Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନୂଆ ଗର୍ଲଫ୍ରେଣ୍ଡ ସହ ଗମ୍ଭୀରଙ୍କୁ ପରିଚିତ କରାଇଲେ ପାଣ୍ଡ୍ୟା, ଭାଇରାଲ ଭିଡିଓ

Sports

Hardik New GF / ନୂଆ ଗର୍ଲଫ୍ରେଣ୍ଡ ସହ ଗମ୍ଭୀରଙ୍କୁ ପରିଚିତ କରାଇଲେ ପାଣ୍ଡ୍ୟା, ଭାଇରାଲ ଭିଡିଓ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ନୂଆ ଗର୍ଲଫ୍ରେଣ୍ଡ ସହ ଗମ୍ଭୀରଙ୍କୁ ପରିଚିତ କରାଇଲେ ପାଣ୍ଡ୍ୟା, ଭାଇରାଲ ଭିଡିଓ
Hardik New GF

Key Points

'କୋଚ୍ ସାର୍...ୟେ ମୋର ଗର୍ଲଫ୍ରେଣ୍ଡ'...
ଗମ୍ଭୀରଙ୍କୁ ଭେଟି ଏମିତି କହିଲେ ହାର୍ଦ୍ଦିକ
ଏପଟେ ଭାଇରାଲ ହେଉଛି ଭିଡିଓ
ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୬ର ଫାଇନାଲ୍ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଅହମ୍ମଦାବାଦରେ ଖେଳାଯିବ । ଫାଇନାଲ୍ ଫାଇଟ୍ ପୂର୍ବରୁ ଉଭୟ ଦଳର ଖେଳାଳି ଅହମ୍ମଦାବାଦରେ ପହଞ୍ଚିସାରିଛନ୍ତି । ଏହାପୂର୍ବରୁ ଯେତେବେଳେ ଭାରତୀୟ ଟିମ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ, ସେତେବେଳେର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ନିଜ ନୂଆ ବାନ୍ଧବୀ ମାହିକା ଶର୍ମାଙ୍କୁ କୋଚ୍ ସାର୍ ଅର୍ଥାତ ଗୌତମ ଗମ୍ଭୀରଙ୍କ ସହିତ ପରିଚିତ କରାଇଥିଲେ । ଏହି ଭାଇରାଲ ଭିଡିଓରେ ଗମ୍ଭୀର ମାହିକାଙ୍କୁ ସାଇଡ୍ ହଗ୍ କରୁଥିବାର ଦେଖିବାକୁ ମିଳିଛି ।

  • କିଏ ମାହିକା ଶର୍ମା ?
ମାହିକା ଶର୍ମା ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । ସେ ଇକୋନୋମିକ୍ସ ଏବଂ ଫାଇନାନ୍ସ କ୍ଷେତ୍ରରେ ଡିଗ୍ରୀ ହାସଲ କରିଛନ୍ତି । ମାହିକା ବର୍ତ୍ତମାନ ଜଣେ ମଡେଲ ଏବଂ ଅଭିନୟ ଉପରେ ଧ୍ୟାନ ଦେଉଛନ୍ତି । ସେ ମନୀଷ ମାଲହୋତ୍ରା, ଅନିତା ଡୋଙ୍ଗରେ ଏବଂ ତରୁଣ ତାହିଲିଆନିଙ୍କ ପରି ପ୍ରସିଦ୍ଧ ଡିଜାଇନରଙ୍କ ପାଇଁ ରାମ୍ପରେ ମଧ୍ୟ ଚାଲିଛନ୍ତି ।

ମାହିକା ଶର୍ମା ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ବୟସରେ ପ୍ରାୟ ୮ ବର୍ଷ ସାନ । ପାଣ୍ଡ୍ୟା ୮ ଅକ୍ଟୋବର ୧୯୯୩ରେ ଗୁଜରାଟର ଚୋରୟାସିରେ ଜନ୍ମଗ୍ରହଣ କରିଥିବାବେଳେ ତାଙ୍କୁ ଏବେ ୩୨ ବର୍ଷ । ମାହିକାଙ୍କ ବୟସ ୨୪ ବର୍ଷ ।



  • ଅନେକ ପ୍ରସିଦ୍ଧ ବିଜ୍ଞାପନ କରିଛନ୍ତି ମାହିକା
ମାହିକା ପ୍ରସିଦ୍ଧ ବ୍ରାଣ୍ଡର ଅନେକ ସଂଗୀତ ଭିଡିଓ ଏବଂ ବିଜ୍ଞାପନରେ ଅଭିନୟ କରିଛନ୍ତି । ତାଙ୍କର ନିଷ୍ଠା ଏବଂ କାର୍ଯ୍ୟକୁ ସ୍ୱୀକୃତି ଦେବା ପାଇଁ ତାଙ୍କୁ ଇଣ୍ଡିଆନ୍ ଫ୍ୟାଶନ୍ ପୁରସ୍କାରରେ "ବର୍ଷର ଶ୍ରେଷ୍ଠ ମଡେଲ୍" ଭାବରେ ସମ୍ମାନିତ ମଧ୍ୟ କରାଯାଇଥିଲା ।

  • ହାର୍ଦ୍ଦିକଙ୍କ ପୂର୍ବ ସମ୍ପର୍କ
ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ହେଉଛନ୍ତି ସର୍ବିଆର ମଡେଲ ତଥା ଅଭିନେତ୍ରୀ ନତାଶା ଷ୍ଟାନକୋଭିକ, ଯାହାଙ୍କୁ ସେ ୨୦୨୦ ମେ ମାସରେ ବିବାହ କରିଥିଲେ । ସେମାନଙ୍କର ଅଗସ୍ତ୍ୟ ପାଣ୍ଡ୍ୟା ନାମକ ଜଣେ ପୁତ୍ର ଅଛନ୍ତି, ଯାହାଙ୍କର ଜନ୍ମ ୨୦୨୦ ମସିହାରେ ହୋଇଥିଲା । ପ୍ରାୟ ୪ ବର୍ଷର ବୈବାହିକ ଜୀବନରେ ରହିବା ପରେ ଉଭୟ ୧୮ ଜୁଲାଇ ୨୦୨୪ରେ ପରସ୍ପରଠାରୁ ଅଲଗା ହେବା ନେଇ ଘୋଷଣା କରିଥିଲେ । ସେମାନେ ବର୍ତ୍ତମାନ ମିଳିତ ଭାବେ ନିଜ ପୁଅର ଲାଳନପାଳନ କରୁଛନ୍ତି ।

ଅଧିକ ଖବର ପଢନ୍ତୁ...
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Argus Whatsapp Channel Mobile Top
Sponsored