଁ ଗୁଜରାଟ ଟାଇଟନ୍ସ ଲଢ଼ିବ ।
ଆଜି ସନରାଇଜର୍ସ ହାଇଦ୍ରାବାଦ ସହ ରାଜସ୍ଥାନ ରୟାଲ୍ସ ଏଲିମିନେଟର୍ ମ୍ୟାଚ୍ ଖେଳିବ । ବିଜୟୀ ଦଳ ଶୁକ୍ରବାର କ୍ଵାଲିଫାୟର-୨ରେ ଗୁଜରାଟ ଟାଇଟନ୍ସକୁ ଭେଟିବ । କ୍ଵାଲିଫାୟର-୨ରେ ବିଜୟୀ ଦଳ ଫାଇନାଲ୍ରେ ଆରସିବି ସହ ମୁହାଁମୁହିଁ ହେବ । ଏଭଳି ସ୍ଥିତିରେ କ୍ଵାଲିଫାୟର-୨ରେ ଗୁଜରାଟ ଜିତିଲେ ଫାଇନାଲ୍ରେ ଆରିସିବି ସହ ଫାଇଟ୍ କରିବାର ସମ୍ଭାବନା ରହିଛି ।
କାହାକୁ ଦାୟୀ କଲେ ଗିଲ୍ ?
ଆରସିବି ଠାରୁ ହାରିବା ପରେ ଶୁବମନ ଗିଲ୍ କହିଛନ୍ତି, "ମୋତେ ଲାଗୁଛି ଆମେ ୧୨ ଓ ୧୩ ଓଭର୍ ପର୍ଯ୍ୟନ୍ତ ଭଲ ଖେଳୁଥିୁ । ମୋତ ଲାଗୁନି ଆମର ଫିଲ୍ଡିଂ ଭଲ ଥିଲା । ଆମେ କିଛି କ୍ୟାଚ୍ ହାତଛଡ଼ା କରିଛୁ ଓ ଆମ ଫିଲ୍ଡିଂ ସନ୍ତୋଷଜନକ ନଥିଲା ।"
୩୯ ବଲ୍, ୯୩ ରନ୍
ଆରସିବି ଅଧିନାୟକ ରଜତ ପାଟିଦାର ଗୁଜରାଟ ଛାଡ଼ିଥିବା ସୁଯୋଗର ଫାଇଦା ଉଠାଇ ମାତ୍ର ୩୯ ବଲ୍ରେ ଅପରାଜିତ ୯୩ ରନ୍ କରିଛନ୍ତି । ମ୍ୟାଚ୍ର ମଝି ଭାଗରେ ଖରାପ ଫିଲ୍ଡିଂ, ନୋ-ବଲ୍ ଜରିଆରେ ଗୁଜରାଟ ରନ୍ ଦେଇଥିଲା । ଆଉ ଆଇପିଏଲ୍ର ପ୍ଲେ-ଅଫ୍ ଇତିହାସରରେ ସବୁଠୁ ବଡ଼ ସ୍କୋର୍ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ୧୫ ବର୍ଷରେ ବୈଭବଙ୍କ ବଡ଼ ସ୍ବପ୍ନ, ଟି-୨୦ରେ ୨୦୦ ରନ୍ କରିବି...ଗେଲ୍ଙ୍କ ରେକର୍ଡ ଭାଙ୍ଗିବି
ପ୍ରଥମେ ବ୍ୟାଟିଂ କରି ଆରସିବି ୫ ୱିକେଟ୍ ହରାଇ ୨୫୪ ରନ୍ ସ୍କୋର୍ କରିଥିଲା । ଜବାବରେ ଗୁଜରାଟ ଟାଇଟନ୍ସ ୧୯.୩ ଓଭର୍ରେ ମାତ୍ର ୧୬୨ ରନ୍ କରିବାରେ ସକ୍ଷମ ହୋଇଥିଲା । ପାଳି ଆରମ୍ଭରୁ ହିଁ ଧ୍ଵସ୍ତ ହୋଇଥିଲା ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଲାଇନ୍ ।
୨.୩ ଓଭର୍ରେ ପ୍ରଥମେ ଓପନର୍ ସାଇ ସୁଦର୍ଶନ ଆଉଟ୍ ହୋଇଥିଲେ । ୩.୧ ଓଭର୍ରେ ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ ଅଧିନାୟକ ଶୁବମନ ଗିଲ୍ । ଏହାପରେ ଦଳର ଗୋଟିଏ ପରେ ଗୋଟି ୱିକେଟ୍ ଖସିବାରେ ଲାଗିଥିଲା । ଦଳ ପକ୍ଷରୁ ରାହୁଲ ତେୱାଟିଆ ସର୍ବାଧିକ ୬୮ ରନ୍ ସ୍କୋର୍ କରି ପାଳି ସମ୍ଭାଳି ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories