Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗର୍ଭବତୀ ଅଛନ୍ତି ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ମାହିକା! କଣ ଲୁଚିକି କରିସାରିଛନ୍ତି ବିବାହ?

Sports

Hardik pandya / ଗର୍ଭବତୀ ଅଛନ୍ତି ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ମାହିକା! କଣ ଲୁଚିକି କରିସାରିଛନ୍ତି ବିବାହ?

Ritu Das
Browse all articles by Ritu Das
·5 months ago·2 min read
ଗର୍ଭବତୀ ଅଛନ୍ତି ହାର୍ଦ୍ଦିକଙ୍କ ଗର୍ଲଫ୍ରେଣ୍ଡ ମାହିକା! କଣ ଲୁଚିକି କରିସାରିଛନ୍ତି ବିବାହ?

Key Points

ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। ହାର୍ଦ୍ଦିକଙ୍କ ସହ ଲୁଚି ଲୁଚି ସଂସାର କରିସାରିଲେଣି। ଆଉ ଏବେ ସେ ଗର୍ଭବତୀ ଅଛନ୍ତି।
କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଡେଲ ମାହିକା ଶର୍ମାଙ୍କ ସହ ସମ୍ପର୍କରେ ଅଛନ୍ତି। ସୋସିଆଲ ମିଡିଆରେ ଦୁହେଁ ପରସ୍ପରକୁ ଖୋଲାଖୋଲି ପ୍ରେମ ପ୍ରଦର୍ଶନ କରୁଥିବାର ଦେଖାଯାଉଛି। ଏସବୁ ମଧ୍ୟରେ, ମାହିକା ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିର୍ବନ୍ଧର ଗୁଜବ ନିକଟରେ ବ୍ୟାପିଥିଲା।

ଏହାସହ ପଢ଼ନ୍ତୁ: ପ୍ରଥମ ଆସେସ୍ ଟେଷ୍ଟକୁ ୮ ୱିକେଟରେ ଜିତିନେଲା ଅଷ୍ଟ୍ରେଲିଆ; ୨ ଦିନରେ ସରିଗଲା ମ୍ୟାଚ୍

ନେଟିଜେନମାନେ ଅନୁମାନ କରିବା ଆରମ୍ଭ କରିଥିଲେ ଯେ ମାହିକାଙ୍କ ଆଙ୍ଗୁଠିରେ ହୀରା ମୁଦି ଦେଖିବା ପରେ ଏହି କପଲ ନିର୍ବନ୍ଧ କରିଛନ୍ତି। ଆଜି ଆଉ ଏକ ଖବର ସାମ୍ନାକୁ ଆସିଛି। ହାର୍ଦ୍ଦିକଙ୍କ ସହ ଲୁଚି ଲୁଚି ସଂସାର କରିସାରିଲେଣି। ଆଉ ଏବେ ସେ ଗର୍ଭବତୀ ଅଛନ୍ତି। ତେବେ ଏନେଇ ହାର୍ଦ୍ଦିକ ଅଫିସିଆଲି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏବେ, ମାହିକା ଶର୍ମା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଗୁଜବ ଉପରେ ତାଙ୍କର ନୀରବତା ଭାଙ୍ଗିଛନ୍ତି।

ମାହିକା ଶର୍ମା ହାର୍ଦ୍ଦିକଙ୍କ ସହ ତାଙ୍କ ନିର୍ବନ୍ଧର ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ଶୁକ୍ରବାର ମାହିକା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ମଜାଦାର ପୋଷ୍ଟ ଶେୟାର କରି ଏହି ଗୁଜବଗୁଡ଼ିକୁ ଖାରଜ କରିଛନ୍ତି। ସେ ଗୋଲାପୀ ୱିଗ ପିନ୍ଧିଥିବା ଏକ ବିଲେଇର ଏକ ସୁନ୍ଦର ଫଟୋ ଶେୟାର କରି ଲେଖିଛନ୍ତି, “ଇଣ୍ଟରନେଟ ଦେଖି ଭାବୁଥିଲି କି ମୋର ନିର୍ବନ୍ଧ ହୋଇଯାଇଛି , କିନ୍ତୁ ମୁଁ ପ୍ରତିଦିନ ସୁନ୍ଦର ଅଳଙ୍କାର ପିନ୍ଧେ।”

ଏହାସହ ପଢ଼ନ୍ତୁ: ମାହିକା ଶର୍ମାଙ୍କ ସହ କଣ ନିର୍ବନ୍ଧ କଲେ ଭାରତୀୟ ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା?


ଅନ୍ୟପକ୍ଷେ ପ୍ରେଗେନେନ୍ସି ଖବରକୁ ନେଇ ଇନଷ୍ଟାରେ ମାହିକା ଲେଖିଛନ୍ତି ଯେ, ପ୍ରେଗେନେନ୍ସି ଖବରକୁ ନେଇ ଲଢ଼େଇ କରିବାକୁ ମୁଁ ଏକ ପିଙ୍କ ଗାଡ଼ିରେ ଆସିଯିବି। ଆଜି ଅପରାହ୍ନରେ ହାର୍ଦ୍ଦିକ ତାଙ୍କ ନିର୍ବନ୍ଧକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି, "ନା ଆମର ନିର୍ବନ୍ଧ ହୋଇଛି" , "ନା ମାହିକା ଗର୍ଭବତୀ ଅଛନ୍ତି।" ଟିଆରପି ପାଇବାପାଇଁ କିଛି ବି ଲେଖିବା ବନ୍ଦ କର। କିନ୍ତୁ ଫ୍ୟାନ୍ସ ମାନେ କହିଛନ୍ତି ଯେ, ବଡ ବଡ଼ ସେଲିବ୍ରିଟି ମାନେ କିଛି ବି କରିପାରିବେ। ଆଉ ହାର୍ଦ୍ଦିକ ପାଣ୍ଡ୍ୟା ନତାଶାଙ୍କୁ ବିବାହ ପୂର୍ବରୁ ମଧ୍ୟ ଉଭୟ ପିତାମାତା ହୋଇଥିଲେ। ଏହା ଅସମ୍ଭବ ନୁହେଁ। 

ସୂଚନା ଥାଉ କି, ୨୦୨୦ ମସିହାରେ ହାର୍ଦ୍ଦିକ ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ହିଁ ଦୁଇ ଜଣ ପିତାମାତା ହୋଇଥିଲେ। ଆଉ ପୁତ୍ରସନ୍ତାନକୁ ଜନ୍ମ ଦେବାପରେ ହିଁ ଦୁହେଁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ଦୁହିଁଙ୍କ ଲାଇଫ ବହୁତ ହସଖୁସିରେ ବିତୁଥିଲା। କିନ୍ତୁ ୩ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହେଲା। ୨୦୨୪ ମସିହାରେ ଉଭୟ ଷ୍ଟାର କପଲ ଛାଡ଼ପତ୍ର ନେବାର ନିଷ୍ପତ୍ତି ନେଇଥିଲେ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Is Hardik’s Girlfriend Mahika Pregnant? Secret Wedding Rumours | Argus News