|
logo
Live

Argus News - ଗୁଜୁରାଟର ବିସ୍ଫୋରକ ବ୍ୟାଟିଂ, ଗିଲ୍-ସୁଦର୍ଶନଙ୍କ ଦମଦାର ଶତକ

Sports

ଗୁଜୁରାଟର ବିସ୍ଫୋରକ ବ୍ୟାଟିଂ, ଗିଲ୍-ସୁଦର୍ଶନଙ୍କ ଦମଦାର ଶତକ

Jitendra Dash
Browse all articles by Jitendra Dash
·1 year ago·1 min read
ଗୁଜୁରାଟର ବିସ୍ଫୋରକ ବ୍ୟାଟିଂ, ଗିଲ୍-ସୁଦର୍ଶନଙ୍କ ଦମଦାର ଶତକ

ଅର୍ଗସ ବ୍ୟୁରୋ : ଗତ କାଲି ଅହମ୍ମଦାବାଦ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ଗୁଜୁରାଟ ଟାଇଟନ୍ସ । ଚେନ୍ନାଇର ସମସ୍ତ ଯୋରଦାର ଆଟାକ କରିଥିଲେ ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଏହି ମ୍ୟାଚରେ ଉଭୟ ବ୍ୟାଟର ଦମଦାର ଶତକ ହାସଲ କରିବା ସହିତ ଦଳକୁ ଏକ ବିଶାଳ ସ୍କୋରର ଲକ୍ଷ୍ୟ ଦେଇଛି ଗୁଜୁରାଟ । 

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ଚେନ୍ନାଇ ଅଧିନାୟକ ଋତୁରାଜ ଗାଏକ୍ୱାଡ । ଦଳର କୌଣସି ବୋଲର ଗୁଜୁରାଟର ଓପନରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ପାରି ନାହାନ୍ତି । ତେବେ ଏହାର ଫାଇଦା ଉଠାଇ ବିସ୍ଫୋରକ ବ୍ୟାଟିଂର ଜଲୱା ଦେଖାଇଛନ୍ତି ଗୁଜୁରାଟର ଅଧିନାୟକ ଶୁଭମନ ଗିଲ୍ ଏବଂ ଷ୍ଟାର ଓପନର ସାଇ ସୁଦର୍ଶନ । ଚେନ୍ନାଇ ବିପକ୍ଷ ଏହି ମ୍ୟାଚରେ ଉଭୟ ଓପନର ଦମଦାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । 

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶୁଭମନ ମାତ୍ର ୫୨ ବଲରୁ ୯ଟି ଚୌକା ଏବଂ ୬ଟି ଛକା ସହିତ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ ୫୦ ବଲରୁ ଶତକ ହାସଲ କରିଛନ୍ତି । ତେବେ ୫ଟି ଚୌକା ଏବଂ ୭ଟି ଛକା ସହ ଶତକ ପୂରଣ କରିବା ପରେ ସାଇ(୧୦୩) ତୁଷାର ଦେଶପାଣ୍ଡେଙ୍କ ବଲରେ କ୍ୟାଚ୍ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । ଏହାପରେ ଗିଲ୍(୧୦୪) ମଧ୍ୟ ଏହି ଓଭରର ଶେଷ ବଲରେ ନିଜ ୱିକେଟ ହରାଇଥିଲେ ।

Sponsored
ଗୁଜୁରାଟର ବିସ୍ଫୋରକ ବ୍ୟାଟିଂ, ଗିଲ୍-ସୁଦର୍ଶନଙ୍କ ଦମଦାର ଶତକ | Argus News